ରୋଷେଇ ଘର ପ୍ରସ୍ତୁତ ପୂର୍ବରୁ ଜାଣନ୍ତୁ ଏହାର ବାସ୍ତୁ ଉପଚାର


ନିରାକରଣ ଏବଂ ପ୍ରସ୍ତୁତି, ସମସ୍ୟା ଏବଂ ପ୍ରସ୍ତୁତି ଠାରୁ ଉନ୍ନତ ଅଟେ । ସମଗ୍ର ପୃଥିବୀ ଏକ ଶକ୍ତି । ବାସ୍ତୁର ନିୟମ ଅନୁଯାୟୀ ପ୍ରଚଳିତ ପଦାର୍ଥ ସକାରତ୍ମକ ପ୍ରଭାବ ଏବଂ ବାସ୍ତୁର ନିୟମ ବ୍ୟତିକ୍ରମରେ ପଦାର୍ଥଗୁଡିକ ନକରାତ୍ମକ ପ୍ରଭାବ ପ୍ରଦାନ କରିଥାଏ । ସେହିପରି ଏକ ଗୃୃହ ପ୍ରସ୍ତୁତ କରିବାରେ ମଧ୍ୟ କିଛି ବାସ୍ତୁ ବିଚାର ଏବଂ ନିୟମ ରହିଛି । ଏହା ସମ୍ପୂର୍ଣ୍ଣ ଘରେ ସକରାତ୍ମକ କିମ୍ବା ନକରାତ୍ମକ ପ୍ରଭାବ ପକାଇଥାଏ । ଗୃହର ମୁଖ୍ୟ ରୋଷେଇ ଘର ପ୍ରସ୍ତୁତି ସମୟରେ ବାସ୍ତୁ ବିଚାର ଏବଂ ନିୟମ ମାନିବା ଅତ୍ୟନ୍ତ ଆବଶ୍ୟକ । ଅଗ୍ନିର ବାସ ରୋଷେଇ ଘରେ ହେଉଥିବାରୁ ଏହାର ଅବମାନନା ବହୁକିଛି କ୍ଷତି କରିଥାଏ । ଏପରିକି ସ୍ୱାସ୍ଥ୍ୟରେ କ୍ଷତି, ଆର୍ଥିକ କ୍ଷତି ଏବଂ ପାରିବାରିକ କଳହର ମଧ୍ୟ କାରଣ ହୋଇପାରେ । ତେଣୁ ପ୍ରଥମରୁ ହିଁ ବାସ୍ତୁ ବିଚାର କରିବା ଦ୍ୱାରା ବହୁ ସମସ୍ୟାକୁ ଏଡାଇ ଦିଆଯାଇପାରିବ । ଆସନ୍ତୁ ଜାଣିବା ବାସ୍ତୁ ବିଚାର ଅନୁଯାୟୀ କଣ ବାରଣ କରିବେ ଏବଂ କଣ ପଦ୍ଧତି ଅବଲମ୍ବନ କରିବେ ।
କେଉଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାହା ଆପଣ ବାରଣ କରିବା ଉଚିତ –
୧. ପୂଜା ଘରର ଠିକ ଉପରେ କିମ୍ବା ତଳେ ରୋଷେଇ ଘର କରିବା ଅନୁଚିତ ।
୨. ଟଇଲେଟର ଠିକ ଉପରେ କିମ୍ବା ତଳେ ରୋଷେଇ ଘର କରନ୍ତୁ ନାହିଁ ।
୩. ଶୋଇବା ଘରର ଠିକ ଉପରେ କିମ୍ବା ତଳେ ରୋଷେଇ ଘର କରିବା ଅନୁଚିତ ।
୪. ରୋଷେଇଘରର ପ୍ରବେଶ ଦ୍ୱାର ସମ୍ମୁଖରେ ଗ୍ୟାସ ବର୍ଣ୍ଣର କିମ୍ବା ଷ୍ଟୋଭ ରଖିବା ଉଚିତ ନୁହେଁ ।
୫. ରୋଷେଇଘରର ମୁଖ୍ୟ ଦ୍ୱାର କୋଣରେ କରନ୍ତୁ ନାହିଁ । ଏହାକୁ ପୂର୍ବ, ଉତ୍ତର କିମ୍ବା ପଶ୍ଚିମ ଦିଗକୁ ପ୍ରସ୍ତୁତ କରନ୍ତୁ ।
୬. ଉତ୍ତର -ପୂର୍ବ ଦିଗରେ ରୋଷେଇ ଘରର ଦ୍ୱାର ରହିବା ଦ୍ୱାରା ଏହା ପରିବାର ସଦସ୍ୟମାନଙ୍କୁ ମାନସିକ ଚାପ ପ୍ରଦାନ କରିଥାଏ ।
୭. ରୋଷେଇ ଘରର ଦ୍ୱାର ଦକ୍ଷିଣ-ପଶ୍ଚିମ ଦିଗକୁ ରହିଲେ ପରିବାରରେ କଳହ ଦେଖାଯାଇଥାଏ ।
୮. ଉତ୍ତର-ପଶ୍ଚିମ ଦ୍ୱାର ଯୁକ୍ତ ରୋଷେଇ ଘର ଭଲ କିନ୍ତୁ ଏହା ଦ୍ୱାରା ଆର୍ଥିକ ଖର୍ଚ୍ଚ ହୋଇଥାଏ ।
୯. ଉତ୍ତର ଦିଗରେ ରୋଷେଇ ଘରର ଦ୍ୱାର ଅଧିକ ଖର୍ଚ୍ଚ ବୃଦ୍ଧି କରିଥାଏ ।
୧୦. ପଶ୍ଚିମକୁ ମୁହଁ କରି ରୋଷେଇ କରିବା ଦ୍ୱାରା ସ୍ୱସ୍ଥ୍ୟ ହାନି ହେବା ସହିତ ଦକ୍ଷିଣକୁ ମୁହଁ କରି ରୋଷେଇ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦେଖାଯାଇଥାଏ ।

କେଉଁ ଗୁରୁତ୍ୱପୂର୍ଣ୍ଣ ପଦ୍ଧତି ଅବଲମ୍ବନ କରିବା ଉଚିତ –
୧. ରୋଷେଇଘରର ପ୍ଲାଟଫର୍ମ ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ ।
୨. ଗ୍ୟାସ ବର୍ଣ୍ଣର କିମ୍ବା ଷ୍ଟୋଭ ରୋଷେଇଘରର କୋଣରେ ରହିବା ଉଚିତ ।
୩. ରୋଷେଇଘରର ମୁଖ୍ୟ ପ୍ଲାଟଫର୍ମକୁ ଏଲ ସେପରେ ରଖନ୍ତୁ । ଏହାକୁ ଲଗାଇ ମାଇକ୍ରୋ ଓଭେନ, ଗ୍ରାଏଣ୍ଡର ଇତ୍ୟାଦି ରଖନ୍ତୁ ।
୪. ୱାଶ ବେସିନ କିମ୍ବା ସିଙ୍କ ଉତ୍ତର-ପୂର୍ବ ଦିଗକୁ ରଖନ୍ତୁ ।
୫. ଉତ୍ତର-ପୂର୍ବ ଦିଗକୁ ପାଣି ପିଇବା ପାଇଁ ବାସନ କିମ୍ବା ଅନ୍ୟାନ୍ୟ ବାସନକୁସନ ରଖନ୍ତୁ ।
୬. ଆପଣଙ୍କ ରୋଷେଇଘରର ଡବା, ଡାଲି, ଚାଉଳ, ଲୁଣ ଏବଂ ବିଭିନ୍ନ ମସଲା ଦ କ୍ଷିଣ କିମ୍ବା ପଶ୍ଚିମ ଦିଗକୁ ରଖନ୍ତୁ ।
୭. ଆପଣ ମଧ୍ୟ ଡାଇନିଂ ଚେବୁଲ ଉତ୍ତର-ପଶ୍ଚିମ କିମ୍ବା ପଶ୍ଚିମ ଦିଗରେ ରଖିପାରିବେ ।
୮. ରୋଷେଇ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ହାଲକା ବସ୍ତୁ ରଖନ୍ତୁ ।
୯. ରୋଷେଇ କରିବା ସମୟରେ ସର୍ବଦା ପୂର୍ବ ଦିଗକୁ ମୁହଁ କରନ୍ତୁ ।
୧୦. ସକରାତ୍ମକ ପ୍ରଭାବ ପାଇଁ କାନ୍ଥ ଏବଂ ଛାତକୁ ହଳଦିଆ, କମଳା, ରୋଜ, ଚକଲେଟ କିମ୍ବା ଲାଲ ରଙ୍ଗ କରନ୍ତୁ ।
୧୧. ଫ୍ରିଜକୁ ଦକ୍ଷିଣ-ପୂର୍ବ, ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର ଦିଗକୁ ରଖନ୍ତୁ ।
୧୨. ରୋଷେଇଘରର ଅଇଁଠା ବାସନକୁସନ ସର୍ବଦା ରାତିରେ ହିଁ ଧୋଇଦିଅନ୍ତୁ । ଏହା ଦ୍ୱାରା ସମସ୍ତ ନକରାତ୍ମକ ପ୍ରଭାବ ନଷ୍ଟ ହୋଇଯାଇଥାଏ ଏବଂ ଘରେ ସକାରତ୍ମକ ଭାବନା ଜାଗ୍ରତ ହୁଏ ।


Share It

Comments are closed.