ସିଏସକେକୁ ବଡ ଝଟକା, ପିଠିରେ ଗଭୀର ଆଘାତ ଯୋଗୁଁ ଆଇପିଏଲ ୨୦୨୨ ରୁ ବାହାର ହୋଇପାରନ୍ତି ଦୀପକ ଚହର


ଆଇପିଏଲ ୨୦୨୨ ରେ ଚେନ୍ନାଇ ସୁପର କିଙ୍ଗ୍ସର ଅଡୁଆ ବଢିବାର ଆଶଙ୍କା ରହଛି। ଦଳର ଦୃତ ପେସ୍ ବୋଲର ଦୀପକ ଚହର ପୁରା ଟୁର୍ଣ୍ଣାମେଣ୍ଟରୁ ବାହାର ହେବାର ଖବର ଆସିଛି। ତାଙ୍କର ମାଂସପେଶୀରେ ଆଘାତ ଲାଗିଥିଲା ଓ ଏହାଦ୍ବାରା ଠିକ୍ ହେବା ପାଇଁ ନ୍ୟାନସାଲ କ୍ରିକେଟ ଏକାଡେମୀରେ ଥିଲେ। ଏବେ ଖବର ରହିଛି ଯେ, ଏବେ ପୁଣିଥରେ ପିଠିରେ ଆଘତ ଲାଗିଥିବା କାରଣରୁ ଏବେ ସେ ପୁଣି ଅସୁସ୍ଥ ଅଛନ୍ତି। ସେଥିପାଇଁ ଆଇପିଏଲ ୨୦୨୨ ରେ ବୋଧହୁଏ ଖେଳିପାରିବେନି।

ଚହରଙ୍କୁ ଏପ୍ରିଲ ମାସ ଶେଷ ସପ୍ତାହରେ ସିଏସକେ ପକ୍ଷରୁ ଖେଳିବାର ଥିଲା,ଏବେ ଏଭଳି ହେବା ଖୁବ୍ କଷ୍ଟକର ହୋଇଯିବ ଲାଗୁଛି। ତାଙ୍କୁ ଓ୍ବେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଟି-୨୦ ସିରିଜ ବେଳେ ଆଘତ ଲାଗିଥିଲା। ଏହାପରେ ଶ୍ରୀଲଙ୍କା ସିରିଜରେ ମଧ୍ୟ ଖେଳିନଥିଲେ ଓ ଆଇପିଏଲ ୨୦୨୨ ଆରମ୍ଭରୁ ମ୍ୟାଚ୍‌ରୁ ସେ ବାହାର ହୋଇଯାଇଥିଲେ।

ଦୀପକ ଚାହର ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ ୨୦୨୨ ଅକ୍ସନରେ ୧୪ କୋଟି ଟଙ୍କାରେ ବିକ୍ରି ହୋଇଥିଲେ। ସେ ଏହି ଟିମ୍‌ର ଦ୍ବିତୀୟ ସବୁଠାରୁ ଦାମୀ ଖେଳାଳି, କିନ୍ତୁ ତାଙ୍କୁ ଆଘାତ ଲାଗିବା କାରଣରୁ ସିଏସ୍‌କେର ଆଇପିଏଲ ସମୀକରଣ ବଗିଡି ଯାଇପାରେ। ସେ ନରହିଲେ ଟିମ୍ ପାଖରେ କୌଣସି ବଡ ଓ ଅନୁଭବୀ ଭାରତୀୟ ବୋଲର ମଧ ନାହାନ୍ତି। ଦୀପକ ଏବେ ବେଙ୍ଗାଲୁର ଏନସିଏରେ ଅଛନ୍ତି ଓ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ପୀଠିରେ ଲାଗିଥିବା ଆଘାତର ମଧ୍ୟ ସେଠାରେ ହିଁ ଚିକିତ୍ସା ହେବ। ଏହାର ପରିଣାମ ଚେନ୍ନାଇ ପ୍ରଥମ ୪ଟି ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ଟିମ୍‌ ଚାରୋଟି ମ୍ୟାଚ୍ ହାରି ଯାଇଛି ଓ ପଏଣ୍ଟ ତାଲିକାର ଖୁବ୍ ତଳେ ରହିଛି। ସିଏସକେ ପ୍ରଥମ ଥର ଆଇପିଏଲର ପ୍ରଥମ ଚାରୋଟି ମ୍ୟାଚ୍ ହାରିଛି। ତା’ର ପ୍ଲେ ଅଫ୍‌ରେ ପହଁଞ୍ଚିବାର ସମ୍ଭାବନା ଉପରେ ମଧ୍ୟ ଖରାପ ପ୍ରଭାବ ପଡିଛି।


Share It

Comments are closed.