୪୦୦ ବର୍ଷ ହେବ ଏହି ଗ୍ରାମରେ ଜନ୍ମ ହୋଇନାହାନ୍ତି କୌଣସି ପିଲା


ମନୁଷ୍ୟ ମାତ୍ରେ କି ସମସ୍ତଙ୍କର ଇଚ୍ଛା ଥାଏ ତାଙ୍କର ଘରର ଉତ୍ତରାଧୀକାରୀ (ଶିଶୁପୁତ୍ର) କିମ୍ବା ଘରର ଲକ୍ଷ୍ମୀ (ଶିଶୁ କନ୍ୟା) ନିଜ ନିଜର ଘରେ ଜନ୍ମ ହୁଅନ୍ତୁ ବୋଲି । କିନ୍ତୁ ଆପଣ ଜାଣିଛନ୍ତି କି ଭାରତରେ ଏପରି ଏକ ଗାଁ ରହିଛି, ଯେଉଁଠାରେ ୪୦୦ ବର୍ଷ ହେବ କୌଣସି ଶିଶୁ ଜନ୍ମ ହୋଇନାହାନ୍ତି । ମଧ୍ୟ ପ୍ରଦେଶର ରାଜଗଡ ଜିଲ୍ଲାରେ ଅବସ୍ଥିତ ରହିଛି ଏହି “ସଙ୍ଖ ଶ୍ୟାମ ଜି” ଗ୍ରାମ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏହା ହେଉଛି ଅଭିଶକ୍ତ ଗ୍ରାମ କାରଣ ଏଠାରେ ଦୀର୍ଘ ୪୦୦ ବର୍ଷ ହେବ କୌଣସି ଦମ୍ପତି ଶିଶୁ ଜନ୍ମ କରିନାହାନ୍ତି । ତାଙ୍କର କହିବା ମୁତାବକ ଯଦି ଏହି ଗ୍ରାମରେ କୌଣସି ଦମ୍ପତି ଶିଶୁ ଜନ୍ମ କରିବାକୁ ଚେଷ୍ଟା କରନ୍ତି, ତେବେ ଶିଶୁ କିମ୍ବା ମା ବିକଳାଙ୍ଗ ହୋଇଯାଏ ନଚେତ ଶିଶୁଟି ମୃତ୍ୟୁବରଣ କରିବାର ଅନେକ ସମ୍ଭାବନା ରହିଥାଏ ।
ଏହି ଅଭିଶକ୍ତ ଗ୍ରାମର ବୈଜେଷ୍ଟ୍ୟ ବ୍ୟକ୍ତିଙ୍କ କହିବା ମୁତାବକ, ୧୬ଶହ ଶତାବ୍ଦିରେ ଯେତେବେଳେ ଗାଁର ଦେବତାଙ୍କ ଦ୍ୱାରା ଏକ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁଥିଲା ସେହି କ୍ଷଣୀ ଏକ ଜଣେ ସ୍ତ୍ରୀ ଗହମ ପେଶୁ ଥିଲେ , ଯାହା କାରଣରୁ ଦେବତା ବିଚଳିତ ହୋଇପଡିଥଲେ ଏବଂ କ୍ରୋଧ ସ୍ୱରୁପ ଏଠାକାର କୌଣସି ବି ମହିଳା ଶିଶୁ ଜନ୍ମ ଦେବାରେ ଅସମର୍ଥ ହେବେ ବୋଲି ଅଭିଶାପ ଦେଇଥଲେ ।
ଏହି ଗ୍ରାମର ସରପଞ୍ଚ ନରେନ୍ଦ୍ର ଗୁଜରଙ୍କ କହିବା ମୁତାବକ କୌଣସି ପ୍ରତିକୂଳ ପରସ୍ଥିତି ହେଉ କିମ୍ବା ଅନୁକୂଳ ପରିସ୍ଥିତ ଏଠାକାର ୯୦% ଶିଶୁ ଡାକ୍ତରଖାନାରେ ଜନ୍ମ ହେଉଥିବା ବେଳେ ଜରୁରୀକାଳୀନ ପରିସ୍ଥିତିରେ ଗାଁ ଠାରୁ ଦୂରରେ ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ବିଶ୍ୱାସ ରହିଛି ଏହି ଗ୍ରାମଟି ଅଭିଶକ୍ତ ଅଟେ । ସେଥିପାଇଁ ଗ୍ରାମର ଦୂରରେ ଏକ ଘର ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଜରୁରୀକାଳୀନ ପରିସ୍ଥିତିରେ ଦମ୍ପତି ସେଠାରେ ଶିଶୁ ଜନ୍ମ କରିପାରିବେ । ଜଣେ ବୃଦ୍ଧାଙ୍କ କହିବା ମୁତାବକ ଏହି ଗ୍ରାମର କୌଣସି ବି ବ୍ୟକ୍ତି ମଦ୍ୟପାନ କରିନ୍ତି ନାହିଁ କିମ୍ବା ଏହି ଗ୍ରାମରେ ମାଂସ ମଧ୍ୟ ପ୍ରବେଶ ହୁଏ ନାହିଁ, ଯାହାକି ଭଗବାନଙ୍କ ଏକ ବରଦାନ ବୋଲି ବିଶ୍ୱାସ ରହିଛି ।


Share It

Comments are closed.