ଇସ୍ରାଏଲରେ ଦେଖା ଦେଲା ରାଜନୈତିକ ସଙ୍କଟ, ପୁଣି ହୋଇପାରେ ନିର୍ବାଚନ


ଇସ୍ରାଏଲରେ ପୁଣିଥରେ ଦେଖିବାକୁ ମିଳିଛି ରାଜନୈତିକ ସଙ୍କଟ। ପୁଣିଥରେ ଇସ୍ରାଏଲରେ ନିର୍ବାଚନ ହୋଇପାରେ। ଦେଶର ସଂସଦରେ ସଂସଦ ଭାଙ୍ଗିବା ପାଇଁ ବୁଧବାର ଦିନ ପ୍ରାଥମିକ ମତଦାନ ପାରିତ ହୋଇଛି। ଯାହାଫଳରେ ଦେଶବାସୀ ୨ବର୍ଷରେ ୪ର୍ଥ ନିର୍ବାଚନର ସାମ୍ନା କରି ପାରନ୍ତି। ଏଥିସସହି ଅସହଜ ଗଠବନ୍ଧନ ଭାଙ୍ଗିଯିବାର ଆଶଙ୍କା କରାଯାଉଛି।

୧୨୦ ସଦସ୍ୟ ବିଶିଷ୍ଟ ସଂସଦ ଭଙ୍ଗ କରିବା ସମକ୍ଷରେ ୬୧ଟି ମତଦାନ ରହିଛି। ବିପକ୍ଷରେ ୫୪ ଭୋଟ ପଡ଼ିଛି। ଏହି ପ୍ରସ୍ତାବ ସଂସଦରେ ଆଗତ ହେବା ପରେ ଏହି ବିଷୟ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।


Share It

Comments are closed.