ଚେକ ବାଉନ୍ସ ମାମଲାରେ ୧ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ ହେଲେ ତାମିଲ ଅଭିନେତା ଶରତ କୁମାର ଏବଂ ତାଙ୍କ ପତ୍ନୀ


ଚେକ୍ ବାଉନ୍ସ ମାମଲାରେ ତାମିଲ୍ ଅଭିନେତା ତଥା ନେତା ଆର ଶରତ କୁମାର ଏବଂ ତାଙ୍କ ପତ୍ନୀ ରାଧିକା ଆଉ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ତେବେ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ଅଦାଲତ ଗଠିତ ହୋଇଛି ଯାହା ଅଭିଯୁକ୍ତଙ୍କ ଦ୍ୱାରା ଆବେଦନ କରାଯିବା ପରେ ଏହାକୁ ୩୦ ଦିନ ସ୍ଥଗିତ ରଖିବାକୁ କୁହାଯାଇଛି । ରାଜନୈତିକ ଦଳର ଅଲ ଇଣ୍ଡିଆ ସମଥୁଭ ମକ୍କଲ କାଚିର ସଭାପତି କୁମାର ମଧ୍ୟ ଜଣେ ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ । ଫିଲ୍ମକୁ ଅର୍ଥ ପ୍ରଦାନ କରୁଥିବା କମ୍ପାନୀ ରେଡିଏନ୍ସ ମିଡିଆ ପିଭି ଲିମିଟେଡ୍ ଅନୁଯାୟୀ ମ୍ୟାଜିକ୍ ଫ୍ରେମ୍ କମ୍ପାନୀ ୧.୫୦ କୋଟି ଟଙ୍କା ନେଇଥିଲେ । ଏହି କମ୍ପାନୀରେ କୁମାର, ରାଧିକା ଏବଂ ଲିଷ୍ଟିନ ଷ୍ଟିଫେନ୍ ଅଂଶୀଦାର ଅଟନ୍ତି । ପରେ କୁମାର କମ୍ପାନୀରୁ ୫୦ ଲକ୍ଷ ଟଙ୍କା ଋଣ ନେଇଥିଲେ, ଏହାର ପ୍ରତିବଦଳରେ ସେ ଏକ ଚେକ୍ ପ୍ରଦାନ କରିଥିଲେ । ଯେବେ ଚେକ୍ ଲଗାଯାଇଥିଲା ସେବେ ସମସ୍ତ ଚେକ୍ ବାଉନ୍ସ ହୋଇଯାଇଥିଲା । କମ୍ପାନୀର ଅଭିଯୋଗ ଉପରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ।


Share It

Comments are closed.