ଖୁବ୍ ଶୀଘ୍ର ସୁନୀଲ ଶେଟ୍ଟୀଙ୍କ ଘରେ ବାଜିବ ଶାହାନାଇ


ବଲିଉଡ କରିଡରରେ ଆଜିକାଲି ବିବାହର ଶାହାନାଇ ଶୁଣାଯାଉଛି। ବର୍ଷ ଆରମ୍ଭରେ ଅଭିନେତ୍ରୀ ମୌନି ରୟ, ତାପରେ ଫରହାନ୍ ଅଖତର ବିବାହ କରିଥିଲେ। ନିକଟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ମଧ୍ୟ ପରସ୍ପରର ହାତ ଧରିଛନ୍ତି। ଏହି ତାଲିକାରେ ଆଉ ଏକ ଲଭ୍ ବାର୍ଡ୍ସଙ୍କ ନାମ ଯୋଡିବାକୁ ଯାଉଛି। ସୂଚନା ମୁତାବକ, ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟି ଖୁବ୍ ଶୀଘ୍ର ତାଙ୍କ ହାତରେ କ୍ରିକେଟର କେ.ଏଲ୍ ରାହୁଲଙ୍କ ନାମରେ ମେହେନ୍ଦୀ ଲଗାଇବେ।

 

View this post on Instagram

 

A post shared by Athiya Shetty (@athiyashetty)

ଦୁହେଁ ରିଲେସନସିପରେ ଥିବା ଚର୍ଚ୍ଚା ପୂର୍ବରୁ ଥିଲା। କିନ୍ତୁ ଦୁହେଁ ଏହି ବିଷୟରେ କେବେ ଖୁଲାସା କରିନଥିଲେ। ବର୍ତ୍ତମାନ କୁହାଯାଉଛି ଯେ ଉଭୟ ନିଜ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଖବର ଅନୁଯାୟୀ, ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲ ଚଳିତ ବର୍ଷ ବିବାହ କରିବାକୁ ଯାଉଛନ୍ତି। ଏହି ସୂଚନା ଉଭୟଙ୍କ ନିକଟ ସୂତ୍ର ଦ୍ୱାରା ଦିଆଯାଇଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କୁହାଯାଉଛି। ଉଭୟ ନିଜ ଗ୍ରାଣ୍ଡ ଇଣ୍ଡିଆନ୍ ୱେଡିଂ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୁନୀଲ ଶେଟ୍ଟି ମାଙ୍ଗାଲୋରର ଟୁଲୁ ଭାଷାଭାଷୀ ପରିବାରର। କେ.ଏଲ୍ ରାହୁଲ ବି ମାଙ୍ଗାଲୋରର। ତେଣୁ ଦକ୍ଷିଣ ପାରମ୍ପାରିକ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିବେ ବୋଲି ଆଶା କରାଯାଉଛି। ଏହି ଖବର ପୂର୍ବରୁ, ଆଥିଆ ତାଙ୍କ ପ୍ରେମିକଙ୍କ ସହିତ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଉଭୟଙ୍କୁ ରୋମାଣ୍ଟିକ୍ ଅନ୍ଦାଜରେ ଦେଖିବାକୁ ମିଳିଛି। ଏହି ପୋଷ୍ଟରେ କମେଣ୍ଟ ଦେଇ କେ.ଏଲ୍ ରାହୁଲ ମଧ୍ୟ ‘ଲଭ୍ ୟୁ’ ଲେଖିଛନ୍ତି।


Share It

Comments are closed.