କରୋନାରେ ଆକ୍ରାନ୍ତ ହେଲେ ସଚିନ, ଟ୍ୱିଟ କରି ଦେଲେ ସୂଚନା


ଭାରତର ମହାନ୍‌ କ୍ରିକେଟର ସଚିନ ତେନ୍ଦୁଲକର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେ ଶନିବାର ଦିନ ଟ୍ୱିଟ‌ କରି ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସଚିନ ତେନ୍ଦୁଲକର ହୋମ୍‌ କ୍ୱାରେଣ୍ଟାଇନରେ ଅଛନ୍ତି। ସୂଚନାଯୋଗ୍ୟ ଯେ, ଗତକିଛି ଦିନ ତଳେ ସଚିନ ତେନ୍ଦୁଲକର ରାୟପୁରରେ ଥିବାବେଳେ ତାଙ୍କର କରୋନା ଟେଷ୍ଟ ହୋଇଥିଲା। କରୋନା ଟେଷ୍ଟ ସମୟରେ ମାଷ୍ଟର ବ୍ଲାଷ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେୟାର ହୋଇଥିବା ଭିଡିଓଟିରେ ସଚିନ କୋଭିଡ ଟେଷ୍ଟ କରୁଥିବାର ଦେଖିବାକୁ ମିଳିଥିଲା। ଭିଡିଓ ପୋଷ୍ଟ କରି ସଚିନ କ୍ୟାପସନ୍‌ରେ ଲେଖିଛନ୍ତି ଯେ, ମୁଁ ୨୦୦ ଟେଷ୍ଟ ଖେଳିଛି ଆଉ ଏବେ ୨୭୭ କୋଭିଡ ଟେଷ୍ଟ। ଏକ ଛୋଟ ପ୍ରାଙ୍କ୍‌ ମାହୋଲକୁ ହାଲକା କରିବା ପାଇଁ। ସ୍ୱାସ୍ଥ୍ୟକର୍ମୀଙ୍କୁ ଶତ ସଲାମ। ସଚିନ ଯେଉଁ ଭିଡିଓଟି ପୋଷ୍ଟ କରିଛନ୍ତି ସେଥିରେ ମେଡିକାଲ ଷ୍ଟାଫ୍‌ ସଚିନଙ୍କ ନାକରେ ସ୍ୱାବ ଷ୍ଟିକ ପୁରାଇ କରୋନା ଟେଷ୍ଟ କରୁଥିଲେ। ଠିକ୍‌ ସେହି ସମୟରେ ସଚିତ ଛିଙ୍କି ଦେଇଥିଲେ। ସଚିନଙ୍କ ଛିଙ୍କିବାକୁ ଦେଖି ସ୍ୱାସ୍ଥ୍ୟକର୍ମୀ ଜଣକ ଭୟଭୀତ ହୋଇ ଯାଇଥିଲେ। ପରେ ସଚିନ ହସିବାକୁ ଲାଗିଥିଲେ। ସଚିନଙ୍କ ଏହି ଭିଡିଓଟି ଏବେ ସୋସିଆଲ ମିଡିଆେ ଖୁବ୍‌ ଭାଇରାଲ ହେବା ସହ ତାଙ୍କ ଫ୍ୟାନ୍ସ ମାନେ ଲଗାତାର କମେଣ୍ଟ କରୁଛନ୍ତି।


Share It

Comments are closed.