ଘୋଷଣା ହେଲା ‘ପୁଲିଜର ପୁରସ୍କାର’ : ଦାନିଶ ସିଦ୍ଦିକୀଙ୍କୁ ମରଣୋତ୍ତର ଭାବେ ମିଳିଲା ସମ୍ମାନ


ସାମ୍ବାଦିକତା, ପୁସ୍ତକ, ଡ୍ରାମା ଓ ସଂଗୀତ କ୍ଷେତ୍ରରେ ସୋମବାର ପୁଲ୍ଟିଜର ପୁରସ୍କାର ୨୦୨୨ର ଘୋଷଣା କରାଯାଇଛି । ପୁରସ୍କାର ବିଜେତାଙ୍କ ମଧ୍ୟରେ ୱାଶିଂଟନ ପୋଷ୍ଟ ସହ ଭାରତୀୟ ସାମ୍ବାଦିକ ଅଦନାନ ଅବିଦି, ସନା ଇରଶାଦ ମଟ୍‌ଟୁ, ଅମିତ ଦବେଙ୍କ ନାଁ ସାମିଲ ଅଛି । ଯାହାକି ରୟଟର୍ସର ଦିବଙ୍ଗତ ଦାନିଶ ସିଦ୍ଦିକଙ୍କୁ ଏହି ଆୱାର୍ଡ ମରଣୋତ୍ତର ଦିଆଯାଇଛି । ତାଙ୍କର ତାଲିବାନ ଏବଂ ଆଫଗାନ ସେନାର ସଂଘର୍ଷ ସମୟରେ ମୃତ୍ୟୁ ହୋଇଥିଲା ।

ସାମ୍ବାଦିକତାରେ ବିଜେତାଙ୍କ ସମ୍ପୂର୍ଣ୍ଣ ଲିଷ୍ଟ୍

ସାର୍ବଜନିକ ସେବା- ୱାଶିଂଟନ ପୋଷ୍ଟ, ୬ଜାନୁଆରୀ ୨୦୨୧କ୍ୟାପିଟାଲ ହିଲ ଉପରେ ଆକ୍ରମଣର ରିପୋଟିଂ ଲାଗି

ବ୍ରେକିଂ ନ୍ୟୁଜ୍ ରିପୋଟିଂ – ମିୟାମୀ ହେରାଲ୍ଡର କର୍ମଚାରୀ, ଫ୍ଲୋରିଡାରେ ସମୁଦ୍ରତଟ ଆପାର୍ଟମେଣ୍ଟ ଟାୱାର ଭାଙ୍ଗିବାର କଭରେଜ ଲାଗି

ଅନୁସନ୍ଧାନମୂଳକ ରିପୋଟିଂ- ରୋବେକା ବୁଲିଂଟନର କୋରୀ ଜି । ଜନସନ ଏବଂ ଟ୍ୟାମ୍ପା ଓ୍ବୋ ଟାଇମ୍ସର ଏଲି ମରେ, ତାଙ୍କୁ ଫ୍ଲୋରିଡାର ଏକମାତ୍ର ବ୍ୟାଟେରୀ ରିସାଇକ୍ଲିଂ ପ୍ଲାଣ୍ଟ ଭିତରେ ଅତ୍ୟଧିକ ବିଷାକ୍ତକୁ ଉଜାଗର କରିବା ଲାଗି ଏହି ପୁରସ୍କାର ମିଳିଛି ।

ବ୍ୟାଖାତ୍ମକ ରିପୋଟିଂ – କ୍ୱାଣ୍ଟା  ପତ୍ରିକାର କର୍ମଚାରୀ, ବିଶେଷ ରୂପରେ ନତାଲୀ ବୋଲ୍ଚେବର, ତାଙ୍କର ୱେବ ସ୍ପେସ ଟେଲିସ୍କୋପ କିପରି କାମ କରିଥାଏ, ଏହା ଉପରେ ରିପୋଟିଂ ଲାଗି ସମ୍ମାନ ମିଳିଛି

ସ୍ଥାନୀୟ ରିପୋଟିଂ- ଓ୍ୱେଟର ଗଭର୍ଣ୍ଣମେଣ୍ଟ୍ ଆସୋସିଏସନର ମେଡିସନ୍ ହପକିଙ୍ଗସ୍ ଓ ଚିକାଗୋ ଟ୍ରିବ୍ୟୁନର ସେସିଲିୟା ରେୟେନ୍

ରାଷ୍ଟ୍ରୀୟ ରିପୋର୍ଟିଂ– ଦି ନ୍ୟୁୟର୍କ ଟାଇମ୍ସର କର୍ମଚାରୀ

ଅନ୍ତରାଷ୍ଟ୍ରୀୟ ରିପୋର୍ଟିଂ–ଦି ନ୍ୟୁୟର୍କ ଟାଇମ୍ସ କର୍ମଚାରୀ

ଉପନ୍ୟାସ– ଜୋସୁଆ କୋହେନଙ୍କ ‘ଦି ନେତନ୍ୟାହୁସ୍’

ନାଟକ– ଜେମ୍ସ ଇଜାମେସୋଙ୍କ ‘ଫ୍ୟାଟ୍ ହେମ୍’

ଜିବନୀ- ଚେଞ୍ଜି ମି ଟୁ ମାଇ ଗ୍ରେବ୍

କବିତା- ଫ୍ର୍ୟାଙ୍କ : ସନେଟ୍ସ, ଡୟନେ ସିସିଙ୍କ ଦ୍ୱାରା

ପୁଲ୍ଟିଜର ପୁରସ୍କାର ସାମ୍ବାଦିକତା କ୍ଷେତ୍ରରେ ଆମେରିକାର ସର୍ବୋଚ୍ଚ ସମ୍ମାନ । ଏହାର ଆରମ୍ଭ ୧୯୧୭ରେ ହୋଇଥିଲା।


Share It

Comments are closed.