ପୁଣି କମିଲା ସୁନା ଦର, କେତେ କମିଲା ଜାଣନ୍ତୁ


କିଛିଦିନ କ୍ରମାଗତ ହ୍ରାସ ପରେ ରୂପାଦର ପୁନର୍ବାର ଉପରମୁହାଁ ହୋଇଥିବାବେଳେ ସୁନା ମୂଲ୍ୟ ହ୍ରାସ ପାଇଛି । ଶୁକ୍ରବାର ଦିନ ଦିଲ୍ଲୀ ସରାଫା ମାର୍କେଟରେ ୧୦ ଗ୍ରାମ ପିଛା ସୁନା ୧୪୭ ଟଙ୍କା ହ୍ରାସ ପାଇ ୪୪୦୮୧ ଟଙ୍କା ହୋଇଛି । ଗୁରୁବାର ଦିନ ଏହା ୧୦ ଗ୍ରାମ ପିଛା ୪୪୨୨୮ ଟଙ୍କାରେ ବନ୍ଦ ହୋଇଯାଇଥିଲା। ରୂପା ୧୦୩୬ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପ୍ରତି ୬୪୨୭୬ରେ ପହଞ୍ଚିଛି । ପୂର୍ବ ଦିନ ଏହା କିଲୋଗ୍ରାମ ପିଛା ୬୩୨୪୦ ଟଙ୍କାରେ ବନ୍ଦ ହୋଇଯାଇଥିଲା । ସୁନାର ଫ୍ୟୁଚର ମୂଲ୍ୟ ମଧ୍ୟ ହ୍ରାସ ପାଇଲା ଏବଂ ରୂପା ଫ୍ୟୁଚର ମୂଲ୍ୟ ବୃଦ୍ଧି ପାଇଲା । ଆନ୍ତର୍ଜାତୀୟ ବଜାରରେ ସୁନା ୧୭୨୬ ଡଲାରରେ ପ୍ରତି ଅନ୍‌ସ ହ୍ରାସ ପାଇଲା ଏବଂ ରୂପା ୨୫.୧୪ ଡଲାରରେ ପ୍ରାୟ ଅପରିବର୍ତ୍ତିତ ରହିଛି ।

ଇଣ୍ଡିଆ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନର ୱେବସାଇଟ୍ ଅନୁଯାୟୀ ସୁନା ମୂଲ୍ୟ ୨୨୫ ଟଙ୍କା ହ୍ରାସ ପାଇଛି । ରୂପା ମୂଲ୍ୟ ୩୭୭ ଟଙ୍କା ବୃଦ୍ଧି ପାଇଥିଲା। ବର୍ତ୍ତମାନ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୪୬୬୦ ଟଙ୍କା ଥିବାବେଳେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୦୯୦୦ ଟଙ୍କା ।


Share It

Comments are closed.