ସିଂହ ଛୁଆକୁ କୋଳରେ ବସାଇ କ୍ଷୀର ପିଆଇଲେ ସାକ୍ଷୀ


ଏମ୍‌ଏସ୍‌ ଧୋନୀ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ରୁ ସନ୍ୟାସ ନେବା ପରେ ପରିବାର ସହ ସମୟ ବିତାଉଛନ୍ତି । ଅନେକ ଥର ତାଙ୍କୁ ଆଇପିଏଲ୍‌ରେ ଖେଳିବା ନଜର ଆସିଥିଲେ । ଏହାପରେ ସେ ନିଜର ପରିବାରକୁ ଦୁବାଇ ଡାକିଥିଲେ । ତାଙ୍କର ପତ୍ନୀ ସାକ୍ଷୀ ଧୋନୀ ସେଠାରେ ନିଜର ଜନ୍ମଦିନ ପାଳନ କରିଥିଲେ । ପୁଣି ସେ ଝିଅ ଜିଭାଙ୍କ ସହ ଫେମ୍‌ ପାର୍କରେ ପହଞ୍ଚିଥିଲେ । ଉଲ୍ଲେଖନୀୟ ଯେ, ଫେମ୍‌ପାର୍କ ସବୁଠୁ ଲୋକପ୍ରିୟ ଏନିମଲ ଫାର୍ମ ଅଟେ। ଏଠାରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଅଛନ୍ତି । ସାକ୍ଷୀ ଧୋନୀ ସିଂହ ଛୁଆକୁ କୋଳରେ ବସାଇ କ୍ଷୀର ପିଆଇଲେ ଏବଂ କୁମ୍ଭୀରକୁ ବି ଭିନ୍ନ ଅନ୍ଦାଜରେ ଖାଦ୍ୟ ଖୁଆଇଥିଲେ । ଇନଷ୍ଟାଗ୍ରାମ୍‌ରେ ଏହି ଭିଡ଼ିଓ ବହୁତ ଶୀଘ୍ର ଭାଇରାଲ ହେଉଛି ।

https://www.instagram.com/tv/CIedxLAHB1t/?utm_source=ig_web_copy_link

ସାକ୍ଷୀ ଧୋନୀ ଏକ ଫଟୋ ଆଲବମ୍‌ ଓ ଭିଡ଼ିଓ ସେୟାର କରିଛନ୍ତି , ଏଥିରେ ସେ ଜୀବଜନ୍ତୁଙ୍କୁ ଖାଦ୍ୟ ଖୁଆଉଛନ୍ତି ଏବଂ ଫଟୋ କ୍ଲିକ୍‌ କରୁଛନ୍ତି । ସେ ସବୁଠୁ ପ୍ରଥମେ ଜିରାଫକୁ ଖୁଆଇଥିଲେ , ଏହାପରେ ସେ ଭାଲୁକୁ ଖୁଆଇଲେ । ଖାଲି ଏତିକି ନୁହେଁ ବିପଦପୂର୍ଣ୍ଣ ଜୀବଙ୍କୁ ବି ଦୂରରୁ ଖାଦ୍ୟ ଦେବାର ଦେଖିବାକୁ ମିଳିଥିଲା । ସେ କୁମ୍ଭୀରକୁ ଏକ ବାଡ଼ି ଦ୍ୱାରା ଖାଦ୍ୟ ଖାଇବାକୁ ଦେଇଥିଲେ । ସାକ୍ଷୀ ଧୋନୀ ଭିଡ଼ିଓ ସେୟାର କରି କ୍ୟାପସନରେ ଲେଖିଥିଲେ , ସବୁଠୁ ସୁନ୍ଦର ସମୟର ଏର ଫେମ୍‌ ପାର୍କ । ରୋମାଞ୍ଚକ ଭେଟଘାଟ । ଏହା ଲାରା ଜୀବନ ମନେରହିବ । ସୈଫ୍‌ ଅହମଦ ବେଲହାସାଙ୍କୁ ଧନ୍ୟବାଦ , ଯିଏ ଆମକୁ ସେଠାକୁ ନେଇଯାଇଥିଲେ । ପଶୁଙ୍କ ଆଖିରେ ମହାନ ଭାଷା କହିବାର ଶକ୍ତି ହୋଇଥାଏ।


Share It

Comments are closed.