ମହାତ୍ମା ଗାନ୍ଧୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଦେବ ଆମେରିକା


ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇପାରେ । ଏ ସମ୍ପର୍କରେ ଆମେରିକା ସଂସଦରେ ପୁଣିଥରେ ପ୍ରସ୍ତାବ ଦିଆଯାଇଛି । ଯାହାକୁ ନ୍ୟୁୟର୍କର ଜଣେ ସାଂସଦ ଦେଇଛନ୍ତି । ଶାନ୍ତି ଓ ଅହିଂସାକୁ ଅଗ୍ରାଧିକାର ଦେଉଥିବାରୁ ମହାତ୍ମା ଗାନ୍ଧୀଙ୍କୁ କଂଗ୍ରେସର ସ୍ୱର୍ଣ୍ଣ ପଦକରେ ସମ୍ମାନୀତ କରିବାର ପ୍ରସ୍ତାବ ଆମେରିକା ପ୍ରତିନିଧି ସଭାରେ ଶୁକ୍ରବାର (୧୩ ଅଗଷ୍ଟ) ଉପସ୍ଥାପନ କରାଯାଇଛି । ମହାତ୍ମା ଗାନ୍ଧୀ ଆମେରିକା କଂଗ୍ରେସର ସ୍ୱର୍ଣ୍ଣ ପଦକ ପ୍ରାପ୍ତ କରିବାକୁ ଯାଉଥିବା ପ୍ରଥମ ଭାରତୀୟ ହେବେ । ଏହା ପୂର୍ବରୁ ଏହି ସମ୍ମାନ ଜର୍ଜ ୱାଶିଂଟନ, ନେଲଶନ ମାଣ୍ଡେଲା, ମାର୍ଟିନ ଲୁଥର କିଙ୍ଗ ଜୁନିୟର, ମଦର ଟେରେସା ଓ ରୋଜା ପାକର୍ସ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ଦିଆଯାଇଛି । ମହାତ୍ମା ଗାନ୍ଧୀଙ୍କ ଐତିହାସିକ ସତ୍ୟାଗ୍ରହ ବିଶ୍ୱକୁ ପ୍ରେରଣା ଦେବା ସହ ତାଙ୍କର ଉଦାହରଣ ଆମେ ଅନ୍ୟର ସେବା ପାଇଁ ନିଜକୁ ସମର୍ପିତ କରିବାକୁ ଉତ୍ସାହିତ କରିବ ।


Share It

Comments are closed.