ସ୍ୱାସ୍ଥ୍ୟ ପାଇଁ ବେଶ ହିତକର ହୋଇଥାଏ ଫିଗ୍: ରକ୍ତଚାପ ନିୟନ୍ତ୍ରିତ କରିବା ସହ ହାଡକୁ ରଖେ ମଜବୁତ


ଅଞ୍ଜିର ବା ଫିଗ ଏକ ହାଇଫ୍ରୁଟ। ଯାହା ହାଲକା ହଳଦିଆ ଓ ଗାଢ଼ ସୁନେଲି ରଙ୍ଗର । ଏହି ଫଳ ଫୋଷକ ତତ୍ୱରେ ଭରା । ଏହା ଖାଇବାକୁ ବେଶ କୁରକୁରା ଲାଗିଥାଏ । ଏହା ବହୁତ ରୋଗର ଉପଚାର ମଧ୍ୟ କରିଥାଏ । ଅଞ୍ଜିରରେ ଜିଙ୍କ, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ଆଇରନ୍ ପରି ପୋଷକ ତତ୍ୱ ରହିଥାଏ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଫାଇବର ମଧ୍ୟ ରହିଛି । ଅଞ୍ଜିରରେ ବହୁ ମାତ୍ରାରେ ପୋଟାସିୟମ ଥାଏ ଯାହା ଶରୀରରେ ଶର୍କରାସ୍ତରକୁ ନିୟନ୍ତ୍ରଣ କରିଥାଏ । ଅଞ୍ଜିର ଖାଇବା ଦ୍ୱାରା ଟାଇପ-୨ ମଧୁମେହ ରୋଗର ଶର୍କରା ସ୍ତର ନିୟନ୍ତ୍ରିତ ହୋଇଥାଏ । କେବଳ ମଧୁମେହ ନୁହଁ ଅନ୍ୟାନ୍ୟ କେତେକ ରୋଗକୁ ମଧ୍ୟ ଅଞ୍ଜିର ନିୟନ୍ତ୍ରଣ କରିଥାଏ ।

ଫାଇବର ଭରା ଅଞ୍ଜିର ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ଫଳରେ କୋଷ୍ଠକାଠିନ୍ୟ ପରି ସମସ୍ୟା ଦୁର ହୋଇଥାଏ। କୋଷ୍ଠକାଠିନ୍ୟକୁ ଦୁର କରିବା ପାଇଁ ଅଞ୍ଜିରକୁ ଆପଣ କ୍ଷିରରେ ପକାଇ ପିଇ ପାରିବେ ।

କମ ପୋଟାସିୟମ ଓ ଅଧୀକ ସୋଡ଼ିୟମ ଯୋଗୁ ହାଇପରଟେନ୍ସନ ସମସ୍ୟା ଦେଖାଯାଏ । ଅଞ୍ଜିରରେ ଅଧୀକ ପୋଟାସିୟମ ଓ କମ ସୋଡ଼ିୟମ ରହିଥାଏ। ତେଣୁ ଏହା ହାଇପର ଟେନ୍ସନରୁ ମୁକ୍ତି ଦିଏ।

ଅଞ୍ଜିରରେ ବହୁମାତ୍ରାରେ କ୍ୟାଲସିୟମ ରହିଥାଏ। ତେଣୁ ଏହାକୁ ସବୁବେଳେ ଖାଇବା ଦ୍ୱାରା ହାଡ଼ ମଜବୁତ ହୋଇଥାଏ ।

ଆସ୍ଥାମା ରୋଗିଙ୍କ ପାଇଁ ଏହା ବହୁତ ଉପଯୋଗି । ଏହା ଛାତିରେ ଜମିଥିବା କଫକୁ ସହଜରେ ବାହାରକୁ ଆଣିବା ପାଇଁ ସାହାଯ୍ୟ କରେ। ଫଳରେ ରୋଗିକୁ ଆରାମ ମିଳେ। ୨ରୁ୪ଟି ଶୁଖିଲା ଅଞ୍ଜିକୁ ସକାଳେ ସଂଧ୍ୟାରେ ଦୁଗ୍ଧ ସହ ଗରମ କରି ପିଇବା ଦ୍ୱାରା କଫ କମିଯାଏ ।

ପାଣିରେ ପାଞ୍ଚଖଣ୍ଡ ଅଞ୍ଜିର ପକାଇ ଏହାକୁ ଫୁଟାଇ ଦିଅନ୍ତୁ। ଏହି ପାଣିକୁ ଛାଣି କିଛିଦିନ ପର୍ଯ୍ୟନ୍ତ ପିଅନ୍ତୁ। ଧୀରେ ଧୀରେ ଶରୀରରୁ ଥଣ୍ଡା ଭଲ ହୋଇଯିବ।


Share It

Comments are closed.