ଆମେରିକାରେ ପ୍ରଥମଥର କୋଭିଡ-୧୯ରେ ଖରାପ ହୋଇଯାଇଥିବା ଦୁଇଟିଯାକ ଫୁସଫୁସର ସଫଳ ପ୍ରତିରୋପଣ


କରୋନା ଯୋଗୁଁ ଖରାପ ହେଉଥିବା ଫୁସଫୁସର ପ୍ରତିରୋପଣ କ୍ଷେତ୍ରରେ ଆମେରିକାକୁ ଏକ ବଡ଼ ସଫଳତା ମିଳିଛି । ଆମେରିକାର ଚିକାଗୋରେ ଡାକ୍ତରୀ ଦଳ ଜଣେ ମହିଳାଙ୍କର କରୋନା ଯୋଗୁଁ ଖରାପ ହୋଇଯାଇଥିବା ଦୁଇଟିଯାକ ଫୁସଫୁସର ସଫଳ ପ୍ରତ୍ୟାରୋପଣ କରିଛନ୍ତି । ଏଠାରେ ଖାସ କଥା ହେଉଛି ଯେ ପ୍ରତ୍ୟାରୋପଣ କରିଥିବା ଡାକ୍ତରୀ ଦଳର ନେତୃତ୍ୱ ଭାରତୀୟ ଡା ଅଙ୍କିତ ଭାରତ ନେଇଥିଲେ । ଡାକ୍ତର ଭାରତଙ୍କ ଜନ୍ମ ଉତର ପ୍ରଦେଶର ମେରଠରେ ।

Dr Ankit Bharat: chief of thoracic surgery at the Northwestern Medicine Lung Transplant Program

କରୋନା ଭାଇରସ ଆରମ୍ଭ ହେବା ପରଠାରୁ ଆମେରିକାରେ ଏହି ପ୍ରକାରର ଏହା ପ୍ରଥମ ସର୍ଜରୀ ଅଟେ । ଏହି ସର୍ଜରୀକୁ ନର୍ଥ ୱେଷ୍ଟର୍ଣ୍ଣ ମେଡିକାଲ ହସପିଟାଲରେ କରାଯାଇଛି । ଡାକ୍ତର ଅଙ୍କିତଙ୍କ ଅନୁଯାୟୀ ଯେଉଁ ମହିଳାଙ୍କ ଚିକିତ୍ସା କରାଯାଇଛି ତାଙ୍କର ବୟସ ୨୦-୩୦ ବର୍ଷ ମଧ୍ୟରେ ହେବ ।
ଡାକ୍ତର ଭାରତ ସୂଚନା ଦେଇଛନ୍ତି ଯେ ମହିଳା ଜଣଙ୍କର ସର୍ଜରୀ ୧୦ ଘଂଟା ଧରି ଚାଲିଥିଲା ଯାହାକି ହାରାହାରି ଠାରୁ ବେଶ ଅଧିକ ଅଟେ । ମହିଳାଙ୍କର ଫୁସଫୁସ, ହୃଦୟ, ଛାତିର ପାଶ୍ୱର୍ ଏବଂ ଡାୟଫ୍ରାମର ଆଖପାଖ(ବକ୍ଷକୁ ଅଲଗା କରୁଥିବା ପେଶୀପର୍ଦ୍ଦ) ସମ୍ପୂର୍ଣ୍ଣ ରୂପେ ଶୁଖିଯାଇଥିଲା । ବ୍ୟାକ୍ଟେରିଆର ସଂକ୍ରମଣ ଅଧିକ ହେତୁ ଫୁସଫୁସ ବହୁତ ଅଧିକ ଖରାପ ହୋଇଯାଇଥିଲା, ଯ।।ହାକୁ ଆଂଟିବାୟୋଟିକ ଔଷଧରେ ନିୟନ୍ତ୍ରଣ କରିବା ସମ୍ଭବ ନଥିଲା ।
ଡା. ଅଙ୍କିତ ଭାରତ କହିଛନ୍ତି ଯେ, ରୋଗୀଙ୍କର ଜୀବନ ବଂଚାଇବା ପାଇଁ ଅପରେସନ ବ୍ୟତୀତ ଆଉ କୌଣସି ଉପାୟ ନଥିଲା । ଏହି ଅପରେସନ ପାଇଁ ରୋଗୀଙ୍କୁ କେବଳ ଦୁଇଦିନ ଅପେକ୍ଷା କରିବାକୁ ପଡ଼ିଥିଲା, କାରଣ ଦୁଇଦିନ ପରେ ହିଁ ଜଣେ ବ୍ରେନ ଡେଡ୍ ଫୁସଫୁସ ଡୋନର ମିଳିଥିଲେ । ଏହା ପୂର୍ବରୁ ଅଷ୍ଟ୍ରିଆରେ ୪୫ ବର୍ଷର ଜଣେ ମହିଳାଙ୍କ ଫୁସଫୁସର ପ୍ରତ୍ୟାରୋପଣ ହୋଇଥିଲା । ଏହି ମହିଳାଙ୍କ ଫୁସଫୁସ ମଧ୍ୟ କରୋନାରେ ଖରାପ ହୋଇଯାଇଥିଲା ।


Share It

Comments are closed.