ଲୋକସଭା ନିର୍ବାଚନ ପୂର୍ବରୁ ଭକ୍ତଙ୍କ ପାଇଁ ଖୋଲିବ ରାମ ମନ୍ଦିର


ଅଯୋଦ୍ଧାରେ ରାମ ମନ୍ଦିର ଖୋଲିବା ଅପେକ୍ଷାରେ ଅନେକ ରାମ ଭକ୍ତ ଉତ୍ସାହର ସହିତ ଅନେଇ ରହିଛନ୍ତି। ମକର ସଂକ୍ରାନ୍ତି ଦିନ ଗର୍ଭଗୃହରେ ରାମ ଲଲାଙ୍କ ମୂର୍ତ୍ତି ସ୍ଥାପନା ପରେ ୨୦୨୪ରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ। ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମହାସଚିବ ଚମ୍ପତ ରାୟ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମନ୍ଦିର ଭୂମିକମ୍ପ ପ୍ରତିରୋଧୀ। ଏକ ହଜାରର ବର୍ଷ ଯାଏ ମନ୍ଦିର ସୁରକ୍ଷିତ ଭାବେ ରହିବ।

ରାମ ମନ୍ଦିର ନିର୍ମାଣରେ ୩୯୨ ସ୍ତମ୍ଭ ଓ ୧୨ ଟି କବାଟ ଲାଗାଯାଉଛି। ଏଗୁଡ଼ିକ ବିନା ଲୁହା ରଡ୍‌ରେ ନିର୍ମାଣ କରାଯାଉଛି। ଟ୍ରଷ୍ଟର ସଦସ୍ୟ କହିଛନ୍ତି, ପଥରକୁ ଯୋଡ଼ିବା ପାଇଁ ଲୁହା ଛଡ଼ା ଚିପ୍ସର ବ୍ୟବହାର କରାଯାଉଛି।

ମୁଖ୍ୟ ମନ୍ଦିର ୩୫୦ X ୨୫୦ ଫୁଟ୍‌ରେ ନିର୍ମାଣ ହେଉଛି। ଚମ୍ପତ ରାୟ କହିଛନ୍ତି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶରେ ମନ୍ଦିର ଖୋଲିବା ପରେ ଏହାର ଆଖପାଖ ପାଞ୍ଚ କିଲୋମିଟର ଅଞ୍ଚଳରେ ଲୋକଙ୍କ ସମାଗମ ହେବାର ଆକଳନ କରାଯାଇଛି। ମନ୍ଦିର ନିର୍ମାଣ ପାଇଁ ୧୮୦୦ କୋଟି ଟଙ୍କା ବ୍ୟବରାଦ ହେଉଛି। ସେ କହିଛନ୍ତି, ୫୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ପୂରା ହୋଇଛି। ସେ କାର୍ଯ୍ୟର ଗତି ଓ ଗୁଣାବତ୍ତାକୁ ପ୍ରସଂଶା କରିଛନ୍ତି।

ଗର୍ଭ ଗୃହରେ ୧୬୦ ଟି ସ୍ତମ୍ଭ ରହିବ। ସେହିପରି ପ୍ରଥମ ମହଲାରେ ମୋଟ ୮୨ ସ୍ତମ୍ଭ ସହ ମନ୍ଦିରର ମୋଟ ୧୨ ଟି ପ୍ରବେଶ ଦ୍ୱାର ରହିବ। ଏହି ମନ୍ଦିରର ଏକ ମୁଖ୍ୟ ପ୍ରବେଶ ଦ୍ୱାର ରହିବ, ଯାହାକୁ ‘ସିଂହ ଦ୍ୱାର’ କୁହାଯିବ। ଏହା ବ୍ୟତୀତ ପ୍ରଥମ ମହଲାରେ ‘ନୃତ୍ୟ’, ‘ରଙ୍ଗ’ ଏବଂ ‘ଗୁଢ଼’ ମଣ୍ଡପ ରହିବ।


Share It

Comments are closed.