ଏପିଏସ୍‌ଇଜେଡ୍‌ର ନିଟ୍ ଲାଭ ୨୦୨୩-୨୪ରେ ୫୦% ବୃଦ୍ଧି ପାଇ ୮,୧୦୪ କୋଟି ଟଙ୍କା


ଭୁବନେଶ୍ୱର: ଆଦାନି ପୋଟର୍ସ ଆଣ୍ଡ୍ ସ୍ପେସିଆଲ୍ ଇକୋନମିକ୍ ଜୋନ୍ (ଏପିଏସ୍‌ଇଜେଡ୍‌) ପକ୍ଷରୁ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଆର୍ଥିକ ବର୍ଷ ଓ ତ୍ରୈମାସିକର ବାର୍ଷିକ ଫଳାଫଳ ଘୋଷଣା କରାଯାଇଛି । ଏହି ସମୟରେ ଏହା ଭାରତରେ ପଣ୍ୟ ପରିବହନରେ ୩ ଗୁଣା ବୃଦ୍ଧି ହାସଲ କରିଥିବା ବେଳେ ୨୪ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ସହ ୪୨୦ ନିୟୁତ ଟନ୍ ପଣ୍ୟ ପରିବହନ କରିଛି । କମ୍ପାନିର ରାଜସ୍ୱ ୨୮ ପ୍ରତିଶତ ବୃଦ୍ଧି ପାଇ ୨୬,୭୧୧ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଡିଟିଏ ୪୪ ପ୍ରତିଶତ ବୃଦ୍ଧି ପାଇ ୧୫,୭୫୧ କୋଟି ଟଙ୍କା ହୋଇଛି । ଟିକସ ପୂର୍ବବର୍ତୀ ଲାଭ ୫୦ ପ୍ରତିଶତ ବୃଦ୍ଧି ପାଇ ୮୧୦୪ କୋଟି ଟଙ୍କା ହୋଇଛି । ଇବିଆଇଟିଡିଏକୁ ନିଟ୍ ଋଣ ୨.୩ ଗୁଣା ରହିଛି । ଆଲୋଚ୍ୟ ଆର୍ଥିକ ବର୍ଷରେ କମ୍ପାନି ଗୋପାଳପୁର ବନ୍ଦର ଓ କରାଇକାଲ୍ ବନ୍ଦରକୁ କିଣି ପୂର୍ବ ଏବଂ ପଶ୍ଚିମରେ ଏହାର ସ୍ଥିତିକୁ ସୁଦୃଢ଼ କରିଛି ।
୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ କମ୍ପାନି ୧୦୮.୭ ନିୟୁତ ଟନ୍ ପଣ୍ୟ ପରିବହନ କରିଥିବା ବେଳେ ଏହାର ରାଜସ୍ୱ ପରିମାଣ ୬୮୯୭ କୋଟି ଟଙ୍କା, ଇବିଆଇଡିଟିଏ ୪୦୨୯ କୋଟି ଟଙ୍କା ଏବଂ ଟିକସ ପରବର୍ତୀ ଲାଭ ୨୦୧୫ କୋଟି ଟଙ୍କା ହୋଇଛି ।
ଏପିଏସ୍‌ଇଜେଡ୍‌ର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ଅଶ୍ୱନୀ ଗୁପ୍ତା କହିଛନ୍ତି ଯେ, “ଆର୍ôଥକ ବର୍ଷ ୨୦୨୩-୨୪ ଉଭୟ ପରିଚାଳନାଗତ ଏବଂ ଆର୍ôଥକ ଦୃଷ୍ଟିରୁ ଏପିଏସଇଜେଡ୍ ପାଇଁ ଅନେକ ନୂତନ ମାଇଲଖୁଂଟର ବର୍ଷ ସାବ୍ୟସ୍ତ ହୋଇଛି । ଏପିଏସଇଜେଡ୍ ଆର୍ôଥକ ବର୍ଷ ଆରମ୍ଭରେ ପଣ୍ୟ, ରାଜସ୍ୱ ଏବଂ ଇବିଆଇଟିଡିଏ କ୍ଷେତ୍ରରେ ୬%-୮% ଅଧିକ ଅଭିବୃଦ୍ଧି ହାସଲ କରିଛି ଏବଂ ନିଟ୍ ଋଣ ଏବଂ ଏବିଆଇଟିଡିଏ ଅନୁପାତ ୨.୩ ଗୁଣା ବୃଦ୍ଧି ଆଣିପାରିଛି ଯାହା ମାର୍ଗଦର୍ଶିକା ତୁଳନାରେ ଅଧିକ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କଂପାନିର, ପ୍ରମୁଖ ଗ୍ରାହକଙ୍କ ସହ ସହଯୋଗିତା, ବନ୍ଦର ମାଧ୍ୟମରେ ନେଟୱାର୍କ ଉପଯୋଗ କରିବା ଏବଂ ପରିଚାଳନା ଦକ୍ଷତା ଉପରେ ଧ୍ୟାନ ଦେବା ଉଚିତ ଫଳାଫଳ ପ୍ରଦାନ କରୁଛି ।
ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ୧୦୦ ନିୟୁତ ଟନ୍‌ର ବର୍ଦ୍ଧିତ ପଣ୍ୟ ପରିମାଣ ହାସଲ କରିବା ସହିତ ନିକଟରେ ଅଧିଗ୍ରହଣ କରାଯାଇଥିବା ଗୋପାଳପୁର ବନ୍ଦର ଏବଂ ଚଳିତ ବର୍ଷ ଭିଜିନଜାମ ବନ୍ଦର ଏବଂ ଆସନ୍ତା ବର୍ଷ ଡବ୍ଲୁସିଟିର ନିର୍ଦ୍ଧାରିତ କାର୍ଯ୍ୟକ୍ଷମତା ସହାୟତାରେ ଏପିଏସଇଜେଡ୍ ୨୦୨୫ରେ ୫୦୦ ନିୟୁତ ଟନ୍ ପଣ୍ୟ ପରିବହନ ଲକ୍ଷ୍ୟ ହାସଲ କରିବାକୁ ପ୍ରସ୍ତୁତ ରହିଛି । ବିଶେଷ କରି ଲଜିଷ୍ଟିକ୍ କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ବ୍ୟବସାୟରେ ବ୍ୟାପକ ପୁଞ୍ଜିନିବେଶ ଜାରି ରଖିଛୁ । ଆମର ନୂଆ ୍ ହୋଇଥିବା ଟ୍ରକିଂ ବର୍ଗ ଏପିଏସ୍‌ଇଜେଡ୍‌କୁ ଏହାର ଗ୍ରାହକମାନଙ୍କୁ ଦୂରଦୂରାନ୍ତ ପର୍ଯ୍ୟନ୍ତ ସଂଯୋଗ ପ୍ରଦାନ କରିବାକୁ ସକ୍ଷମ କରୁଛି । ସ୍ଥାୟୀ ବ୍ୟବସାୟ ଅଭିବୃଦ୍ଧି ଦିଗରେ ଆମର ପ୍ରୟାସ ଚାରିଟି ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସିଠାରୁ ଶୀର୍ଷ ଡେସିଲ ଇଏସଜି ରେଟିଂରେ ଭଲ ଭାବରେ ସ୍ୱୀକୃତି ପାଇଛି ।’’


Share It

Comments are closed.