ଏପ୍ରିଲ୍ ୧୫ ରେ ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ବଚ୍ଚନ ପାଣ୍ଡେ’


ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ବକ୍ସ ଅଫିସ ପରେ ଏବେ ଓଟିଟିରେ ରିଲିଜ୍ ପାଇଁ ପ୍ରସ୍ତୁତ। ଏହା ଏପ୍ରିଲ୍ ୧୫ ରେ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ଅକ୍ଷୟଙ୍କ ‘ବେଲବଟମ୍’ ପ୍ରାଇମ୍ ଭିଡିଓରେ ଆସିଥିଲା। ​​

‘ବଚ୍ଚନ ପାଣ୍ଡେ’ର ନିର୍ଦ୍ଦେଶନା ଫରହାଦ୍ ସାମଜୀ ଦେଇଛନ୍ତି। ଏହି ଫିଲ୍ମରେ ଅକ୍ଷୟଙ୍କ ସହ କ୍ରିତି ସାନନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଅର୍ଶଦ ୱାର୍ସି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ପ୍ରାଇମ୍ ଭିଡିଓରେ ୨୪୦ ଟି ଦେଶରେ ଏହି ଫିଲ୍ମଟି ପ୍ରସାରିତ ହେଉଛି।

ଫିଲ୍ମ ବିଷୟରେ ଅକ୍ଷୟ କହିଛନ୍ତି, “ବଚ୍ଚନ ପାଣ୍ଡେ ଏକ ଆଉଟ୍-ଆଣ୍ଡ-ଆଉଟ୍ କମେଡି-ଏଣ୍ଟରଟେନର୍। ମୁଁ ଏହି ଫିଲ୍ମକୁ ଦର୍ଶକଙ୍କ ପାଖକୁ ଆଣିବାକୁ ବହୁତ ଉତ୍ସାହିତ, ଯେଉଁମାନେ ମନୋରଞ୍ଜନର ମାତ୍ରା ହରାଇଛନ୍ତି। ଡ୍ରାମା ଏବଂ କମେଡି, ଦର୍ଶକମାନେ ବର୍ତ୍ତମାନ ନିଜ ଘରେ ଆରାମରେ ଫିଲ୍ମକୁ ଉପଭୋଗ କରିପାରିବେ।


Share It

Comments are closed.