ମୋଟାପଣ ଦୂର ଏବଂ ତ୍ୱଚାରେ ଚମକ ଆଣିବା ପାଇଁ ସାହାଯ୍ୟ କରେ ଅମୃତଭଣ୍ଡା ମଞ୍ଜି, ଜାଣନ୍ତୁ କିପରି


ପ୍ରାୟତଃ ଲୋକମାନେ ଅମୃତଭଣ୍ଡା ଖାଇବା ପରେ ତାର ମଞ୍ଜିକୁ ଫୋପାଡି ଦେଇଥାନ୍ତି । କିନ୍ତୁ ଆପଣ ଯେଉଁ ମଞ୍ଜିକୁ ଅଦରକାରୀ ଭାବି ଫୋପାଡି ଦେଉଛନ୍ତି ବାସ୍ତବରେ ତାହା ଆପଣଙ୍କ ସ୍ୱାସ୍ଥ୍ୟପାଇଁ କୈଣସି ବରଦାନ ଠାରୁ କମ୍ ନୁହେଁ । ଜାଣି ଆଶ୍ଚର୍ଯ୍ୟ ହେବେ ଅମୃତଭଣ୍ଡା ମଞ୍ଜି ଏକ ସପ୍ତାହରେ ଆପଣଙ୍କ ଅନେକ କିଲୋ ଓଜନ ହ୍ରାସ କରିପାରିବ । ତେବେ ଚାଲନ୍ତୁ ଜାଣିବା ଓଜନ ହ୍ରାସ କରିବା ଏବଂ ଅନ୍ୟାନ୍ୟ ରୋଗରୁ ମୁକ୍ତି ପାଇବା ପାଇଁ ଅମୃତଭଣ୍ଡା ମଞ୍ଜି କିପରି ବ୍ୟବହାର କରାଯାଏ । ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ, ମିନେରାଲ୍ସ ଏବଂ ଖୁବ୍ କମ୍ କ୍ୟାଲୋରୀ ଥାଏ । ଅମୃତଭଣ୍ଡାରେ ମିଳୁଥିବା ଏନଜାଇମଗୁଡ଼ିକ କେବଳ ଓଜନ ହ୍ରାସ କରେ ନାହିଁ ବରଂ ବ୍ୟାଡ୍ କୋଲେଷ୍ଟ୍ରୋଲକୁ ମଧ୍ୟ ହ୍ରାସ କରିଥାଏ । ଓଜନ ହ୍ରାସ କରିବାକୁ, ଆପଣ ୧୦ ରୁ ୧୫ ଦିନ ଏକ ଚାମଚ ଶୁଖିଲା ଅମୃତଭଣ୍ଡା ମଞ୍ଜିରୁ ପ୍ରସ୍ତୁତ ପାଉଡର ଖାଇବା ଉଚିତ୍ । ଏକ ଦିନରେ ମାତ୍ର ୫ ରୁ ୮ ଗ୍ରାମ ମଞ୍ଜି ଖାଇବା ଉଚିତ୍ । ଅମୃତଭଣ୍ଡା ମଞ୍ଜିରେ ଆଣ୍ଟି-ଏଜିଙ୍ଗ୍ ଗୁଣ ରହିଥିବାରୁ ଆପଣଙ୍କ ତ୍ୱଚାର ଚମକକୁ ବଜାୟ ରଖିବା ସହିତ ରିଙ୍କଲ୍ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣ ଏହାର ମଞ୍ଜିକୁ ଅମୃତଭଣ୍ଡା ସହିତ ଚୋବାଇବା ଖାଆନ୍ତୁ । ଏହା ପରେ ପାଣି ପିଅନ୍ତୁ । ଏହା କରିବା ଦ୍ୱାରା ଚର୍ମରେ କୁଞ୍ଚନ ଏବଂ ଫାଇନ୍ ଲାଇନ୍ ଦେଖାଯିବ ନାହିଁ । ଅମୃତଭଣ୍ଡା ମଞ୍ଜିରେ ପ୍ରଚୁର ପରିମାଣର ହଜମକାରୀ ଏନଜାଇମ୍ ଥାଏ ଯାହା ପ୍ରାକୃତିକ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ସୁସ୍ଥ ହଜମ ପାଇଁ, ସୂର୍ଯ୍ୟ ଅମୃତଭଣ୍ଡା ମଞ୍ଜି ଶୁଖାଇ ତାହାର ପାଉଡର ପ୍ରସ୍ତୁତ୍ କରନ୍ତୁ । ଏହି ପାଉଡରକୁ ପ୍ରତିଦିନ ଉଷୁମ ପାଣିରେ ଖାଆନ୍ତୁ ।


Share It

Comments are closed.