ବିବାହରେ ବାଧା ସୃଷ୍ଟି ହେଉଥିଲେ ଘରର ଏହି ଦିଗରେ ଲଗାନ୍ତୁ ଫୁଲ


ପାଠପଢ଼ା ଓ ଚାକିରି ପାଇଁ ବର୍ତ୍ତମାନ ସମୟରେ ବିବାହ ବୟସ ବଢ଼ିବାରେ ଲଗିଛି। ଏଥିପାଇଁ ନିଜର ପିଲାଙ୍କୁ ଉଚିତ ସମୟରେ ବିବାହ କରାଇବା ମାତା ପିତାଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଅନ୍ୟପଟେ ଅନେକ କ୍ଷେତ୍ରରେ ଗ୍ରହ ଓ ନକ୍ଷତ୍ରଙ୍କ ଅଶୁଭ ସ୍ଥିତି ଯୋଗୁ ମଧ୍ୟ ବିବାହ ବିଳମ୍ୱରେ ହୋଇଥାଏ। ଏଥିପାଇଁ ମାତା ପିତାଙ୍କ ସମେତ ବିବାହ ଯୋଗ୍ୟ ଯୁବକ ଓ ଯୁବତୀମାନେ ମଧ୍ୟ ଚିନ୍ତାରେ ରହିଥାନ୍ତି। ତେବେ ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ରରେ ଏମିତି କିଛି ଉପାୟ କୁହାଯାଇଛି, ଯାହା ଦ୍ୱାରା ବିବାହରେ ଆସୁଥିବା ବାଧା ଦୂର ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ଏକ ଫୁଲକୁ ନେଇ କୁହାଯାଇଛି। ଯାହାକୁ ଘରର ସେହି ଦିଗରେ ଲଗାଇଲେ ଶୁଭ ହୋଇଥାଏ। ଯାହାଦ୍ୱାରା ଶୀଘ୍ର ବିବାହ ଯୋଗ ହୋଇଥାଏ। ଆସନ୍ତୁ ଜାଣିବା ଏହି ଫୁଲ ବିଷୟରେ…

ପିୟୋନିଆ ଫୁଲ
ବାସ୍ତୁ ଶାସ୍ତ୍ରରେ ପିୟୋନିଆ ଫୁଲକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ପିୟୋନିଆ ଗଛର ଫଲକୁ ଫୁଲର ରାଣୀ ବୋଲି କୁହାଯାଏ। ପିୟୋନିଆ ଫୁଲକୁ ସୌନ୍ଦର୍ଯ୍ୟ ଓ ରମାନ୍ସର ପ୍ରତୀକ ବୋଲି ମାନା ଯାଏ। ଏଥିପାଇଁ ପିୟୋନିଆ ଫୁଲକୁ ଘରେ ଲଗାଇଲେ ସକରାତ୍ମକ ଶକ୍ତି ସଂଚାର ହୋଇଥଏ। ଏହାର ପ୍ରଭାବରେ ବିବାହର ବାଧା ଦୂର ହୋଇଥାଏ।

ଶୀଘ୍ର ବିବାହ ପାଇଁ ଏହା ଏକ ଭଲ ଉପାୟ
ବାସ୍ତୁ ଶାସ୍ତ୍ର ଅନୁସାରେ ବିବାହ ଯୋଗ୍ୟ କୌଣସି ଯୁବକ କିମ୍ୱା ଯୁବତୀଙ୍କର ଯଦି ବିବାହର ସମସ୍ୟା ଆସୁଛି, ତେବେ ଘରେ ପିୟୋନିଆ ଗଛ ଲଗାଇବା ଶୁଭ ହୋଇଥାଏ। ଗଛ ବଦଳରେ ଆପଣ ଘରେ ପିୟୋନିଆ ପେଣ୍ଟିଂ କିମ୍ୱା ଫୁଲ ମଧ୍ୟ ଲଗାଇ ପାରିବେ।


Share It

Comments are closed.