ଓଡିଶାରୁ ଏହି ସୁନ୍ଦରୀମାନେ ଫେମିନା ମିସ ଇଣ୍ଡିଆରେ ରାଜ୍ୟକୁ ପ୍ରତିନିଧିତ୍ଵ କରିବେ


ଗ୍ଲାମର ଓ ଫ୍ୟାସନ ଇଣ୍ଡଷ୍ଟ୍ରିରେ ଯୁବ ପ୍ରତିଭାମାନଙ୍କ କଳାକୁ ପ୍ରଦର୍ଶନ କରିବା ପାଇଁ ଏଫବିବି କଲସ୍ର ମିସଇଣ୍ଡିଆ ୨୦୧୯ର ଆରମ୍ଭ ହୋଇଛି । ଓଡ଼ିଶାରେ ଏହାର ଅଡ଼ିସନ୍ ଏପ୍ରିଲ୍ ରସୁଲଗଡ଼ ଏକ୍ସପ୍ଲାନେଡ଼ ମଲ୍ସ୍ଥିତ ବିଗ୍ବଜାର ଷ୍ଟୋରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରବିଭିନ୍ନ ପ୍ରନ୍ତରୁ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ପ୍ରତିଯୋଗିଏହି ଅଡ଼ିସନରେଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରେ ତମନ୍ନା ବ୍ୟାସ, ଶିତଲ ସାହୁ ଏବଂ ଅରୁପା ରଥଙ୍କୁ ପ୍ରତିଯୋଗୀତାର ବିଜେତା ଘୋଷଣା କରାଯିବା ସହ ପରବର୍ତ୍ତି ପର୍ଯ୍ୟାୟ ପାଇଁ ଚୟନ କରାଯାଇଛି ।

ଏହି ତିନି ଜଣ ଓଡ଼ିଆ ପ୍ରତିଭା ଏପ୍ରିଲ୍ ୨୩ରେ ୱେଷ୍ଟିନ୍କଲିକତାରେ ଅନୁଷ୍ଠିତହେବାକୁ ଥିବାଇଷ୍ଟ ଜୋନାଲ କ୍ରାଉନିଂ ସେରେମନିରେ ନିଜରକଳା ପ୍ରଦର୍ଶନ କରିବେ । ପୁଣି ଇଷ୍ଟ ଜୋନର ୫ଟି ରାଜ୍ୟରୁ ମିସ ଇଣ୍ଡିଆ ଛତିଶଗଡ଼, ମିସ ଇଣ୍ଡିଆ ବିହାର, ମିସ ଇଣ୍ଡିଆ ବେଙ୍ଗଲ, ମିସ ଇଣ୍ଡିଆ ଝାଡ଼ଖଣ୍ଡ, ମିସ ଇଣ୍ଡିଆ ଓଡ଼ିଶାଙ୍କ ସମେତ ଆସାମ, ଅରୁଣାଞ୍ଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଓ ସିକ୍କିମ ପ୍ରମୁଖ ରାଜ୍ୟମାନଙ୍କର ବିଜେତା ଜୁନ୍ ୧୫ରେ ମୁମ୍ବାଇରେ ହେବାକୁ ଯାଉଥିବାଗ୍ରାଣ୍ଡ ଫିନାଲେରେଯୋଗ ଦେବେ ।ଏହାଛଡ଼ା ପ୍ରତିଯୋଗିମାନେ ମିସ୍ଇଣ୍ଡିଆରଫେସ୍ବୁକ୍, ଟ୍ୱିଟର ଓ ଇନ୍ଷ୍ଟାଗ୍ରାମ ପେଜ୍କୁ ଅନୁସରଣ କରିପାରିବେ । ଏହାରଗ୍ରାଣ୍ଡ ଫିନାଲେ ଜୁନ୍ ୩୦ରେ ଅପରାହ୍ନ ୧ ଓ ୫ରେ କଲର୍ସରେଏବଂ ଅପରାହ୍ନ ୫ଟାରେ ଏମ୍ଟିଭିରେ ପ୍ରସାରିତହେବ ।
ଇଷ୍ଟ ଜୋନ୍ ଦାୟିତ୍ୱରେ ଥିବାନେହା ଦୁପିଆ ପ୍ରକାଶକରିଛନ୍ତି, “ମୁଁ ମୋର ଯାତ୍ରା ମିସ ଇଣ୍ଡିଆଠାରୁ ଆରମ୍ଭ କରିଛିଏବଂ ପ୍ରତିବର୍ଷ ଅନେକ ପ୍ରତିଭାମାନଙ୍କୁ ଦେଖିଆସୁଛି, ଯେଉଁମାନେ ମିସ ଇଣ୍ଡିଆ ଜିତିବାକୁ ଓ ମିସ ୱାର୍ଲଡ ଜିତି ଭାରତକୁ ଗୌରବାନ୍ୱିତ କରିବାକୁ ସ୍ୱପ୍ନ ଦେଖିଥାଆନ୍ତି । ମୁଁ ଏହି ବର୍ଷ ମନୁଷୀଙ୍କ ପରବର୍ତ୍ତୀ ପିଢ଼ି ଦଖିବାକୁଚାହୁଁଛି ।”


Share It

Comments are closed.