ବିବାଦରେ ଛନ୍ଦି ହେଲେ କୁଲଦୀପ ଯାଦବ, ଟିକାକରଣକୁ ନେଇ ସାଧାରଣରେ ଉଠିଲା ପ୍ରଶ୍ନ


ନିକଟରେ ଭାରତୀୟ ସ୍ପିନର କୁଲଦୀପ ଯାଦବ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ହେଲେ ତାଙ୍କ ଟିକାକରଣ ନେଇ ଉଠିଛି ପ୍ରଶ୍ନ । ଘଟଣାର ଯାଞ୍ଚ ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କାନପୁର ପ୍ରଶାସନ । ବାସ୍ତବରେ କୁଲଦୀପ ଯାଦବ କାନପୁର ମ୍ୟୁନିସିପାଲିଟି କର୍ପୋରେସନର ଲନରେ ଟିକା ନେଇଥିଲେ । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଲୋକେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଡାକ୍ତରଖାନା ଯାଇ ସେମାନଙ୍କୁ ଟିକାକରଣ କରିଥିଲେ ।

ଏଭଳି ପରିସ୍ଥିତିରେ କୁଲଦୀପ ଯାଦବଙ୍କ ପାଇଁ ଟିକା ନେବା ପ୍ରୋଟୋକଲ ଭଙ୍ଗାଯାଇଛି । ଡିଏମ କହିଛନ୍ତି ଯେ ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଯଦି ଯେ କେହି ବି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଉପଯୁକ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୁଲଦୀପଙ୍କ ଟିକାକରଣର ଚିତ୍ର ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଚିତ୍ରରେ କୁଲଦୀପ ଲନରେ ଟିକା ନେବା ନେୁଥିବା ଦେଖିବାକୁ ମିଳିଛି । ଏହି ଚିତ୍ରକୁ କୁଲଦୀପ ନିଜ ଟ୍ୱିଟର ଆକାଉଣ୍ଟରେ ବି ସେୟାର କରିଛନ୍ତି ।

ଏଥିସହ ଟିକା ନେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି । ତେବେ ଭାଇରାଲ ଫଟୋର ସୂଚନା ପାଇବା ପରେ ଡିଏମ ଆଲୋକ ତିୱାରୀ ଏହି ମାମଲାର ସୂଚନା ଦେଇଛନ୍ତି । ତଦନ୍ତ ପାଇଁ ସେ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୁଲଦୀପଙ୍କୁ ଭିଆଇପି ଚିକିତ୍ସା ଦେବାର ଅଭିଯୋଗ ଉପରେ ଡିଏମ କହିଛନ୍ତି, “ନିୟମ ଅନୁଯାୟୀ ଟୀକାକରଣ ଦିଆଯାଉଛି । କେହି ଭିଆଇପି ଚିକିତ୍ସା ପାଇନାହାଁନ୍ତି । ମାମଲାଟି ଜାଣିବାକୁ ପାଇଛି, ଆମେ ଶୀଘ୍ର ଏହାର ଯାଞ୍ଚ କରିବୁ ।


Share It

Comments are closed.