ଅଙ୍କୁରାୟନ-୨୦୨୦ ପ୍ରତିଯୋଗିତାରେ ଦଶମ ପର୍ଯ୍ୟନ୍ତ ପିଲାମାନେ ଦେଖାଇ ପାରିବେ ନିଜ ସର୍ବୋତ୍ତମ ଦକ୍ଷତା, ପଞ୍ଜିକରଣ ଆରମ୍ଭ


ଭୁବନେଶ୍ୱର : ଛୋଟ ଛୋଟ ପିଲାଙ୍କ ପ୍ରତିଭାକୁ ସାମନାକୁ ଆଣିବା ଲକ୍ଷ୍ୟରେ ସାମାଜିକ ଅନୁଷ୍ଠାନ ‘ବନ୍ଧୁ’ ପକ୍ଷରୁ ଏହାର ବାର୍ଷିକ କାର୍ଯ୍ୟକ୍ରମ ‘ଛୋଟିଆ ଆଖିରେ ବଡ ସପନ- ଅଙ୍କୁରାୟନ ୨୦୨୦’ ଆସନ୍ତା ଡିସେମ୍ବର ୧୬-୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଯେକୌଣସି ସ୍ଥାନରେ ରହୁଥିବା ଓଡିଆ ପିଲାମାନେ ଅନଲାଇନରେ ପଞ୍ଜିକରଣ କରି ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଭାଗ ନେଇପାରିବେ । ଗତ ୧୪ ବର୍ଷ ଧରି କ୍ରମାଗତ ଭାବେ ଅନୁଷ୍ଠିତ ହେଉଥିବା ‘ବନ୍ଧୁ’ର ଏହି ବାର୍ଷିକ କାର୍ଯ୍ୟକ୍ରମ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଅନଲାଇନ ମାଧ୍ୟମରେ କରାହେଉଛି । ଏହା ଅଙ୍କୁରାୟନର ୧୮ତମ ସଂସ୍କରଣ ।
ଛୋଟ ଛୋଟ ପିଲାଙ୍କ ବୌଦ୍ଧିକ ଶକ୍ତିର ବିକାଶ ଲକ୍ଷ୍ୟରେ ଆୟୋଜିତ ହେବାକୁ ଯାଉଥିବା କାର୍ଯ୍ୟକ୍ରମର ବିଭିନ୍ନ ବିଭାଗରେ ଓଡିଶା କିମ୍ବା ଓଡିଶା ବାହାରେ ରହୁଥିବା ଯେକୌଣସି ଓଡିଆ ପିଲା ଭାଗ ନେଇ ପାରିବେ । ଭାଗ ନେବାକୁ ଇଚ୍ଛୁକ ପ୍ରତିଯୋଗୀମାନେ www.bandhuodisha.in/ankurayan ରେ ପଞୀକରଣ କରି ପାରିବେ ।
ଚଳିତବର୍ଷ ଅଙ୍କୁରାୟନ କାର୍ଯ୍ୟକ୍ରମରେ ୮ଟି ବିଭାଗ ଯଥା : ସୃଜନିକା, ଇନ୍ଦ୍ରଧନୁ, ସର୍ଜନା, ଚିତ୍ରଉତ୍ତୋଳନ, ମୁରୂଜ, ଝୋଟିଚିତା, ଆବୃତ୍ତି ଓ ବକୃତା ଆଦିରେ ବିଭକ୍ତ କରାଯାଇଛି । ପ୍ରତିଯୋଗିତା ପାଇଁ ପ୍ରତିଯୋଗୀମନଙ୍କୁ ଦୁଇ ଭାଗରେ ଯଥା : ବରିଷ୍ଠ (ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ) ଓ କନିଷ୍ଠ (ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ) ବିଭକ୍ତ କରାଯାଇଛି । ପ୍ରତିଯୋଗୀତା ସମ୍ବନ୍ଧୀୟ ସମସ୍ତ ବିବରାଣୀ www.bandhuodisha.in/ankurayan ଲିଙ୍କରେ ପାଇ ପାରିବେ ଏବଂ ସୂଚନା ଓ ଅନୁସନ୍ଧାନ ପାଇଁ ୯୪୩୯୨୭୩୨୯୯ / ୬୩୭୦୧୪୪୨୯୯ ନମ୍ବରରେ ଯୋଗାଯୋଗ କରିପାରିବେ ।
ଏହି ସଂପର୍କରେ ସୂଚନା ଦେଇ ଅଙ୍କୁରାୟନ ୨୦୨୦ର ଆବାହକ ଶ୍ରୀ ସୌମ୍ୟ ରଞ୍ଜନ ମହାନ୍ତି କହିଛନ୍ତି ଯେ, “ଛୋଟ ଛୋଟ ପିଲାଙ୍କ ଉଚିତ ଶିକ୍ଷା ଓ ବୌଦ୍ଧିକ ଓ ସୃଜନାତ୍ମକ ବିକାଶ ଉପରେ ହିଁ ନିର୍ଭର କରେ ।, ରାଜ୍ୟ ଓ ରାଷ୍ଟ୍ରର ବିକାଶ ଯୁବଗୋଷ୍ଠୀଙ୍କ ମଧ୍ୟରେ ନିଜ ଗାଁ ଓ ମାଟି ପାଇଁ ମମତା ଜାଗ୍ରତ କରିବା ଦିଗରେ ‘ବନ୍ଧୁ’ ସର୍ବଦା ପ୍ରୟାସରତ । ”
ଏ ସଂପର୍କରେ ସୂଚନା ଦେଇ ଅଙ୍କୁରାୟନ -୨୦୨୦ର ଆବାହକ ଶ୍ରୀ ସୌମ୍ୟ ରଞ୍ଜନ ମହାନ୍ତି କହିଛନ୍ତି ଯେ, “ରାଜ୍ୟ ଏବଂ ରାଷ୍ଟ୍ରର ବିକାଶ ଛୋଟ ଛୋଟ ପିଲାଙ୍କ ସଠିକ ଶିକ୍ଷା ସହ ବୌଦ୍ଧିକ ଏବଂ ସୃଜନାତ୍ମକ ବିକାଶ ଉପରେ ନିର୍ଭର କରେ । ବନ୍ଧୁ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ନିଜ ଗାଁ ଓ ମାଟି ପାଇଁ ମମତା ଜାଗ୍ରତ କରିବା ଦିଗରେ ସର୍ବଦା ପ୍ରୟାସରତ । ବନ୍ଧୁ ଏହାର ବାର୍ଷିକୋତ୍ସବ ‘ଅଙ୍କୁରାୟନ’କୁ କରୋନା ଦୃଷ୍ଟିରେ ରଖି ଅନଲାଇନ ମାଧ୍ୟମରେ ପରିଚାଳନା କରିବ । ଏଥିରେ ରାଜ୍ୟ କିମ୍ବା ବାହାରେ ରହୁଥିବା ଯେକୌଣସି ଓଡିଆ ପିଲା ଭାଗନେଇ ନିଜର ପ୍ରତିଭା ଦେଖାଇ ପାରିବେ । ”


Share It

Comments are closed.