ଓଡ଼ିଆ ଛାତ୍ର ଆଶିଷ ସୁନା ଆଇବିପିଏସ ପିଓ ୨୦୨୦-୨୧ରେ ୫୨.୭୬ ନମ୍ବର ରଖି କୃତିତ୍ୱ ହାସଲ


ଭୁବନେଶ୍ୱର: ଆଇବିପିଏସ ପିଓ ୨୦୨୦-୨୧ ପରୀକ୍ଷାରେ ଓଡ଼ିଶା ବଲାଙ୍ଗୀର ଜିଲ୍ଲାର ଜଣେ ଛାତ୍ର ଆଶିଷ ସୁନା ୫୨.୭୬ ନମ୍ବର ହାସଲ କରି ଆଗରେ ରହିଛନ୍ତି । ସେ ବଲାଙ୍ଗିରର ଗ୍ରେଡଅପରେ ପ୍ରଶିକ୍ଷଣ ନେଇଥିଲେ ଏବଂ ,ଥି ସହିତ ଗେଟ ପରିକ୍ଷାରେ ଉନ୍ନତ ପ୍ରଦର୍ଶନ ପରେ ଗ୍ରେଡଅପ ପୁଣିଥରେ ଏହାର ସଫଳତାକୁ ଦୋହରାଇଛି । ଏହାର ୧୫୦୦ରୁ ଅଧିକ ଛାତ୍ରଛାତ୍ରୀ ଆଇବିପିଏସ ପିଓ ୨୦୨୦-୨୧ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି, ଯାହାକି ପ୍ରତିଯୋଗୀତାମୂଳକ ପରୀକ୍ଷା ପ୍ରସ୍‌ୁତି କ୍ଷେତ୍ରରେ ଅନ୍ୟତମ ବିଶ୍ୱସ୍ତ ବ୍ରାଣ୍ଡ ଭାବେ ଗ୍ରେଡଅପର ସ୍ଥିତିକୁ ଅଧିକ ମଜବୁତ କରିଛି ।
୭୨%ର ସଫଳତା ହାର ସହିତ ସାରା ଭାରତରେ ଗ୍ରେଡଅପର ଛାତ୍ରଛାତ୍ରୀମାନେ ଏକ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଏହି ସଫଳତା ସମ୍ପର୍କରେ ଗ୍ରେଡଅପର ବିଜନେସ ମୁଖ୍ୟ, ଶ୍ରୀ ପୱାସ୍ ଶର୍ମା କହିଛନ୍ତି ଯେ, “ଆମ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅତୂଳନୀୟ ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛୁ ଏବଂ ଏଥିପାଇଁ ଆମେ ଅଧିକ ଗର୍ବିତ । ଆମେ ଏହି କୃତି ଛାତ୍ରଛାତ୍ରୀମାନଙ୍କୁ ୨ଲକ୍ଷ ଟଙ୍କାର ଉପହାର ସହିତ ପୁରସ୍କୃତ କରିବୁ । ଏହି ଫଳାଫଳ ହେଉଛି ସେହି ବାସ୍ତବତାର ଏକ ପ୍ରମାଣ ଯେ ଗ୍ରେଡଅପ ସର୍ବଦା ଛାତ୍ରଛାତ୍ରୀ ମାନଙ୍କ ସଫଳତାକୁ ଦୃଷ୍ଟି କେନ୍ଦ୍ରିତ କରିଥାଏ । ଗ୍ରେଡଅପରେ ଆମ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣବତା ଶିକ୍ଷା ଉପଲବ୍ଧ କରାଇବା ହେଉଛି ଆମର ଉଦ୍ଦେଶ୍ୟ ।”


Share It

Comments are closed.