ଖରାଦିନେ କିପରି ନେବେ କେଶର ଯତ୍ନ


କେଶ ସର୍ବଦା ଶରୀରର ସୌନ୍ଦର୍ଯ୍ୟତା ବୃଦ୍ଧି କରିଥାଏ । କେଶକୁ ସର୍ବଦା ସୁସ୍ଥ ରଖିବା ପାଇଁ କିଛି ସାଧାରଣ କଥାକୁ ଧ୍ୟାନରେ ରଖିବାକୁ ପଡିବ । ଖରାଦିନେ ଝାଳ ଏବଂ ସୂର୍ଯ୍ୟ କରିଣ ପ୍ରଭାବରୁ କେଶ ଶୁଷ୍କ ହୋଇଥାଏ । ଆସନ୍ତୁ ଜାଣିବା ଖରାଦିନେ କିପରି ନେବେ କେଶର ଯତ୍ନ ।
୧. କେଶକୁ ସର୍ବଦା ସୂର୍ଯ୍ୟକିରଣ, ପବନ, ବର୍ଷା ଜଳ, ଅତ୍ୟଧିକ ଗରମରୁ ରକ୍ଷା କରିବା ଆବଶ୍ୟକ । ଏହା ମୁଣ୍ଡରେ ମଇଳା ଜମା କରିଥାଏ ଏବଂ ରୂପି, କେଶ ଝଡିବା ଇତ୍ୟାଦି ସମସ୍ୟା ଦେଖାଦେଇଥାଏ । ଖରାଦିନେ କେଶକୁ ସପ୍ତାହକୁ ୨ରୁ ୩ ଥର ଧୁଅନ୍ତୁ । ଧୋଇବା ପରେ ଭଲ କରି ଶୁଖାଇ କୁଣ୍ଡାନ୍ତୁ ।
୨. ଖରାଦିନେ କେଶରେ ଉଭୟ ସାମ୍ଫ୍ୟୁ ଏବଂ କଣ୍ଡିସନର ବ୍ୟବହାର କରନ୍ତୁ । ଧ୍ୟାନ ରଖନ୍ତୁ ଯେ କଣ୍ଡିସନର ସ୍କାଲ୍ପ ଠାରୁ ୨ ଇଞ୍ଚ ଛାଡି ଲଗାନ୍ତୁ ମୁଣ୍ଡ ବ୍ୟତୀତ କେବଳ କେଶରେ ଲଗାଇଲେ ମଧ୍ୟ ଭଲ । ଏହା ଖରାଦିନେ ଝାଳ ହେତୁ ଦୁର୍ଗନ୍ଧକୁ କମ କରିଥାଏ ।
୩. ଖରିଦନେ କେଶକୁ ଅତ୍ୟଧିକ ପରିମାଣର ଗରମତାପ ଦେବା ଉଚିତ ନୁହେଁ । ଏହା ଦ୍ୱାରା କେସ ଡ୍ରାଏ ହୋଇ ଝଡିଥାଏ । ଯଦି ଆପଣ ଷ୍ଟ୍ରେଟନର କିମ୍ବା କର୍ଲର ବ୍ୟବହାର କରୁଛନ୍ତି ତେବେ ହିଟ ପ୍ରୋଟେଟିଙ୍ଗ ର୍ସ୍ପେ ଲଗାଇବା ଭୁଲନ୍ତୁ ନାହିଁ ।
୪. ଖରାଦିନେ ଖରା ହେତୁ ମୁଣ୍ଡ ବିନ୍ଧା ତଥା କେଶ ଝଡିବା ସମସ୍ୟ ବେଶି ଦେଖାଯାଇଥାଏ । କେଶରେ ତେଲ ଲଗାଇବା ଭଲ ଏହା ଦ୍ୱାରା କେଶର ଶୁଷ୍କତା କମ ହୋଇନଥାଏ ଏବଂ ଏହା ମୁଣ୍ଡ ବିନ୍ଧାରୁ ମଧ୍ୟ ମୁକ୍ତି ପ୍ରଦାନ କରିଥାଏ । ସପ୍ତାହକୁ ଥରେ କେଶରେ ତେଲ ମାଲିସ କରନ୍ତୁ , ଧୋଇବାର ୮ ରୁ ୧୦ ଘଣ୍ଟା ପୂର୍ବରୁ ତେଲ ମାଲିସ କଲେ ଭଲ ।
୫. କେଶକୁ ସୁସ୍ଥ ଏବଂ ଭଲ ରଖିବା ପାଇଁ ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ ଯାହା କେଶକୁ ଶରୀରର ଅର୍ନ୍ତଭାଗରୁ ଭଲ ରଖିଥାଏ । ଅଧିକରୁ ଅଧିକ ପାଣି ମଧ୍ୟ ପିଅନ୍ତୁ ।


Share It

Comments are closed.