ଦିଲ୍ଲୀରେ ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା


ରାଜଧାନୀ ଦିଲ୍ଲୀରେ ପୁଣି ବଢିଲା କରୋନା ସଂକ୍ରମଣ ମାମଲା । ଏହାକୁ ନେଇ ସ୍ଥିତି ଉପରେ ନଜର ରଖିଥିବା କହିଲେ ସିଏମ୍ କେଜ୍ରିୱାଲ । ଦିଲ୍ଲୀରେ କରୋନା ମାମଲା ପୁଣି ଥରେ ବଢୁଥିବା ଦେଖାଯାଉଛି । ଗତ ୨୪ଘଣ୍ଟାରେ ୧୪୧ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି ।

ଗତ ୨୪ଘଣ୍ଟାର ରିପୋର୍ଟ କହିବା ତ ଦିଲ୍ଲୀରେ କରୋନାର ୬୦୮ସକ୍ରିୟ ମାମଲା ରହିଛି । ସେହିଭଳି କରୋନାର ପଜିଟିଭ ରେଟ ୧.୨୯ପ୍ରତିଶତ ହୋଇଯାଇଛି । ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣ ମାମଲା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି, ସଂକ୍ରମଣର ସ୍ଥିତି ଉପରେ ନଜର ରହିଛି ।


Share It

Comments are closed.