ବେଲ୍‌ଷ୍ଟାର୍ ମାଇକ୍ରୋଫାଇନାନ୍ସ ଲିମିଟେଡ୍ ପକ୍ଷରୁ ୧୩୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ


ଭୁବନେଶ୍ୱର: ବେଲ୍‌ଷ୍ଟାର୍ ମାଇକ୍ରୋଫାଇନାନ୍ସ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । କମ୍ପାନି ଅଣୁ ସଂସ୍ଥା, କ୍ଷୁଦ୍ର ସଂସ୍ଥା, କଂଜ୍ୟୁମର ଗୁଡ୍‌ସ, ଉତ୍ସବ, ଶିକ୍ଷା ଏବଂ ଜରୁରୀକାଳୀନ ଋଣ ଭଳି ବ୍ୟାପକ ଋଣ ଉତ୍ପାଦ ପ୍ରଦାନ କରୁଛି ।
କମ୍ପାନି ଇନିସିଆଲ୍ ପବ୍ଲିକ୍ ଅଫର ଜରିଆରେ ୧୩୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି । ଏଥିରେ କମ୍ପାନି ୧୦୦୦ କୋଟି ଟଙ୍କା ମୂଲ୍ୟର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ୩୦୦ କୋଟି ଟଙ୍କାର ଇକ୍ୱିଟି ସେୟାରକୁ ଅଂଶଧନକାରୀମାନେ ଅଫର ଫର୍ ସେଲ୍‌ରେ ଉପଲବ୍ଧ କରାଇବେ ।
ଏହି ଅଫର ଜରିଆରେ ଯେଉଁ ପାଣ୍ଠି ସଂଗ୍ରହ ହେବ ସେଥିରୁ ୭୬୦ କୋଟି ଟଙ୍କାକୁ କମ୍ପାନି ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଋଣ ଦେବା ଲାଗି ଭବିଷ୍ୟତ ପାଣ୍ଠି ଆବଶ୍ୟକତା ପୂରଣ କରିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି ।
ଅଫର ଫର୍ ସେଲ୍‌ରେ ଏମ୍‌ଏଜେ ଇନଭେଷ୍ଟ ଫାଇନାନ୍ସିଆଲ ଇନ୍‌କ୍ଲୁଜନ୍ ଫଣ୍ଡ୍‌-୨ କେ/ଏସ୍ ୧୭୫ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର, ଅରୁମ୍ ହୋଲ୍‌ଡିଂ ଲିମିଟେଡ୍ ପକ୍ଷରୁ ୯୭ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ଏବଂ ଅଗଷ୍ଟା ଇନଭେଷ୍ଟମେଂଟ୍ ଜିରୋ ପିଟିଇ ପକ୍ଷରୁ ୨୮ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ଉପଲବ୍ଧ କରାଯିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍ ।
ଗ୍ରାମାଚଂଳ ଓ ଅର୍ଧ ସହରାଂଚଳରେ ଋଣର ବ୍ୟବସ୍ଥା ଜରି ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତା ଓ ଅର୍ଥନୈତିକ ସଶକ୍ତୀକରଣକୁ ସୁଦୃଢ଼ କରି ସାରା ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବା ସହ ଏକ ସାମାଜିକ ଭାବେ ଦାୟିତ୍ୱ ସମ୍ପନ୍ନ ମାଇକ୍ରୋଫାଇନାନ୍ସ ସଂସ୍ଥା ହେବାକୁ ବିଏମ୍‌ଏଲ୍ ଲକ୍ଷ୍ୟ ରଖିଛି ।
କ୍ରିସିଲ୍ ରିପୋର୍ଟ ଅନୁସାରେ ବେଲ୍‌ଷ୍ଟାର୍ ମାଇକ୍ରୋଫାଇନାନ୍ସ ଲିମିଟେଡ୍ ହେଉଛି ନବମ ବୃହତମ ଅଣ ବ୍ୟାଙ୍‌କିଙ୍ଗ ଆର୍ଥିକ କମ୍ପାନି-ମାଇକ୍ରୋଫାଇନାନ୍ସ ଅନୁଷ୍ଠାନ । ଏହା ହେଉଛି ଅନ୍ୟତମ ଏନବିଏଫ୍‌ସି-ଏମ୍‌ଏଫ୍‌ଆଇ ଯାହା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ ମଡେଲ୍ ଅନୁସରଣ କରୁଛି । କ୍ରିସିଲ୍ ତରଫରୁ ଏହାକୁ ଏଏ କ୍ରେଡିଟ୍ ରେଟିଂ ଏବଂ ସ୍ଥିର ଆଉଟ୍‌ଲୁକ୍ ପ୍ରଦାନ କରାଯାଇଛି । ବିଏମ୍‌ଏଲ୍ ଦେଶର ୧୯ଟି ରାଜ୍ୟର ୨୭୯ଟି ଜିଲ୍ଳାରେ ୧୦୦୯ ଶାଖା ଏବଂ ୧୦,୧୬୯ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଛି । ଏହାର ଗ୍ରାହକ ସଂଖ୍ୟା ପ୍ରାୟ ୨.୬୭ ନିୟୁତ ରହିଛି ।


Share It

Comments are closed.