ପି.ଏମ ମୋଦିର ପୋଷ୍ଟର ହେଲା ରିଲିଜ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ପି ଏମ ମୋଦିର ପ୍ରସ୍ତୁତକର୍ତ୍ତାଙ୍କ ପକ୍ଷରୁ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ବିବେକ ଓବରଏଙ୍କୁ ବିଭିନ୍ନ ଲୁକରେ ଦେଖିବାକୁ ମିଳୁଛି । ଏହି ଫିଲ୍ମର ପ୍ରଥମ ପୋଷ୍ଟର ସୋମବାର ଦିନ ଫିଲ୍ମ ଟ୍ରେଣ୍ଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଦ୍ୱାରା ଟ୍ୱିଟରରେ ରିଲିଜ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଉମଙ୍ଗ କୁମାର ଦେଇଥିବା ବେଳେ ସୁରେଷ ଓବରଏ, ସନ୍ଦିପ ସିଂହ ଏବଂ ଆନନ୍ଦ ପଣ୍ଡିତ ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି । ଫିଲ୍ମଟି ଏପ୍ରିଲ ୧୭ରେ ରିଲିଜ ହେବାକୁ ଯାଉଛି । ଏଥିରେ ବିବେକଙ୍କ ବ୍ୟତୀତ ବୋମନ ଇରାନୀ, ମନୋଜ ଜୋସି, ବର୍ଖା ବିସ୍ତ, ଜରିନା ୱାହାବ, ଦର୍ଶନ ରାୱଲ, ଅକ୍ଷତ ଆର ସାଲୁଜା,ଅଞ୍ଜନ ଶ୍ରୀବାସ୍ତବ, ରାଜେନ୍ଦ୍ର ଗୁପ୍ତା ପ୍ରମୁଖ ନଜରରେ ଆସିବେ ।
ସୂତ୍ରର ଖବର ଅନୁଯାୟୀ ବିବେକ ଏହି ଫିଲ୍ମ ପାଇଁ ଖୁବ ପରିଶ୍ରମ କରୁଛନ୍ତି । ସେ ୨.୩୦ରେ ଉଠି ସୁଟିଂ ସେଟର ପହଞ୍ଚିଯାଉଛନ୍ତି । ତାଙ୍କର ଗେଟ ଅପ ପାଇଁ ମେକଅପ ୭ରୁ ୮ ଘଣ୍ଟା ସମୟ ଲାଗିଥାଏ । ସେ ଠିକ ସକାଳ ୮ଟାରେ ସୁଟିଂ ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି ।
ଏହି ସମ୍ବନ୍ଧରେ ଫିଲ୍ମର ପ୍ରଯୋଜକ ସନ୍ଦିପ ସିଂ କହିଛନ୍ତି ଯେ, ମୁଁ ଏହି ଭୂମିକା ପାଇଁ ଏକ ଭର୍ସାଟାଇଲ ଆକ୍ଟର ଖୋଜୁଥିଲି । ମୁଁ ସୁଟିଂ ପୂର୍ବରୁ ଅଭିନେତାଙ୍କର ସମ୍ପୂର୍ଣ୍ଣ ଏକ ବର୍ଷ ଚାହୁଁଥିଲି । ଏହି ଫିଲ୍ମରେ ମୋଦିଙ୍କ ଯାତ୍ରା ୧୦୫୭ରୁ ୨୦୧୯ ପର୍ଯ୍ୟନ୍ତ ରହିଛି ଯାହାକୁ ବୁଝିବାକୁ ଗୋଟିଏ ବର୍ଷ ମଧ୍ୟ କମ ପଡିଯିବ । ବିବେକଙ୍କୁ ୧୫ଟି ଲୁକ ଟେଷ୍ଟ ଦିଆଯାଇଥାଏ ଯେଉଁଥିରେ ସେ ୭ରୁ ୮ ଘଣ୍ଟା ସମୟ ନେଇଥାନ୍ତି । ଫିଲ୍ମ ପାଇଁ ସମର୍ପଣ ଦେଖି ଫିଲ୍ମର ସମସ୍ତ କ୍ରିଉ ଆଗ୍ରହର ସହିତ କାମ କରୁଛନ୍ତି ।
ବିବେକ ଓବରଏ ଏହି ସମ୍ପର୍କରେ ମତ ଦେଇଛନ୍ତି ଯେ, ୧୬ ବର୍ଷ ତଳେ ଥିବା ଅନୁଭୂତି ବର୍ତ୍ତମାନ ସମାନ ପରିମାଣରେ ରହିଛି । ନରେନ୍ଦ୍ର ଭାଇ ମୋଦି ବର୍ତ୍ତମାନ ଏବଂ ଭବିଷ୍ୟତର ବୃହତ ଲିଡର । ଏଥି ପାଇଁ ମତେ ବହୁ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ପଡିଛି । ଏହି ସମ୍ପୂର୍ଣ୍ଣ ଯାତ୍ରା ପାଇଁ ମୋତେ ଆପଣ ସମସ୍ତଙ୍କ ଆର୍ଶିବାଦ ଆବଶ୍ୟକ ।


Share It

Comments are closed.