ଋଷଭ ପନ୍ତ ଓ ଶାର୍ଦ୍ଦୁଲ ଠାକୁରଙ୍କ ଉପରେ ଲାଗିଲା ଭାରି ଜରିମାନା, ଦିଲ୍ଲୀ ଦିଲ୍ଲୀ କ୍ୟାପିଟାଲସ୍‌ର ସହାୟକ କୋଚ୍ ନିଲମ୍ବିତ


ଦିଲ୍ଲୀ କ୍ୟାପିଟାଲସ୍‌ର କ୍ୟାପଟେନ୍ ଋଷଭ ପନ୍ତଙ୍କୁ ରାଜସ୍ଥାନ ରୟାଲ୍ସ ବିରୋଧରେ ମ୍ୟାଚ୍‌ରେ ନୋ ବଲ୍‌ ବିବାଦକୁ ନେଇ ଲାଗିଲା ଜରିମାନା। ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ମ୍ୟାଚ୍‌ରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଏହି ଜରିମାନା ଲାଗିଛି। ପନ୍ତଙ୍କ ଉପରେ ଆଇପିଏଲ କୋଡ୍ ଅଫ୍ କଣ୍ଡକ୍ଟର ଉଲଂଘନ କାରଣରୁ ମ୍ୟାଚ୍ ଫି’ର ୧୦୦ ପ୍ରତିଶତ ଜରିମାନା ଦେଇଛନ୍ତି। ଅର୍ଥାତ ତାଙ୍କର ପୁରା ମ୍ୟାଚ୍ ଫି’ କଟାଯାଇଛି। ପନ୍ତଙ୍କ ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ଶାର୍ଦ୍ଦୁଳ ଠାକୁର ଓ ଆସିଷ୍ଟାଣ୍ଟ କୋଚ୍‌ ପ୍ରବୀଣ ଆମରେଙ୍କ ଉପରେ ମଧ୍ୟ ଜରିମାନା ଲଗାଯାଇଛି। ଆମରେ ଏହି ବିବାଦ ବେଳେ ପଡିଆ ଭିତରକୁ ଚାଲି ଆସିଥିଲେ। ତାଙ୍କୁ ଗୋଟିଏ ମ୍ୟାଚ୍‌ ପାଇଁ ବ୍ୟାନ୍ କରାଯାଇଛି। ତାଙ୍କ ଉପରେ ମଧ୍ୟ ମ୍ୟାଚ୍‌ ଫି’ର ୧୦୦ ଜରିମାନା ଲଗାଯାଇଛି।

ଶାର୍ଦ୍ଦୁଳ ଠାକୁରଙ୍କ ଉପରେ ଆଇପିଏଲର କୋଡ୍ ଅଫ୍ କଣ୍ଡକ୍ଟର ଉଳଂଘନ ପାଇଁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଟଙ୍କା କଟା ଯାଇଛି। ପନ୍ତ ଆଇପିଏଲର କୋଡ ଅଫ୍ କଣ୍ଡକ୍ଟ ଅନୁସାରେ, ଆର୍ଟିକିଲ ୨.୭ ର ଲେବଲ ୨ ଭାଙ୍ଗିବାର ଅଭିଯୋଗ ସ୍ୱୀକାର କରିଛନ୍ତି। ମ୍ୟାଚ୍‌ରେ ପନ୍ତଙ୍କ ସାଥ୍‌ ଦେଇଥିବା କାରଣୁ ଶାର୍ଦ୍ଦୁଳ ଠାକୁରଙ୍କୁ ଆର୍ଟିକିଲ ୨.୮ ଲେବଲ ୨ ଭାଙ୍ଗିବା ନେଇ ଦୋଷୀ ସାବ୍ୟସ୍ତ କରି ଏହି ଜରିମାନା ଲଗାଯାଇଛି। ଶାର୍ଦ୍ଦୁଳ ମଧ୍ୟ ନିଜର ଦୋଷ ସ୍ୱୀକାର କରିଛନ୍ତି।

ଉଲ୍ଲେଖନୀୟ ଯେ, ଦିଲ୍ଲୀ କ୍ୟାପିଟାଲ୍ସକୁ ଅନ୍ତିମ ଓଭରରେ ୩୬ ରନ୍ ଦରକାର ଥିଲା। ଓବେଦ ମେକାୟ ପ୍ରଥମ ତିନୋଟି ବଲ୍‌ରେ ଛକା ରୋଭମନ ପାୱେଲ ଛକା ମାରିଥିଲେ। ଏଭଳି ଭାବରେ ଦିଲ୍ଲୀକୁ ଅନ୍ତିମ ତିନୋଟି ବଲ୍‌ରେ ୧୮ ରନ୍‌ ଦରକାର ଥିଲା। ଏଭଳି ସ୍ଥିତିରେ ନନ୍ ଷ୍ଟ୍ରାଇକରଙ୍କ ଏଣ୍ଡରେ କୁଳଦୀପ ଅମ୍ପାୟରଙ୍କ ପକ୍ଷକୁ ଇଶାରା କରି ଶେଷ ବଲ୍‌ର ରିପ୍ଲେ ଦେଖିବା ପାଇଁ କହିଥିଲେ, କାରଣ ତାହା ଅଣ୍ଟା ଉପରୁ ହେବା କାରଣରୁ ନୋବଲ୍‌ ହୋଇପାରେ। ରୋଭମନ ପାୱେଲ ମଧ୍ୟ ଅମ୍ପାୟରଙ୍କ ସହିତ କଥା ହୋଇଥିଲେ। କିନ୍ତୁ ଫିଲ୍ଡ ଅମ୍ପାୟର କହିଥିଲେ, ବଲ୍‌ ଠିକ୍ ଥିଲା। ପନ୍ତ ଏହାପରେ ରୋଭମନ ପାୱେଲ ଓ କୁଳଦୀପଙ୍କୁ ଫେରିଯିବାକୁ କହିଥିଲେ। ଏହା ଭିତରେ ସହାୟକ କୋଚ୍ ଶେନ୍ ୱାଟସନ ତାଙ୍କ ସହ କଥା ହୋଇଥିଲେ।

ଏହି ଘଟଣା ବେଳେ ଦିଲ୍ଲୀର କୋଚିଂ ଷ୍ଟାଫ୍‌ ସଦସ୍ୟ ପ୍ରବୀଣ ଆମରେ ମଧ୍ୟ ପଡିଆକୁ ଆସିଯାଇଥିଲେ, କିନ୍ତୁ ଅମ୍ପାୟର ତାଙ୍କୁ ବାହାରକୁ ଯିବା ପାଇଁ କହିଥିଲେ। କୁଲଦୀପଙ୍କୁ ବାହାରକୁ ଯିବାକୁ ରୋକିବାର ଚେଷ୍ଟା କରିଥିଲେ ରାଜସ୍ଥାନର ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ। ରାଜସ୍ଥାନ ଟିମ୍‌ର ଓପନିଂ ବ୍ୟାଟସମ୍ୟାନ୍ ଓମ୍ୟାଚ୍‌ରେ ୧୧୬ ରନ୍ କରିଥିବା ଜୋଶ୍ ବଟଲରଙ୍କ ସହ ପନ୍ତଙ୍କ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲେ।


Share It

Comments are closed.