ସ୍ବପ୍ନରେ ଏହି ପଶୁପକ୍ଷୀଙ୍କୁ ଦେଖୁଥିଲେ ବୁଝିଯାଆନ୍ତୁ ବଦଳିବାକୁ ଯାଉଛି ଆପଣଙ୍କ ଭାଗ୍ୟ


ସ୍ବପ୍ନ ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ । ଶୋଇବା ସମୟରେ ମଣିଷ ଅନେକ ପ୍ରକାରର ସ୍ବପ୍ନ ଦେଖିଥାଏ। ସବୁଠାରୁ ରୋଚକପୂର୍ଣ୍ଣ କଥା ହେଉଛି ଏହି ସ୍ବପ୍ନ ଆମ ଜୀବନରେ ଘଟିବାକୁ ଥିବା କେତେକ ବିଶେଷ ଘଟଣା ବିଷୟରେ ପୂର୍ବ ସଙ୍କେତ ଦେଇଥାଏ । ସ୍ବପ୍ନ ଶାସ୍ତ୍ରରେ ଏ ସମ୍ବନ୍ଧରେ କୁହାଯାଇଛି। ଆପଣ ସ୍ବପ୍ନରେ ବେଳେବେଳେ ପଶୁପକ୍ଷୀଙ୍କୁ ମଧ୍ୟ ଦେଖୁଥିବେ । ତେବେ ଜାଣନ୍ତୁ ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ପଶୁପକ୍ଷୀ ଦେଖିବା କାହାର ସଂକେତ ଦେଇଥାଏ ।

ଯଦି ସ୍ବପ୍ନରେ ଆପଣ ଗାଈ ଦେଖନ୍ତି ତାହେଲେ ତାହା ବହୁତ ଶୁଭ ହୋଇଥାଏ| ହିନ୍ଦୁ ଧର୍ମରେ ଗାଈକୁ ଗୋମାତାର ଦର୍ଜା ଦିଆଯାଇଛି। ହିନ୍ଦୁ ଧର୍ମରେ ଗାଈଙ୍କୁ ପୂଜା କରାଯାଏ। ଗାଈରେ ୩୩ କୋଟି ଦେବାଦେବୀ ବାସ କରନ୍ତି ବୋଲି କୁହାଯାଏ। ସେଥିପାଇଁ ସ୍ବପ୍ନରେ ଗାଈ ଦେଖିଲେ ବହୁତ ଶୁଭ ହୋଇଥାଏ ଏବଂ ଭବିଷ୍ୟତରେ ସଫଳତା ମିଳିବାର ସଂକେତ ଦେଇଥାଏ।

ଯଦି ସ୍ବପ୍ନରେ କ୍ଷୀର ଦେଉଥିବା ଗାଈକୁ ଦେଖନ୍ତି ତାହେଲେ ଘରେ ସୁଖ ସମୃଦ୍ଧି ଆସିଥାଏ। ଚିତା ଗାଈକୁ ସ୍ବପ୍ନରେ ଦେଖିଲେ ଋଣ ବ୍ୟବସାୟରେ ଲାଭ ମିଳିବାର ସଂକେତ ଦେଇଥାଏ। ସ୍ବପ୍ନରେ ହାତୀ ଦେଖିବା ସମୃଦ୍ଧି ଓ ଐଶ୍ୱର୍ଯ୍ୟର ପ୍ରତୀକ ବୋଲି କୁହାଯାଏ।

ଯଦି ଆପଣ ସ୍ବପ୍ନରେ ପେଚା ଦେଖନ୍ତି ତାହେଲେ ଏହା ଶୁଭ ବୋଲି କୁହାଯାଏ। ସ୍ବପ୍ନରେ ପେଚା ଦେଖିଲେ ଧନ ମିଳିବାର ସମ୍ଭାବନା ଥାଏ। କିନ୍ତୁ ଏହି ସ୍ବପ୍ନ ଦେଖିବା ପରେ ଆପଣଙ୍କୁ ମା’ ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଲାଲ ରଙ୍ଗର ବସ୍ତ୍ର ଅର୍ପଣ କରିବାକୁ ହେବ। ଶାସ୍ତ୍ରରେ ମାଛକୁ ମା’ ଲକ୍ଷ୍ମୀଙ୍କ ଆଗମନର ପ୍ରତୀକ ବୋଲି କୁହାଯାଏ।


Share It

Comments are closed.