‘ବିଜୁ ବାବୁ’ର ଟ୍ରେଲର ଏବଂ ମ୍ୟୁଜିକ୍ ରିଲିଜ, ଦେଖନ୍ତୁ ଭିଡିଓ


ବହୁପ୍ରତିକ୍ଷୀତ, ଫିଚର ଚଳଚ୍ଚିତ୍ର, ‘ବିଜୁ ବାବୁ’ର ଟ୍ରେଲର ଏବଂ ମ୍ୟୁଜିକ୍ ୧୮ ମାର୍ଚ୍ଚରେ ମହାରାଜା ଥିଏଟରରେ ଅତ୍ୟନ୍ତ ଉତ୍ସାହ ଏବଂ ଉଦ୍ଦିପନାର ସହିତ ରିଲିଜ୍ କରାଯାଇଛି । ଏହି ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ହେଉଛି ଡ଼ଃ. ନିଳମାଧବ ପଣ୍ଡାଙ୍କର (ପଦ୍ମଶ୍ରୀ) ପ୍ରଥମ ଓଡ଼ିଆ ଫିଚର ଚଳଚ୍ଚିତ୍ର । ଉକ୍ତ ଚଳଚ୍ଚିତ୍ର ସମ୍ପର୍କରେ ସେ କହିଛନ୍ତିଯେ, “ଏହା ହେଉଛି ମୋ ରାଜ୍ୟରେ ମୋର ପ୍ରଥମ ଚଳଚ୍ଚିତ୍ର । ଓଡ଼ିଶାର ମହାନ ସନ୍ତାନ ମାନଙ୍କ ମଧ୍ୟରେ ଅନ୍ୟତମ, ବିଜୁ ବାବୁଙ୍କ ବିଷୟରେ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ମୋ ମନରେ ସର୍ବଦା ଇଛା ରହିଥିଲା । ଯେବେକି ଆମେ ସମସ୍ତେ ଜାଣିଛେଯେ, ସେ ଇଣ୍ଡୋନେସିଆ ସରକାରଙ୍କ ଦ୍ୱାରା ଇଣ୍ଡୋନେସିଆର ସର୍ବୋଚ୍ଚ ଜାତୀୟ ପୁରସ୍କାର, ‘ବିତଙ୍ଗ ଯଶ ଉତ୍ତମ’, ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଯାହାର ଅର୍ଥ ହେଉଛି ‘ଭୂମି ପୁତ୍ର’ । ମୁଁ ଏହି ଚଳଚ୍ଚିତ୍ରକୁ ଆନ୍ତର୍ଜାତୀକ ସ୍ତରକୁ ନେବାକୁ ଚାହେଁ । ଏହି ଚଳଚ୍ଚିତ୍ର ବିଜୁ ବାବୁ ନାମରେ ନାମିତ ହୋଇଥିବାବେଳେ ତାଙ୍କର ଦର୍ଶନ ଏହାର ଖୁବ୍ ନିକଟତର ଏବଂ ମୁଁ ନିଶ୍ଚିନ୍ତକି ଏହା ସମସ୍ତ ବୟସର ଦର୍ଶକ ମାନଙ୍କୁ ଆକର୍ଷିତ କରିପାରିବ ଏବଂ ସମସ୍ତଙ୍କୁ ଏକ ନୂତନ ମନୋରଞ୍ଜନର ଖୋରାକ୍ ଯୋଗାଇପାରିବ ।”
ଉକ୍ତ ଚଳଚ୍ଚିତ୍ର ପାଇଁ ମ୍ୟୁଜିକ୍ ସୁନାମଧନ୍ୟ ନିର୍ଦ୍ଦେଶକ, ପ୍ରେମ ଆନନ୍ଦଙ୍କ ଦ୍ୱାରା ଅତି ସୃଜନାତ୍ମକଭାବେ ଡ଼ିଜାଇନ କରାଯାଇଛି । ଅଗ୍ରଣୀ ଓଲିଉଡ଼୍ ଗାୟକ ଯେପରିକି, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଦିପ୍ତିରେଖା ଏବଂ ଅନ୍ୟମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ସଙ୍ଗୀତରେ ନିଜର କଣ୍ଠଦାନ କରିଛନ୍ତି । ଉକ୍ତ ଚଳଚ୍ଚିତ୍ରର ସମସ୍ତ ସଙ୍ଗୀତ ଅତ୍ୟନ୍ତ ମଧୁର ତଥା ମେଲୋଡ଼ିୟସ୍ ହୋଇପାରିଛି ଏବଂ ନିଶ୍ଚିନ୍ତରୂପେ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁପାରିବ ।

ନିର୍ଦ୍ଦେଶକ, ଦେବୀ ପ୍ରସାଦ ଲେଙ୍କା ଏବଂ ବିଶାଲ ମୌର‌୍ୟ୍ୟଙ୍କ ଅନୁଯାୟି, “ଚଳଚ୍ଚିତ୍ରଟି ସମ୍ପୁର୍ଣ୍ଣ ବ୍ୟବସାୟିକ ଫର୍ମାଟରେ ତିଆରି ହୋଇଥିବାବେଳେ ଏଥିରେ ୪ଟି ଆକର୍ଷଣୀୟ ସଙ୍ଗୀତ, ଅନେକ ଡ୍ରାମା, ଆକ୍ସନ, ରୋମାନ୍ସ ଏବଂ କମେଡ଼ି ଭରିରହିଛି । ଯେବେକି ଏହା ବିଜୁ ପଟ୍ଟନାୟକଙ୍କର ଆତ୍ମକାହାଣୀ ନୁହେଁ । ଏହି ଚଳଚ୍ଚିତ୍ର ଯାହାକି ମହାନ ନେତାଙ୍କର ବିଚାରଧାରା, ସ୍ପିରିଟ୍ ଏବଂ ଆକର୍ଷିତ କରିବାଭଳି ବ୍ୟକ୍ତିତ୍ୱ ଉପରେ ପର‌୍ୟ୍ୟବେସିତ, ଯାହାକି ଓଲିଉଡ଼ରେ ଏକ ନୂତନ ଇତିହାସ ସୃଷ୍ଟି କରିବ ।
ଉକ୍ତ ଚଳଚ୍ଚିତ୍ରରେ ମୁଖ୍ୟ ଅଭିନୟ କରିଥିବା ସୁପରଷ୍ଟାର, ଅନୁଭବ ମହାନ୍ତି କହିଛନ୍ତିଯେ, “ଓଡ଼ିଶାରେ ପ୍ରଥମଥର ପାଇଁ ଏଭଳି ଜଣେ ମହାନ ବ୍ୟକ୍ତିତ୍ୱ ତଥା ସମସ୍ତଙ୍କର ପ୍ରିୟ, ବିଜୁ ବାବୁଙ୍କ ଉପରେ ଚଳଚ୍ଚିତ୍ର ତିଆରି ହୋଇଥିବାରୁ ଏବଂ ମୋତେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ଚୟନ କରାଯାଇଥିବାରୁ ମୁଁ ସତରେ ବହୁତ ଗର୍ବିତ । ଏହି ଚଳଚ୍ଚିତ୍ର ଓଡ଼ିଶାର ଯୁବ ବର୍ଗଙ୍କୁ ମହାନ ନେତାଙ୍କ ସମ୍ପର୍କରେ ଅଧିକ କିଛି ଜାଣିବା ପାଇଁ ସୂଯୋଗ ଆଣିଦେବ । ମୁଁ ଆଶା କରୁଛିକି ଉକ୍ତ ଚଳଚ୍ଚିତ୍ର ଏବଂ ଆମ ସମସ୍ତଙ୍କର କଠିନ ପରିଶ୍ରମ ସମସ୍ତଙ୍କ ଦ୍ୱାରା ପ୍ରଂଶସନୀୟ ହୋଇପାରିବ ।”
ଉକ୍ତ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ରୁପେ ଅଭିନୟ କରିଥିବା, ସୁପ୍ରିୟା ନାୟକ କହିଛନ୍ତିଯେ, “ବିଜୁ ବାବୁ” ଚଳଚ୍ଚିତ୍ରରେ କାର‌୍ୟ୍ୟ କରିବାର ଅନୁଭୂତି ହିଁ କିଛି ନିଆରା । ଏଥି ପାଇଁ ମୁଁ ସ୍ୱତନ୍ତ୍ରରୁପେ ନିଳ ମାଧବ ସାର୍ଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, ଯିଏକି ମୋତେ ଏହି ଅନନ୍ୟ ସୂଯୋଗ ଦେଇଛନ୍ତି ଏବଂ ମୁଁ ସତରେ ଗର୍ବିତକି, ଉକ୍ତ ଚଳଚ୍ଚିତ୍ର ଉତ୍କଳ ଦିବସର ପାଖାପାଖି, ମାର୍ଚ୍ଚ ୨୯ ରେ ରିଲିଜ୍ ହେବାକୁ ଯାଉଛି । ମୁଁ ଉକ୍ତ ଚଳଚ୍ଚିତ୍ରକୁନେଇ ଅତ୍ୟନ୍ତ ଉତ୍ସାହିତ ଏବଂ ମୁଁ ଆଶା କରୁଛିକି ମୁଁ ଏଥିରେ ଅଭିନୟକରି ଯେତିକି ଉପଭୋଗ କରିଛି, ଦର୍ଶକମାନେ ମଧ୍ୟ ଉକ୍ତ ଚଳଚ୍ଚିତ୍ରକୁ ସେତିକି ଉପଭୋଗ କରିପାରିବେ ।”
‘ବିଜୁ ବାବୁ’ର ଟ୍ରେଲର ଏବଂ ସଙ୍ଗୀତ ଏକାଧିକ ଚ୍ୟାନେଲ ଏବଂ ଓଡ଼ିଶାର ବିଭିନ୍ନ ପ୍ଲାଟଫର୍ମ ମାନଙ୍କରେ ଦେଖିବା ଏବଂ ଶୁଣିବାର ସୁବିଧା ଉପଲବ୍ଧ ହେବ ।


Share It

Comments are closed.