ଆପଣ ଡାଏଟ କରୁଛନ୍ତି କି ଜାଣିରଖନ୍ତୁ ରାତି ୮ ପରେ କେଉଁ ଖାଦ୍ୟ କରିପାରେ ଆପଣଙ୍କ ସ୍ୱାସ୍ଥ୍ୟହାନି


ଡାଏଟ କରନ୍ତୁ କିମ୍ବା ନକରନ୍ତୁ ଆୟୁର୍ବେଦ ଅନୁଯାୟୀ ରାତି ୮ଟା ପରେ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ । ଆୟୁର୍ବେଦ ଅନୁଯାୟୀ ଶୋଇବାର ୩ରୁ ୪ ଘଣ୍ଟା ପୂର୍ବରୁ ରାତି ଭୋଜନ ସାରିଦେବା ଉଚିତ । ଏହା ଦ୍ୱାରା ବହୁ ପ୍ରକାରର ରୋଗରୁ ମୁକ୍ତି ପାଇପାରିବେ । ବହୁ ଡାଏଟିସିଆନ ମଧ୍ୟ ଏହା ଉପଦେଶ ଦିଅନ୍ତି କି ଆପଣ ୭ରୁ ୮ ମଧ୍ୟରେ ରାତି୍ରି ଭୋଜନ ସମାପ୍ତ କରନ୍ତୁ । କିନ୍ତୁ ରାତି୍ର ଭୋଜନ ପରେ ମଧ୍ୟ କୋତୋଟି ଖାଦ୍ୟ ପଦାର୍ଥ ରହିଛି ଯାହା ଖାଇବାଦ୍ୱାରା ଆପଣଙ୍କ ଡାଏଟ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା ରାତି ୮ ପରେ କିମ୍ବା ରାତ୍ରି ଭୋଜନ ପରେ କେଉଁ ଖାଦ୍ୟର କରିବେ ବାରଣ . . . . .
୧. ଚକୋଲେଟ – ଚକୋଲେଟ ଖାଇବାକୁ ସ୍ୱାଦିଷ୍ଟ ହେଲେ ମଧ୍ୟ ଏହା ଶରୀରରେ କ୍ୟାଲୋରୀର ବୃଦ୍ଧି କରିଥାଏ ।
୨. ଆଲକୋହଲ – ଆପଣ ପ୍ରତିଦିନ ଜିମ ଯାଉଥିଲେ କିମ୍ବା ମାଂସପେଶୀ ଶକ୍ତିଶାଳୀ କରିବାକୁ ଚାହୁଁଥିଲେ ଆଲୋକହଲର ସେବନ କରନ୍ତୁ ନାହିଁ । ଏହା ଓଜନ ବୃଦ୍ଧି କରିବା ସହିତ ନିଦ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।
୩. ଚିପ୍ସ ଏବଂ ଛଣା ଖାଦ୍ୟ ତଥା ଫାଷ୍ଟ ଫୁଡ – ରାତିରେ ଖାଇବା ପରେ କ୍ରେଭିଂ ହେଉଥିଲେ ମଧ୍ୟ ଆପଣ ଚିପ୍ସ କିମ୍ବା ଫାଷ୍ଟ ଫୁଡ ଖାଆନ୍ତୁ ନାହିଁ । ଚିପ୍ସରେ ସୋଡିୟମ ଥାଏ ଏବଂ ଆନାବଶ୍ୟକ ଲୁଣ ଥାଏ ଯାହାକି କ୍ୟାଲୋରୀ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏବଂ ଫାଷ୍ଟ ଫୁଡ ଏବଂ ତେଲ ଭାଜି ମଧ୍ୟ କ୍ୟାଲୋରୀ ବୃଦ୍ଧି କରିଥାଏ ।
୪. ସୋଢା ଏବଂ ସଫ୍ଟ ଡ୍ରିଙ୍କସ – ସୋଢା ଏବଂ ସଫ୍ଟ ଡ୍ରିଙ୍କସରେ କାର୍ବୋନେଟେଡ ସୁଗାର ରହିଛି ଯାହା ଶରୀର ପାଇଁ ଖୁବ କ୍ଷତିକାରକ । ଏହା ଶରୀରରେ କ୍ୟାଲୋରୀର ମାତ୍ରା ବୃଦ୍ଦି କରିବା ସହିତ ନିଦରେ ମଧ୍ୟ ବାଧା ସୃଷ୍ଟି କରିଥାଏ ।
୫. ଆଇସକ୍ରିମ – ଆଇସକ୍ରିମ ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ । କିନ୍ତୁ ଏହା ବହୁ ମାତ୍ରାରେ କ୍ୟାଲୋରୀରେ ଭରପୁର ତେଣୁ ଏହା ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀର ବୃଦ୍ଧି ହୋଇଥାଏ ।


Share It

Comments are closed.