ସୋସିଆଲ ମିଡିଆ ଉପରେ ନଜର ରଖିବା ପାଇଁ ସାଇବର ସେନା ପ୍ରସ୍ତୁତ କରୁଛନ୍ତି ସରକାର, ଆପଣ ମଧ୍ୟ କରିପାରିବେ ଯୋଗଦାନ


ଦେଶ ବିରୋଧୀ କଂଟେଂଟ ତଥା ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟର ଉପରେ ନଜର ରଖିବା ପାଇଁ ଭାରତ ସରକାର ଏକ ସାଇବର ସେନା ପ୍ରସ୍ତୁତ କରୁଛନ୍ତି, ଯାହାକୁ ସାଇବର ଭଲ୍ୟୁନଟିୟର ନାମରେ ନାମିତ କରାଯିବ। ଦେଶର ଯେକୌଣସି ସାଧାରଣ ବ୍ୟକ୍ତି ସରକାରଙ୍କ ସାଇବର ଭଲ୍ୟୁଂଟିୟର ସହ ଯୋଗଦାନ କରିପାରିବେ ଏବଂ ସରକାରଙ୍କ ପାଇଁ କାର୍ଯ୍ୟ କରିପାରିବେ। ଗୃହ ମନ୍ତ୍ରଣାଳୟ ଅଧୀନରେ ସାଇବର ଭଲ୍ୟୁନଟିୟର ଗଠନ କରାଯିବ।

Cybercrime.gov.in ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଯେକୌଣସି ସାଧାରଣ ନାଗରିକ ସରକାରଙ୍କ ସହ ସୋସିଆଲ ମିଡିଆ ଉପରେ ନଜର ରଖିପାରିବେ। ଯଦି ଆପଣ ମଧ୍ୟ ସାଇବର ଭଲ୍ୟୁନଟିୟର ଭାବରେ କାର୍ଯ୍ୟ କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ନିଜକୁ ସାଇବର କ୍ରାଇମ ଭଲ୍ୟୁନଟିୟର ଭାବରେ ପଞ୍ଜୀକୃତ କରିବାକୁ ପଡିବ ଏବଂ ଏହା ପରେ ଆପଣ ହିଂସାତ୍ମକ, ଆପତ୍ତିଜନକ, ମହିଳା ବିରୋଧୀ, ଗ୍ୟାଙ୍ଗରେପ ଏବଂ ଦେଶ ବିରୋଧୀ ସୋସିଆଲ ମିଡିଆ ପୋଷ୍ଟ ବିରୋଧରେ ରିପୋର୍ଟ କରିବାକୁ ସମର୍ଥ ହେବେ।

ଏହି ପ୍ରକଳ୍ପର ନାମ ଇଣ୍ଡ୍ୟନ ସାଇବର କ୍ରାଇମ କୋ-ଅର୍ଡିନେସନ ସେଂଟର (I4C) ଭାବେ ନାମିତ କରାଯାଇଛି | ଗତ ସପ୍ତାହରେ ଏହା ଜାମ୍ମୁ କାଶ୍ମୀରରେ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ପୋଲିସ ପକ୍ଷରୁ ଏକ ସର୍କୁଲାର ମଧ୍ୟ ଜାରି କରାଯାଇଥିଲା। ସାଇବର ଭଲ୍ୟୁନଟିୟରଙ୍କ ପାଇଁ ତିନୋଟି ବର୍ଗ ରହିଛି ଯେଉଁଥିରେ ସାଇବର ଭଲ୍ୟୁନଟିୟର ବେଆଇନ କଂଟେଂଟ୍ ଫ୍ଲାଗର୍, ସାଇବର ପ୍ରୋମୋଟର୍ ଏବଂ ସାଇବର ଏକ୍ସପର୍ଟ ଅନ୍ତର୍ଭୁକ୍ତ | ଏଥିମଧ୍ୟରୁ, ଆପଣ ନିଜ ଦକ୍ଷତା ଅନୁଯାୟୀ ଯେକୌଣସି ବର୍ଗ ପାଇଁ ଆବେଦନ କରିପାରିବେ |

ପ୍ରଥମ ବର୍ଗରେ ବେଆଇନ ପୋଷ୍ଟ, ଶିଶୁ ଅଶ୍ଳୀଳତା, ବଳାତ୍କାର, ଗଣ ବଳାତ୍କାର, ଆତଙ୍କବାଦ, ଜାତୀୟ ବିରୋଧୀ ବିଷୟବସ୍ତୁ ମନିଟରିଂ ଅନ୍ତର୍ଭୁକ୍ତ। ଏଥି ସହିତ, ଦ୍ୱିତୀୟ ବର୍ଗ ଅଧୀନରେ ଦେଶର ଲୋକଙ୍କୁ ସୋସିଆଲ ମିଡିଆ ଏବଂ ସାଇବର ଅପରାଧ ବିଷୟରେ ସଚେତନ କରିବାକୁ ପଡିବ। ତୃତୀୟ ବର୍ଗ ସାଇବର ଅପରାଧ, ଭାଇରସ୍, କ୍ରିପ୍ଟୋଗ୍ରାଫି ଇତ୍ୟାଦିରେ ସରକାରୀ ଏଜେନ୍ସିଗୁଡ଼ିକୁ ସାହାଯ୍ୟ କରିବେ |

ପ୍ରଥମ ବର୍ଗ ପାଇଁ ଆପଣଙ୍କ ଯାଞ୍ଚ କିମ୍ବା KYC କରାଯିବ ନାହିଁ କିନ୍ତୁ ଦ୍ୱିତୀୟ ଏବଂ ଶେଷ ବର୍ଗ ପାଇଁ ରାଜ୍ୟ ସରକାର ସାଇବର ଭଲ୍ୟୁନଟିୟରଙ୍କୁ ଯାଞ୍ଚ କରିବେ | ସାଇବର ଭଲ୍ୟୁନଟିୟରଙ୍କ ଯୋଗ୍ୟତା ବିଷୟରେ ବର୍ତ୍ତମାନ କୌଣସି ସୂଚନା ନାହିଁ | ଯଦି ଆପଣ ମଧ୍ୟ ସାଇବର ଭଲ୍ୟୁନଟିୟର ହେବାକୁ ଚାହାଁନ୍ତି ତେବେ ଆପଣ cybercrime.gov.in କୁ ଯାଇ ନିଜର ରେଜିଷ୍ଟ୍ରେସନ କରିପାରିବେ |


Share It

Comments are closed.