ନିଜର ଏଭଳି ଫଟୋ ସେୟାର କରି ଟ୍ରୋଲ ହେଲେ କଙ୍ଗନା ରଣାୱତ, ଟ୍ରୋଲର କହିଲେ-ଅନ୍ୟକୁ ଜ୍ଞାନ ଦେଉଥିଲ, ନିଜେ କଣ କଲ ?


ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଯିଏକି ଅଭିନୟ ପାଇଁ ବେଶ୍ ଲୋକପ୍ରିୟ ଏବଂ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସନ୍ତି । ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହୁଥିବା କଙ୍ଗନା ବିଭିନ୍ନ ସମୟରେ ନିଜର ମତ ଓ ମନ୍ତବ୍ୟକୁ ନେଇ ବିବାଦକୁ ଆସନ୍ତି । କଙ୍ଗନା ପ୍ରାୟ ସମୟରେ ଏମିତି କିଛି କହିଦିଅନ୍ତି ଯାହାକୁ ନେଇ ରାଜନୀତି ହେଉ କିମ୍ବା ସିନେ ଜଗତରେ ହଇଚଇ ସୃଷ୍ଟି ହୁଏ ।

କିନ୍ତୁ ବର୍ତ୍ତମାନ ଘଟଣା ହେଉଛି ଟିକେ ଭିନ୍ନ । କଙ୍ଗନା ରଣାୱାତ ଏବେ ଯେଉଁଥି ପାଇଁ ଚର୍ଚ୍ଚାକୁ ଆସିଛନ୍ତି ତାହା ରାଜନୀତି ନୁହେଁ କି ଫିଲ୍ମ ର ବିବୃତ୍ତି ମଧ୍ୟ ନୁହେଁ । ନିକଟରେ କଙ୍ଗନା ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏମିତି ଏକ ଫଟୋ ସେୟାର କରିଛନ୍ତି , ଯେଉଁଥିରେ ତାଙ୍କୁ ବୋଲ୍ଡ ଅନ୍ଦାଜରେ ଦେଖିବାକୁ ମିଳିଛି । ହେଲେ ତାଙ୍କର ଏହି ଫଟୋ ଦେଖି ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । କଙ୍ଗନା ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ସୂର୍ଯ୍ୟାସ୍ତ ସମୟର ବୋଲି ଦେଖାଯାଉଛି । ସେ ଏକ ହ୍ରଦ କୂଳରେ ଠିଆ ହୋଇଛନ୍ତି । ଉକ୍ତ ଫଟୋରେ କଙ୍ଗନା ଧଳା ରଙ୍ଗର ଟ୍ରାନ୍ସପରେଣ୍ଟ ବ୍ରାଲେଟ ସହ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଏହା ସହିତ ବେକରେ ଗୋଲ୍ଡେନର ଚେନ ପକାଇଛନ୍ତି । ଯେଉଁଥି ପାଇଁ କଙ୍ଗନାଙ୍କ ଲୁକ୍ ଖୁବ୍ ଆଟ୍ରାକ୍ଟିଭ୍ ଲାଗୁଛି । ଏହି ଫଟୋକୁ ସେୟାର କରି ଏକ କ୍ୟାପସନ ଲେଖିଛନ୍ତି କି ପ୍ରେମରେ ବଞ୍ଚିବା ମରିବାରେ କୌଣସି ପାର୍ଥକ୍ୟ ନଥାଏ ,ତାକୁ ଦେଖି ବଞ୍ଚିବା ଯାହା ବିଶ୍ବାସଘାତକ ଦେଖାଯାଏ ।

କିନ୍ତୁ ଦୀର୍ଘ ସମୟ ପରେ କଙ୍ଗନା ରଣାୱତଙ୍କର ଏହି ବୋଲ୍ଡ ଲୁକକୁ ଦେଖି ୟୁଜର୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯେଉଁଠାରେ କିଛି ଅଭିନେତ୍ରୀ ଏହି ଲୁକ୍ କୁ ପସନ୍ଦ କରୁଥିବା ବେଳେ କିଛି ୟୁଜର୍ସ କଙ୍ଗନାଙ୍କ ଲୁକକୁ ନେଇ ନାପସନ୍ଦ କରିଛନ୍ତି । ହେଲେ ୟୁଜର୍ସ କହିଛନ୍ତି କି ପ୍ରାୟତଃ ସେ ପୋଷାକକୁ ନେଇ ସମସ୍ତଙ୍କୁ ପରାମର୍ଶ ଦେଉଥିବା ବେଳେ ନିଜେ କିପରି ଏହି ପୋଷାକ ପିନ୍ଧି ପୋଜ୍ ଦେଇଛନ୍ତି । ତେବେ କଙ୍ଗନାଙ୍କର ଏହି ଫଟୋ ଉପରେ କିଛି ୟୁଜର୍ସ ଏଭଳି କମେଣ୍ଟ କରିଛନ୍ତି କି ଆପଣଙ୍କ ଠାରୁ ଏଭଳି ଆଶା ନଥିଲା ଯେ ଏଭଳି ଅଶାଳୀନ ପୋଷାକ ପିନ୍ଧିବେ ବୋଲି । ସେହି ଭଳି ଆଉ ଜଣେ ଲେଖିଛନ୍ତି କି ଆପଣ ନିଜେ ଅନ୍ୟମାନଙ୍କୁ ପୋଷ୍ଟରେ ମତାମତ ଦିଅନ୍ତି , ଆପଣ ଏହି ଫଟୋ ଅପଲୋଡ କରିବା ବେଳେ ଟିକେ ଚିନ୍ତା କଲେନି କିପରି । ଏଭଳି ଅନ୍ୟ ଜଣେ ଲେଖିଛନ୍ତି କି ନିଜ ଫଟୋରେ ସନାତନରେ ବିଶ୍ବାସ ରଖୁଥିବା ଜଣେ ସଭ୍ୟ ମହିଳା ଭାବେ କହିଛନ୍ତି ତେବେ ଏ ସବୁ ପୁଣି କଣ ? ଏହି ଦୁଇଟି ଚେହେରା କାହା ପାଇଁ ଖରାପ ହୋଇଥାଏ ।

ବର୍ତ୍ତମାନ କଙ୍ଗନା ତାଙ୍କ ଆଗାମୀ ଚଳଚ୍ଚିତ୍ରକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହାକୁ ନେଇ ସେ କହିଥିଲେ କି ଯେ ଆଗାମୀ ଚଳଚିତ୍ର ଧାକଡ ଶୁଟିଂ ଶେଷ କରିଛନ୍ତି । ଏନେଇ ଇନଷ୍ଟାଗ୍ରାମରେ ଫିଲ୍ମ ରାପ ପାର୍ଟିର ଫଟୋ ମଧ୍ୟ ପୋଷ୍ଟ କରିଥିଲେ ଓ ଶୁଟିଂ ଶେଷ ହେବା ପରେ ଏକ ଭାବ ପ୍ରବଣ ପୋଷ୍ଟ ମଧ୍ୟ ଲେଖିଥିଲେ । ଏହି ଚଳଚ୍ଚିତ୍ରରେ କଙ୍ଗନା ପୁଣି ଏକ ଆକ୍ସନ ଅବତାରରେ ନଜର ଆସିବେ ।


Share It

Comments are closed.