ନିୟମିତ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ସୌନ୍ଦର୍ଯ୍ୟ ଠାରୁ ଆରମ୍ଭ କରି ଉତମ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ମିଳିଥାଏ ଅନେକ ଫାଇଦା


ବହୁ ଆଦିମ କାଳରୁ ମୁନି ଋଷିମାନେ ଯୋଗ ଆସନକୁ ମୂଳ ମନ୍ତ୍ର ରୂପେ ଗ୍ରହଣ କରିଆସିଛନ୍ତି । ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଚାପମୁକ୍ତ ରହିବା ପାଇଁ ଯୋଗଆସନକୁ ଆପଣାଇ ନେବା ଆବଶ୍ୟକ । ଯୋଗ କରିବା ଦ୍ୱାରା ଶରୀରରେ ଏକ ଭିନ୍ନ ପ୍ରକାରର ଉର୍ଜାର ସଂଚରଣ ହେବା ସହିତ ଶରୀର ଏବଂ ମନକୁ ଶାନ୍ତି ମିଳିଥାଏ । ବିଭିନ୍ନ ଯୋଗ ଆସନ ମଧ୍ୟରୁ ସୂର୍ଯ୍ୟ ନମସ୍କାର ଅନ୍ୟତମ । ଏହି ଆସନରେ ସୂର୍ଯ୍ୟ ଦେବତାଙ୍କୁ ସ୍ମରଣ କରାଯାଇଥାଏ । ସୂର୍ଯ୍ୟ ନମସ୍କାର କରିବା ସମୟରେ ସୂର୍ଯ୍ୟଙ୍କର ୧୨ଟି ନାମ ତଥା ସୂର୍ଯ୍ୟାୟ ନମଃ, ମିତ୍ରାୟ ନମଃ, ରବାୟ ନମଃ, ହିରଣଗର୍ଭାୟ ନମଃ, ଆଦିତ୍ୟାୟ ନମଃ,ପୁଷଣେ ନମଃ,ଭାସ୍କରାୟ ନମଃ, ଭାନବେ ନମଃ, ଖଗାୟ ନମଃ, ସାବିତ୍ରେ ନମଃ, ଅର୍କାୟ ନମଃ , ମାରିଚେୟ ନମଃ ଏବଂ ଶ୍ରୀ ସବିତ୍ରେ ସୂର୍ଯ୍ୟନାରାୟଣେ ନମଃ ଉଚ୍ଚାରଣ କରାଯାଇଥାଏ । ସୂର୍ଯ୍ୟ ନମସ୍କାର ସକାଳେ ସୂର୍ଯ୍ୟୋଦୟ ସମୟରେ କରିବା ଦ୍ୱାରା ଖୁବ ଫଳ ମିଳିଥାଏ । ଏହି ଆସନରେ ସମ୍ପୂର୍ଣ୍ଣ ୧୨ଟି ଆସନ ରହିଛି । ଏହି ଆସନକୁ ୦ରୁ ୫ ସେକେଣ୍ଡ ପର୍ଯ୍ୟନ୍ତ ରଖିବା ପାଇଁ ଚେଷ୍ଟା କରିବେ । ଆସନ୍ତୁ ଜାଣିବା ସୂର୍ଯ୍ୟ ନମସ୍କାର ଦ୍ୱାରା ଆପଣ କଣ ସୁଫଳ ପାଇବେ ।

୧. ରକ୍ତ ସଂଚାଳନ ସଠିକ କରିବା ସହିତ ଶରୀରରେ ଶକ୍ତିର ଉର୍ଜାର ସଂଚାରଣ କରିଥାଏ ।
୨. ହୃଦୟ ଏବଂ ଫୁସଫୁସର ରକ୍ତସଂଚାଳନ ସଠିକ କରିଥାଏ ।
୩. ହାତ ଏବଂ ଗୋଡର ମାଂସପେଶୀକୁ ଶକ୍ତ କରିଥାଏ ।
୪. ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
୫. ହଜମ କ୍ରିୟାରେ ସାହାଯ୍ୟ କରିଥାଏ ।
୬. ମସ୍ତିଷ୍କରେ ଏକାଗ୍ରତା ବୃଦ୍ଧି କରିଥାଏ ।
୭. ମହିଳାମାନଙ୍କ କ୍ଷେତ୍ରରେ ଏହା ଋତୁସ୍ରାବର କଷ୍ଟକୁ ଦୂର କରିଥାଏ ।
୮. ପିଲାମାନଙ୍କୁ ଫ୍ଲେକ୍ସିବଲ କରିଥାଏ ।
୯. ଉଜ୍ଜ୍ୱଳ ତ୍ୱଚା ଏବଂ କେଶର ଝଡିବା ସମସ୍ୟାକୁ କମ କରିଥାଏ ।
୧୦. ମାନସିକ ଚାପରୁ ମୁକ୍ତି ପ୍ରଦାନ କରିଥାଏ ଏବଂ ସମ୍ପୂର୍ଣ୍ଣ ଶରୀରରେ ଫୁର୍ତ୍ତି ପ୍ରଦାନ କରିଥାଏ ।


Share It

Comments are closed.