ସର୍ବାଧିକ ସଂକ୍ରମିତ ଦେଶଗୁଡ଼ିକର ସୂଚୀରେ ଚତୁର୍ଥ ସ୍ଥାନକୁ ଆସିଲା ଭାରତ, ତିନି ଲକ୍ଷର ନୀକଟତର ହେଲା ସଂକ୍ରମିତଙ୍କ ସଂଖ୍ୟା


ଦୁନିଆଯାକରେ କରୋନା ଭାଇରସରେ ବହୁଳ ଭାବେ ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ଭାରତ ବ୍ରିଟେନକୁ ଅତିକ୍ରମ କରି ଚତୁର୍ଥ ସ୍ଥାନକୁ ଆସିଯାଇଛି । ଦେଶରେ ପ୍ରଥମଥର ୨୪ ଘଂଟା ମଧ୍ୟରେ କୋଭିଡ-୧୯ ସଂକ୍ରମଣର ମାମଲା ୧୦,୦୦୦କୁ ଅତିକ୍ରମ କରିଯାଇଛି ଏବଂ ସଂକ୍ରମଣର ମୋଟ ସଂଖ୍ୟା ୨,୯୭,୫୩୫ରେ ପହଂଚିଯାଇଛି, ଯେବେକି ବ୍ରିଟେନରେ କରୋନାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୧,୫୮୮ରେ ପହଂଚିଯାଇଛି ।
ବିଶ୍ୱ ସ୍ତରରେ କୋଭିଡ-୧୯ ଦ୍ୱାରା ପ୍ରଭାବିତ ସମସ୍ତ ଦେଶଗୁଡ଼ିକ ମଧ୍ୟରେ ଭାରତ,ରୂଷ, ବ୍ରାଜିଲ ଏବଂ ଆମେରିକାଠାରୁ ପଛରେ ରହିଛି । ରୂଷରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪.୯୩ ଲକ୍ଷ, ବ୍ରାଜିଲରେ ୭.୭୨ ଲକ୍ଷ ଏବଂ ଆମେରିକାରେ ସବୁଠାରୁ ଅଧିକ ୨୦ଲକ୍ଷ ଅତିକ୍ରମ କରିସାରିଛି । ମେ ୨୪ ପରଠାରୁ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ୁଥିବାର ଦେଖାଯାଉଛି ଏବଂ ଏହି ସମୟରେ ଭାରତ ଟପ ୧୦ ଦେଶ ମଧ୍ୟରେ ସାମିଲ ହୋଇଥିଲା ।
ଏମିତିରେ ଶୁକ୍ରବାରଦିନ ଲଗାତର ଦ୍ୱିତୀୟ ଦିନ ଦେଶରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ଏବେ ମଧ୍ୟ ସଂକ୍ରମିତ ଲୋକଙ୍କ ତୁଳନାରେ ଅଧିକ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି ଯେ ଏବେ ମଧ୍ୟ ୧,୪୧,୮୪୨ ଲୋକ ସଂକ୍ରମଣର ବଳୟରେ ଅଛନ୍ତି ଯେବେକି ୧,୪୭,୧୯୪ ଲୋକ ସୁସ୍ଥ ହୋଇଛନ୍ତି ଏବଂ ଜଣେ ରୋଗୀ ବିଦେଶକୁ ଚାଲିଯାଇଛନ୍ତି ।
ଜଣେ ଅଧିକାରୀ କହିଛନ୍ତି ଏପର୍ଯ୍ୟନ୍ତ ୪୯.୪୭ ପ୍ରତିଶତ ରୋଗୀ ସୁସ୍ଥ ହୋଇସାରିଛନ୍ତି । ଗତ ଗୋଟିଏ ସପ୍ତାହରେ ଭାରତରେ ପ୍ରତିଦିନ କରୋନା ମାମଲା ଦଶ ହଜାରର ନୀକଟତର ହେଉଛି । ଦୁନିଆରେ ଏବେ ଯେଉଁ ଦେଶଗୁଡ଼ିକରେ ପ୍ରତିଦିନ ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସୁଛି ସେମାନଙ୍କ ମଧ୍ୟରେ ଭାରତ ମଧ୍ୟ ରହିଛି । ଏମିତିରେ ଟେଷ୍ଟିଙ୍ଗ କ୍ଷେତ୍ରରେ ମଧ୍ୟ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଏ ପର୍ଯ୍ୟନ୍ତ ଦେଶରେ ୫୪ ଲକ୍ଷ ଲୋକଙ୍କ କରୋନା ଟେଷ୍ଟ ହୋଇସାରିଛି ।
ଭାରତକୁ ଚତୁର୍ଥ ସ୍ଥାନକୁ ଆସିବା ପାଇଁ ୧୮ ଦିନ ସମୟ ଲାଗିଛି । କରୋନାରେ ଅଧିକ ପ୍ରଭାବିତ ଇଟାଲୀ ଏବଂ ସ୍ପେନ ପରେ ଭାରତ କରୋନାର ବଢ଼ୁଥିବା ମାମଲା ସହ ଆଗକୁ ବଢ଼ିବାରେ ଲାଗିଛି । ଦେଶରେ ତାମିଲନାଡ଼ୁ, ଦିଲ୍ଲୀ ଏବଂ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ଅଟେ ।


Share It

Comments are closed.