ଆଗାମୀ ମ୍ୟାଚରେ ବିଶ୍ରାମ ନେଇ ପାରନ୍ତି ପାଣ୍ଡ୍ୟା


ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ରେ ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ମିଳିପାରେ । ପାକିସ୍ତାନ ବିପକ୍ଷ ମୁକାବିଲାରେ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଆଗକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍‌ ରହିଛି । ତେଣୁ ଏହା ପୂର୍ବରୁ ପାଣ୍ଡ୍ୟାଙ୍କୁ ଆବଶ୍ୟକ ମୁତାବକ ବିଶ୍ରାମ ଦେବାକୁ ଟିମ୍‌ ମ୍ୟାନେଜମେଣ୍ଟ ଯୋଜନା କରୁଛି । ସୂଚନାଯୋଗ୍ୟ, ସିଡନୀରେ ମଙ୍ଗଳବାର ଭାରତୀୟ ଦଳ ଅଭ୍ୟାସ କରିଥିଲା । ପାଣ୍ଡ୍ୟା ହୋଟେଲ କକ୍ଷରେ ବିଶ୍ରାମ ନେଇଥିଲେ ।


Share It

Comments are closed.