ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇ ଏବଂ ବାଙ୍ଗାଲୋର ଭଳି ବଡ ବଡ ସହରମାନଙ୍କରେ ବିଭିନ୍ନ ଅନଲାଇନର ମାଟ୍ରିମୋନିଆଲ ସାଇଟ ବେଶ ଆଦୃତ ହେଉଥିବା ବେଳେ ଏହା ଧିରେ ଧିରେ ଛୋଟ ସହର ଲୋକମାନଙ୍କରେ ଲୋକେ ବେଶ ଆପଣାଇବାରେ ଲାଗିଲେଣି । ଅନଲାଇନରେ ଜୀବନସାଥୀ ବାଛିବା ଯେତେ ସୁବିଧା ସେତେ ଖରାଫ ମଧ୍ୟ । କିନ୍ତୁ ଅନଲାଇନରେ ଜୀବନସାଥୀ ବାଛୁଥିଲେ ଆପଣ ଟିକେ ଭଲ ଭାବେ ଚିନ୍ତା କରନ୍ତୁ । ଆଜିକାଲି ଯୁବଗୋଷ୍ଠୀ ନିଜ ମନ ପସନ୍ଧର ଜୀବନ ସାଥୀ ପାଇବା ପାଇଁ ମାଟ୍ରିମୋନିଆଲ ସାଇଟର ସାହାରା ନେଉଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଅନଲାଇନରେ ଜୀବନସାଥୀ ବାଛିବାରେ ଯେତିକି ଫାଇଦା ରହିଛି ସେତିକି ବିପଦ ମଧ୍ୟ ରହିଛି । ଏବେ ଏହି ସାଇଟରେ ଧୋକାଦାରୀ ହେଉଥିବାର ଖବର ବାରମ୍ବାର ଶୁଣିବାକୁ ମିଳୁଛି । ତେଣୁ ଅନଲାଇନରେ ଜୀବନସାଥୀ ଖୋଜୁଥିଲେ ବିଶେଷ କରି ( ଝିଅମାନେ) ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ । ଏହି ସମୟରେ ଆପଣ କେଉଁ କେଉଁ କଥା ପ୍ରତି ଧ୍ୟାନ ରଖିଲେ ଧୋକା ଖାଇବେ ନାହିଁ ଆସନ୍ତୁ ଜାଣିନେବା ।
୧. ବ୍ୟକ୍ତିଗତ କଥା ସେୟାର କରିବା ସମୟରେ ଭଲ ଭାବେ ଚିନ୍ତା କରନ୍ତୁ – ଯଦି ଆପଣଙ୍କୁ କାହାର ପ୍ରୋଫାଇଲ ପସନ୍ଦ ଆସୁଛି ଓ ଆପଣଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହୋଇଯାଇଛି ତେବେ ଏହାର ଅର୍ଥ ନୁହେଁ ଆପଣ ତାଙ୍କ ସହ ସବୁ ବ୍ୟକ୍ତିଗତ ତଥ୍ୟ ସେୟାର କରିବେ । ଆପଣ ନିଜ ଘର ବିଷୟରେ ସମସ୍ତ ତଥ୍ୟ ହଠାତ ସେୟାର କରନ୍ତୁ ନାହିଁ । ପ୍ରଥମେ ଭଳ ଭାବେ ଜାଣନ୍ତୁ, ଚିହ୍ନନ୍ତୁ ଓ ପରେ ପରେ ତାଙ୍କ ସହ କଥାବାର୍ତ୍ତା ଧୀରେ ଧୀରେ ଆଗକୁ ବଢାନ୍ତୁ ।
୨. ମିଟିଂ ପାଇଁ ସଠିକ ଜାଗା ଚୟନ କରନ୍ତୁ – ଯଦି ଆପଣ ତାଙ୍କ ବିଷୟରେ ସବୁ ଜାଣିବା ପରେ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାର ଯୋଜନା କରିଛନ୍ତି ତେବେ ଏକାକୀ ଯାଆନ୍ତୁ ନାହିଁ । ଆପଣ ନିଜର କୈøଣସି ଜଣେ ଅନ୍ତରଙ୍ଗ ବନ୍ଧୁ ଏବଂ ନିକଟ ସଂପର୍କିୟ ସହ ଭେଟିବାକୁ ଯାଆନ୍ତୁ ।
୩. ସବୁ ତଥ୍ୟ ଭଲ ଭାବେ ଯାଞ୍ଚ କରିନିଅନ୍ତୁ – ଏହା କେବେ ବି ଭାବନ୍ତୁ ନାହିଁ ଯେ, ଅନଲାଇନରେ ଯେଉଁ ତଥ୍ୟ ସେ ଦେଇଛନ୍ତି ତାହା ସଂପୂର୍ଣ୍ଣ ଭାବେ ଠିକ । ତେଣୁ ଭଲ ଭାବେ ସବୁ ଜିନିଷ ପରଖନ୍ତୁ । ତାଙ୍କ ପରିବାର ସାଙ୍ଗ, ସାଥୀ ବିଷୟରେ ସବୁ ତଥ୍ୟ ସଂଗ୍ରହ କରନ୍ତୁ । ସବୁ ଜିନିଷ ଭଲ ଭାବେ ପରଖି କଥା ଆଗକୁ ବଢାନ୍ତୁ ।
୪. ପରିବାର ସହ ଆଲୋଚନା କରନ୍ତୁ – ସବୁକଥା ବୁଝିବା ପରେ ପରିବାର ସହ ଏ ବିଷୟରେ କଥାବାର୍ତ୍ତା ହୁଅନ୍ତୁ । ଦୁଇ ପରିବାରକୁ ଏକାଠି ମିଶାନ୍ତୁ । ଯଦି ସେ ଜଣେ ଭଲ ମଣିଷ ହୋଇଥିବେ ନିଶ୍ଚୟ ତାଙ୍କ ପରିବାରକୁ ଆପଣଙ୍କ ପରିବାର ସହ ମିଶିବାର ସୁଯୋଗ ଦେବ । ଏପରି ସ୍ଥିତିରେ ଆପଣ ଆଉ ଠକାମିର ଶିକାର ହେବେ ନାହିଁ ।
Next Post
Comments are closed.