ଦେଶରେ ପୁଣି ବେକାବୁ ହେଲାଣି କରୋନା: ୨୪ ଘଂଟାରେ ୪୦ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ, ୧୯୯ ଜଣଙ୍କ ମୃତ୍ୟୁ


ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାର ୭୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୭୮୫ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ୧୯୯ ଜଣଙ୍କା ମୃତ୍ୟୁ ଘଟିଛି ।

ଦେଶରେ ମାର୍ଚ୍ଚ ୧୫ ଠାରୁ ଲାଗାତାର ଭାବେ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦେଶରେ ୩ ଲକ୍ଷ ୪୫ ହଜାର ୩୭୭ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଏକ କୋଟି ୧୬ ଲକ୍ଷ ୮୬ ହଜାର ୭୯୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ​‌ଏକ​‌ କୋଟି ୧୧ ଲକ୍ଷ ୮୧ ହଜାର ୨୫୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ଏବଂ ଏକ ଲକ୍ଷ ୬୦ ହଜାର ୧୬୬ ଜଣଙ୍କ ମୃତ୍ୟୁ ହୋଇସାରିଛି ।

ସେହିଭଳି ଦେଶ​‌ରେ ଟୀକାକରଣ ମଧ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୮୪ ଳକ୍ଷ ୯୪ ହଜାର ୫୯୪ ଜଣଙ୍କୁ ଭ୍ୟାକସିନ୍‌ ଦିଆସରିଛି । ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଓ ପଞ୍ଜାବରେ କରୋନା ସଂକ୍ରମଣ ଦ୍ରୁତ ଗତି​‌ରେ ବୃଦ୍ଧି ପାଇବାରେ ଲାଗିଛି । ସୁରକ୍ଷା ଦୃଷ୍ଟିରୁ ଏହି ପ୍ରମୁଖ ରାଜ୍ୟମାନଙ୍କ କିଛି ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି ।


Share It

Comments are closed.