ପୂର୍ବ ଲଦାଖ ସୀମାରେ ରାଫେଲ ମୁତୟନ କଲା ଭାରତ


ଚୀନ ସହିତ ସୀମା ବିବାଦ ଜାରି ଥିବା ବେଳେ ଭାରତ ବଡ଼ ପଦକ୍ଷେପ ନେଇଛି। ଭାରତ ପୂର୍ବ ଲଦାଖର ସୀମାରେ ରାଫେଲ ଲଢୁଆ ବିମାନକୁ ମୁତୟନ କରିଛି। ଭାରତୀୟ ବାୟୁସେନା ବୁଧବାର ପୂର୍ବ ବାୟୁ କମାଣ୍ଡ (ଇଏସି) ହାସୀମାର ବାୟୁସେନା ଷ୍ଟେସନରେ ରାଫେଲ ବିମାନକୁ ନିଜର ୧୦୧ ସ୍କ୍ୱାର୍ଡନରେ ସାମିଲ କରିଛି। ପଶ୍ଚିମବଙ୍ଗରେ ହାସୀମାରା ନିକଟରେ ପ୍ରଥମ ମିଗ ୨୭ ସ୍କ୍ୱାର୍ଡନ ଥିଲା, ଯାହାକୁ ଏବେ ସେବାମୁକ୍ତ କରିଦିଆଯାଇଛି। ଏହା ଭୁଟାନରୁ ନିକଟତା କାରଣରୁ ଭାରତୀୟ ବାୟୁସେନାର ପରିଚାଳକଙ୍କ ଲାଗି ରଣନୀତିକ ଆଧାର ଅଟେ। ଚୁମ୍ବି ଘାଟି, ଯେଉଁଠାରେ ଭାରତ, ଭୁଟାନ ଏବଂ ଚୀନ ମଧ୍ୟରେ ଏକ ତ୍ରିକୋଣୀୟ ସ୍ଥାନ ଡୋକଲାମ ଠାରୁ ନିକଟ। ଏଠାରେ ୨୦୧୭ରେ ଉତ୍ତେଜନା ଦେଖାଯାଇଥିଲା। ତିନି ଦେଶ ପାଇଁ ତ୍ରିକୋଣୀୟ ଜଙ୍କଶନ ଚିନ୍ତାର ବିଷୟ ଅଟେ।
ବାୟୁସେନା ମୁଖ୍ୟ ରାକେଶ କୁମାର ସିଂ ଭଦୌରିଆ କହିଛନ୍ତି, ପୂର୍ବ କ୍ଷେତ୍ରରେ ଭାରତୀୟ ବାୟୁସେନାର କ୍ଷମତାକୁ ମଜଭୁତ କରିବା ଉଦ୍ଦେଶ୍ୟରେ ହାସୀମାରାରେ ରାଫେଲକୁ ସାମିଲ କରିବାର ସାବଧାନୀ ପୂର୍ବକ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଅଞ୍ଚଳରେ ଚୀନ ତରଫରୁ ବିପଦ ସୃଷ୍ଟି କରାଯାଇପାରେ। ଭାରତ ଏବଂ ଚୀନ ଗତ ଦେଢ଼ ବର୍ଷ ହେବ ସୀମା ବିବାଦରେ ନେଇ ମୁହାଁମୁହିଁ ହୋଇଛନ୍ତି। ଉତ୍ତେଜନା ହ୍ରାସ କରିବା ପାଇଁ ଉଭୟ ସେନା ଏବଂ କୂଟନୀତି ସ୍ତରରେ ଆଲୋଚନା ଜାରି ରହିଛି।


Share It

Comments are closed.