ଘରେ ଏହି ଜିନିଷ ଥିଲେ ତୁରନ୍ତ ହଟାଇଦିଅନ୍ତୁ, ନଚେତ ଭୋଗିବାକୁ ପଡ଼ିପାରେ ସମସ୍ୟା


ଘରେ କିଛି ଜିନିଷ ବାସ୍ତୁଶାସ୍ତ୍ର ଅନୁସାରେ ନଥିଲେ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ | ବେଳେବେଳେ ଘରେ ଏମିତି କିଛି ଜିନିଷ ଥାଏ ଯାହା ପ୍ରତି ଆମେ ଦୃଷ୍ଟି ଦେଇନଥାଉ ଏବଂ ଏହିସବୁ ଜିନିଷ ଯୋଗୁଁ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିବା ଯୋଗୁଁ ମାନସିକ, ଶାରୀରିକ ଓ ଆର୍ଥିକ ସମସ୍ୟା ଉପୁଜିଥାଏ। ଶାନ୍ତିରେ ଓ ଖୁସିରେ ଜୀବନ ବିତାଇବାକୁ ହେଲେ ଘରର ବାସ୍ତୁ ଉପରେ ଦୃଷ୍ଟି ଦେବାକୁ ହେବ।

ଘରେ ନକାରାତ୍ମକ ଶକ୍ତି ପ୍ରବେଶ କଲେ ଅନେକ ସମସ୍ୟା ଦେଖାଦେଇଥାଏ। ଗୃହରେ କଳହ, ଚାକିରୀ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ। ଏହିସବୁ ସମସ୍ୟା ଦୂର କରିବାକୁ ଘରୁ ନକାରାତ୍ମକ ଜିନିଷ ହଟାଇ ଦେବା ଉଚିତ।

ଘରେ ଭଙ୍ଗା କାଚ ରଖିବା ଉଚିତ ନୁହେଁ। ବେଳେବେଳେ ଲୋକେ ଭଙ୍ଗା ଦର୍ପଣରେ ମୁହଁ ଦେଖିଥାନ୍ତି। କିନ୍ତୁ ଭଙ୍ଗା ଦର୍ପଣରେ ମୁହଁ ଦେଖିବା ଉଚିତ ନୁହେଁ। ଘରେ ଭଙ୍ଗା କାଚ କଦାପି ରଖନ୍ତୁ ନାହିଁ। ଏହାଦ୍ଵାରା ନକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ ଓ ଅନେକ କ୍ଷତି ଘଟାଇଥାଏ।

ଘରର ମୁଖ୍ୟଦ୍ଵାରକୁ ଅନ୍ଧାର ରଖିବା ଉଚିତ ନୁହେଁ। ମୁଖ୍ୟଦ୍ଵାରରେ ଆଲୁଅ ଥିବା ଉଚିତ। ଯଦି ଘରର ମୁଖ୍ୟଦ୍ଵାରରେ ସୂର୍ଯ୍ୟ କିରଣ ନ ପଡୁଥିଲେ ତାହେଲେ ସବୁବେଳେ ସେଠାରେ ଏକ ଲାଇଟ୍ ଜଳାଇ ରଖିବା ଉଚିତ।

ଘରେ କୌଣସି ବି ଭଙ୍ଗା ଜିନିଷ ରଖିବା ଉଚିତ ନୁହେଁ। ଘରେ ଯଦି କୌଣସି ଖଣ୍ଡିତ ପ୍ରତିମା ଅଛି ତାହେଲେ ତାକୁ ଦୁରେଇ ଦିଅନ୍ତୁ। ଏହାଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ। ବେଡ଼ରୁମ ଓ ଲିଭିଂ ରୁମରେ ହସୁଥିବା ଶିଶୁର ଫଟୋ ଲଗାନ୍ତୁ। ଘରେ ସକାଳେ ଓ ସନ୍ଧ୍ୟାରେ କର୍ପୁର ଓ ଦୀପ ଲଗାଇବା ଉଚିତ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୁରେଇ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ଘରର କବାଟ-ଝରକା ସକାଳେ ଓ ସନ୍ଧ୍ୟାରେ ନିଶ୍ଚୟ ଖୋଲିବା ଉଚିତ। ଏହାଦ୍ଵାରା ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ କୌଣସି ପ୍ରକାର ଖରାପ ବିଜୁଳି ଉପକରଣ ରକ୍ଷନ୍ତୁନି। ଘରେ ଖରାପ ହୋଇଥିବା କିମ୍ବା ବନ୍ଦ ପଡିଥିବା ଘଣ୍ଟା ମଧ୍ୟ ରଖନ୍ତୁନି। ଏହାକୁ ତୁରନ୍ତ ଠିକ କରିଦିଅନ୍ତୁ। ଖରାପ କିମ୍ବା ବନ୍ଦ ପଡିଥିବା ଘଣ୍ଟା ଉନ୍ନତି ପଥରେ ବାଧା ସୃଷ୍ଟି କରିଥାଏ ବୋଲି କୁହାଯାଏ।

ଘର ଭିତରେ ଯେତିକି ଆଲୋକ ବିଦ୍ୟମାନ ହେବ ସେତିକି ସକାରାତ୍ମକ ଶକ୍ତି ଆସିବ। ଘରେ ଆଲୋକର ପୁରା ବ୍ୟବସ୍ଥା କରନ୍ତୁ। ଘରେ କୌଣସି ବି ସ୍ଥାନରେ ଅନ୍ଧାର ରହିବ ଉଚିତ ନୁହେଁ। ସନ୍ଧ୍ୟାରେ ପୁରା ଘରେ ଲାଇଟ ନିଶ୍ଚୟ ଲଗାନ୍ତୁ।


Share It

Comments are closed.