ଭାରତ-ନେପାଳ ସୀମାରେ ୫ ଭାରତୀୟଙ୍କ ଉପରେ ଆଖିବୁଜା ଗୁଳି ଚାଳନ କଲା ନେପାଳ ପୋଲିସ, ଜଣେ ମୃତ


ସୀମା ବିବାଦକୁ ନେଇ ପାଗଳ ସାଜିଛି ନେପାଳ । ଏନେଇ ଭାରତ-ନେପାଳ ବର୍ଡରରେ ଆଜି ଆଖିବୁଜା ଗୁଳିମାଡ କରିଛି ନେପାଳ ପୋଲିସ । ଏଥିରେ ୪ ଭାରତୀୟଙ୍କୁ ଗୁଳି ଲାଗିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ସୀତାବଢି ସୋନବରସା ବର୍ଡର ଅଞ୍ଚ ସ୍ଥିତ ଜାନକୀନଗର ଗାଁରେ ଘଟିିଯାଇଛି । ତେବେ ଭାରତ ଓ ନେପାଳର ସୀମାକୁ ନେଇ ଏବେ ବିବାଦ ଚାଲିଛି । ନେପାଳ ସାଂସଦ ମଧ୍ୟ ଏହାକୁ ନେଇ ପ୍ରସ୍ତାବ ପାରିତ କରିଛନ୍ତି, ଯେଉଁଥିରେ ଭାରତର ଅନେକ ସୀମା ଅଞ୍ଚଳଗୁଡିକ ନେପାଳର ବୋଲି କୁହାଯାଉଛି ।

ତେବେ ନୂଆ ନକ୍ସାରେ ମୋଟ ୩୯୫ ବର୍ଗ କିଲୋମିଟର ଅଞ୍ଚଳକୁ ନିଜର ଅଂଶ ବୋଲି ଦେଖାଉଛି ନେପାଳ । ଏଥିରେ ଲିମ୍ପିୟାଧୁରା, ଲିପୁଲେଖ ଓ କାଲାପାନୀ ବ୍ୟତୀତ ଗୁଞ୍ଜି, ନାଭି ଓ କାଟି ଗାଁ ମଧ୍ୟ ରହିଛି। ନେପାଳ ନିଜ ମାନଚିତ୍ରରେ ୬୦ ବର୍ଗ କିଲୋମିଟର କାଲାପାନିକୁ ନିଜର ବୋଲି ଘୋଷଣା କରିଛି । ସେହିଭଳି ନେପାଳ ୩୯୫ ବର୍ଗ କିଲୋମିଟର ଲିମ୍ପିଆଡୁରା ଉପରେ ଦାବି କରିଛି । ଏହାକୁ ନେଇ ନେପାଳ ଓ ଭାରତ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।

ଅନ୍ୟପଟେ ଗୁଳିରେ ଆହତ ହୋଇଥିବା ୨ ଜଣଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ସୀମା ବିବାଦକୁ ଭିତ୍ତି କରି ନେପାଳ ପୋଲିସ ପକ୍ଷରୁ ଏହି ଆଖିବୁଜା ଗୁଳିମାଡ କରାଯାଇଛି । ଏହି ଘଟଣା ପରେ ସୀମାରେ ଆହୁରି ଉତ୍ତେଜନା ଦେଖାଯିବା ସହ ଜିଲ୍ଲା ପ୍ରଶାସନ ଓ ବହୁ ବରିଷ୍ଠ ଅଧିକାରୀମାନେ ଗୁଳିମାଡ ସ୍ଥାନକୁ ଯାଇ ଛାନଭିନ୍ କରୁଛନ୍ତି ।


Share It

Comments are closed.