ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଆମାଜନର ଟ୍ରକିଂ ପାର୍ଟନର୍ ପ୍ରେମା


ଭୁବନେଶ୍ୱର: ଆଜିର ମହିଳାମାନେ ପ୍ରତିବନ୍ଧକଗୁଡିକୁ ଭାଙ୍ଗିବା ସହିତ କାର୍ଯ୍ୟକ୍ଷେତ୍ରରେ ନିଜର କ୍ଷମତା ପ୍ରଦର୍ଶନ କରି ଜଣେ ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି । ଏହା ସହିତ ସେ ଜଣେ ମା’ ଓ ଯତ୍ନକାରୀ ଭାବେ ଦାୟିତ୍ୱଗୁଡିକ ମଧ୍ୟରେ ଉତମ ସନ୍ତୁଳନ ରକ୍ଷା କରିପାରୁଛନ୍ତି । ପ୍ରେମାଙ୍କ କାହାଣୀ ଏହି ସମାନ ଧାରାକୁ ପ୍ରଦର୍ଶିତ କରୁଛି- ଜଣେ ମା’ (ସିଙ୍ଗଲ ମଦର୍‌) ଯିଏ କେବଳ ଏକ ସମୃଦ୍ଧ ଟ୍ରକିଂ ବ୍ୟବସାୟ ହାତକୁ ନେଇ ନାହାଁନ୍ତି ବରଂ ଅନ୍ୟମାନଙ୍କୁ ମଧ୍ୟ ଏହି ଶିଳ୍ପରେ ଯୋଗ ଦେବା ପାଇଁ ପ୍ରେରଣା ପ୍ରଦାନ କରିଛନ୍ତି । ୨୦୧୭ରେ ପ୍ରେମା (ବୟସ-୫୫ ବର୍ଷ ) ତାଙ୍କ ସ୍ୱାମୀଙ୍କ ଅକାଳ ବିୟୋଗ ପରେ ବ୍ୟକ୍ତିଗତ ସମସ୍ୟାଗୁଡିକ ମଧ୍ୟରେ ଆମାଜନ ସହିତ ଜଣେ ଟ୍ରକିଂ ପାର୍ଟନର ଭାବେ ନିଜର ଯାତ୍ରା ଆରମ୍ଭ କରିଥିଲେ । ଫାଇନାନ୍ସ ଓ ମାର୍କେଟିଂ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ଥିଲେ ମଧ୍ୟ, ପ୍ରେମା ପରିବହନର ଦୁନିଆରେ ପ୍ରବେଶ କରିଥିଲେ । ଆମାଜନର ଟ୍ରକିଂ ପାର୍ଟନର ପ୍ରୋଗ୍ରାମର ସହଯୋଗ ସହିତ ସେ ନିଜର କ୍ଷୁଦ୍ର ପରିଚାଳନା ସିମର୍ ଏକ୍ସପ୍ରେସ ସଲ୍ୟୁଶନ୍ସକୁ ଆମାଜନ ସହ ଏକ ସଫଳ ଟ୍ରକିଂ ବ୍ୟବସାୟରେ ପରିଣତ କରି ଉଲ୍ଲେଖନୀୟ ଅଭିବୃଦ୍ଧି ଓ ସଫଳତା ହାସଲ କରିଛନ୍ତି ।
ମହାମାରୀ ସମୟରେ ମଧ୍ୟ ନିଜର ବ୍ୟବସାୟିକ ପ୍ରବୃତି ଓ ଆମାଜନର ସହଯୋଗରେ, ପ୍ରେମା ରୂପାନ୍ତରଣ ପାଇଁ ସୁଯୋଗ ଦେଖିଥିଲେ ଏବଂ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା କ୍ଷେତ୍ରରେ ନିଜର ଦୃଢ଼ତା ଓ ସଂକଳ୍ପ ପ୍ରଦର୍ଶନ କରି ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିଥିଲେ । ଗତ କିଛି ବର୍ଷ ମଧ୍ୟରେ ତାଙ୍କର ବ୍ୟବସାୟରେ ୫୫%ର ରାଜସ୍ୱ ଅଭିବୃଦ୍ଧି ଘଟିବା ସହିତ ଏହି ସ୍ଥିରତା ଫଳପ୍ରଦ ହୋଇଛି । ପ୍ରେମା ସଫଳତାର ସହିତ ଏକ ସମୃଦ୍ଧ ଟ୍ରକିଂ ବ୍ୟବସାୟ ପରିଚାଳନା କରୁଥିବାବେଳେ, ଆମେରିକାରେ ଉଚ୍ଚଶିକ୍ଷା ହାସଲ କରିବା ପାଇଁ ତାଙ୍କ ଝିଅଙ୍କ ସ୍ୱପ୍ନକୁ ମଧ୍ୟ ସଫଳ ଭାବେ ପୂରଣ କରୁଛନ୍ତି । ଏସମ୍ପର୍କରେ ପ୍ରେମା କହିଛନ୍ତି, “ଆମାଜନ ଇଣ୍ଡିଆ ସହ ଜଡିତ ହେବା ଏକ ଚମତ୍କାର ଅନୁଭୂତି ରହିଆସିଛି । ଏହା ମୋତେ ଏକ ସଫଳ କ୍ୟାରିୟର ଗଠନ କରିବା ସହିତ ମାତୃତ୍ୱର ଆବଶ୍ୟକତାକୁ ସନ୍ତୁଳିତ ରଖିବା ପାଇଁ ଅନୁମତି ଦେଇଛି । ମୁଁ ଅନ୍ୟ ମହିଳାମାନଙ୍କୁ ପରିବହନ କ୍ଷେତ୍ରରେ ରହିଥିବା ସୁଯୋଗଗୁଡିକୁ ଅନ୍ୱେଷଣ କରିବା ପାଇଁ ପ୍ରୋତ୍ସାହିତ କରୁଛି- କାରଣ ଏହା ଏକ ଉଲ୍ଲେଖନୀୟ ଶିଳ୍ପ ଅଟେ ଯାହା ଅଭିବୃଦ୍ଧି ଓ ସ୍ୱାଧୀନତା ପାଇଁ ଫଳପ୍ରଦ ମାର୍ଗ ପ୍ରଦାନ କରୁଛି । ମୁଁ ମୋ ଝିଅ, ମୋ ଟିମ୍ ଓ ଆମାଜନଠାରୁ ପାଇଥିବା ମୂଲ୍ୟବାନ ସହଯୋଗ ପାଇଁ କୃତଜ୍ଞ ଅଟେ ।”
ପ୍ରେମାଙ୍କ ଭଳି ଟ୍ରକିଙ୍ଗ ପାର୍ଟନରଙ୍କ ସହିତ କାର୍ଯ୍ୟ କରିବା ବ୍ୟତୀତ ଆମାଜନ ଭାରତବ୍ୟାପୀ ୩୫୦ରୁ ଅଧିକ ଟ୍ରକିଂ ପାର୍ଟନର୍‌ଙ୍କ ସହ ସହଭାଗିତା କରିଛି । ଆମାଜନ ଏଭଳି ଟ୍ରକିଂ କମ୍ପାନୀଗୁଡିକୁ ସେମାନଙ୍କର ଡ୍ରାଇଭରଙ୍କ ପାଇଁ ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା ଲାଭର ବ୍ୟବସ୍ଥା କରି ଏବଂ ସୁରକ୍ଷିତ ଡ୍ରାଇଭିଂ ଓ ଦକ୍ଷ ପ୍ୟାକେଜ ଡେଲିଭରି ପାଇଁ ଟେକ୍ନୋଲୋଜି-ଚାଳିତ ସମାଧାନ ପ୍ରଦାନ କରି ସଶକ୍ତ କରୁଛି । ଆମାଜନ ଟ୍ରାନ୍ସପୋର୍ଟେସନ ସର୍ଭିସ ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ସିଂହ କହିଛନ୍ତି, “ପ୍ରେମାଙ୍କ କାହାଣୀ ଖୁବ୍ ପ୍ରେରଣାଦାୟୀ ଅଟେ ଏବଂ ଉଭୟ କାର୍ଯ୍ୟକ୍ଷେତ୍ରରେ ଓ ନିଜର ପିଲାମାନଙ୍କ ପାଇଁ ଘରେ ମା’ମାନେ କରୁଥିବା କଠିନ ପରିଶ୍ରମର ଏକ ମହାନ ସାକ୍ଷୀ ଅଟେ । ପ୍ରେମାଙ୍କ ଭଳି ଟ୍ରକିଂ ପାର୍ଟନରମାନେ ଆମର ପରିଚାଳନା ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି ଏବଂ ମୁଁ ଅଧିକରୁ ଅଧିକ ମହିଳା ଓ ମା’ମାନଙ୍କୁ ଏଭଳି ସୁଯୋଗଗୁଡିକ ସମ୍ପର୍କରେ ବିଚାର କରିବା ପାଇଁ ପ୍ରୋତ୍ସାହିତ କରିବାକୁ ଚାହିଁବି ।”

 


Share It

Comments are closed.