ଘରୋଇ ସିନେମା ମନୋରଞ୍ଜନକୁ ନୂତନ ସ୍ତରରେ ପହଂଚାଇବ ସୋନି ଇଣ୍ଡିଆର ବ୍ରାଭିଆ ଥିଏଟର କ୍ୱାଡ୍‌


ଭୁବନେଶ୍ୱର: ସୋନି ଇଣ୍ଡିଆ ଘରୋଇ ମନୋରଞ୍ଜନର ଭବିଷ୍ୟତ କୁହାଯାଉଥିବା ବ୍ରାଭିଆ ଥିଏଟର କ୍ୱାଡକୁ ଲଂଚ କରିଛି, ଯାହାର ଉନ୍ନତ ସାଉଣ୍ଡ ସିଷ୍ଟମ୍ ଏକ ସିନେମାଟିକ୍ ଅନୁଭବକୁ ପୂରଣ କରିଥାଏ । ଦର୍ଶକଙ୍କୁ ସେମାନଙ୍କର ପ୍ରିୟ ଚଳଚ୍ଚିତ୍ର ଏବଂ ଟିଭି ଶୋ’ର ଉନ୍ନତ ଅନୁଭୁତି ପ୍ରଦାନ କରିବା ପାଇଁ ଡିଜାଇନ୍ ହୋଇଥିବା, ବ୍ରାଭିଆ ଥିଏଟର କ୍ୱାଡ୍ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ନିର୍ମିତ ହେବା ସହ ଅତ୍ୟାଧୁନିକ ସାଉଣ୍ଡ ସିଷ୍ଟମ, ୩୬୦ ସ୍ପେସାଲ୍ ସାଉଣ୍ଡ ମ୍ୟାପିଂ, ସାଉଣ୍ଡ ଫିଲ୍ଡ ଅପ୍ଟିମାଇଜେସନ୍ ଓ ଆଇମ୍ୟାକ୍ସ ଏନହାନ୍ସ ମାଧ୍ୟମରେ ଦର୍ଶକମାନେ ନିଜ ଘରେ ମଧ୍ୟ ଉନ୍ନତ ଶଦ୍ଦ ଅନୁଭବ କରିପାରିବେ ।

ବ୍ରାଭିଆ ଥିଏଟର କ୍ୱାଡ୍ ହୋମ ଅଡିଓରେ ପରିବର୍ତନ ଆଣିବା ସହିତ ୩୬୦ ସ୍ପେସାଲ୍ ସାଉଣ୍ଡ ମ୍ୟାପିଙ୍ଗ୍ କୁ ଉପଯୋଗ କରିଛି । ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଏକ ଥ୍ରୀ-ଡି଼ ବିଶିଷ୍ଟ ଅଡିଓ ପରିବେଶ କରିଥାଏ, ଯାହା ସମସ୍ତ ଦିଗରୁ ଶ୍ରୋତାମାନଙ୍କୁ ବାନ୍ଧି ରଖିଥାଏ । ଏହା ସିନେମାର ଇମର୍ସିଭ୍ ସାଉଣ୍ଡସ୍କେପଗୁଡିକର ନକଲ କରି ବଡ ପରଦାର ଅନୁଭବକୁ ସିଧାସଳଖ ଆପଣଙ୍କ ଘରକୁ ଆଣିଥାଏ ।

ସୋନିର ନୂତନ ବ୍ରାଭିଆ ଥିଏଟର କ୍ୱାଡ୍ ପ୍ରିମିୟମ୍ ଡିଜାଇନରେ ଉପଲବ୍ଧ ରହିଛି ଯାହା ଆପଣଙ୍କ ଲିଭିଙ୍ଗ୍ ରୁମ୍ ସହିତ ସଂପୂର୍ଣ୍ଣ ଭାବରେ ମିଶ୍ରିତ ହୋଇ ଘରେ ସିନେମାଟିକ୍ ଅନୁଭୂତିକୁ ସମୃଦ୍ଧ କରିଥାଏ । ୩୬୦ ସ୍ପେସାଲ୍ ସାଉଣ୍ଡ ମ୍ୟାପିଂ ଏବଂ ଆକୋଷ୍ଟିକ୍ ସେଂଟର୍ ସିଙ୍କ ଭଳି ବୈଶିଷ୍ଟ୍ୟ ଯାହା ମିଳିତଭାବେ ଇମର୍ସିଭ୍ ଅଡିଓ ସୃଷ୍ଟି କରିଥାନ୍ତି ଯାହା ଏକ ଚଳଚ୍ଚିତ୍ର ପ୍ରେକ୍ଷାଳୟର ଅନୁଭୁତିକୁ ପ୍ରତିଫଳିତ କରିଥାଏ ।

ବ୍ରାଭିଆ ଥିଏଟର କ୍ୱାଡରେ ସାଉଣ୍ଡ ଫିଲ୍ଡ ଅପ୍ଟିମାଇଜେସନ୍ ଆପଣଙ୍କ ରୁମର ଲେଆଉଟ୍ ଅନୁଯାୟୀ ଅନୁକୂଳ ଅଡିଓ କାର୍ଯ୍ୟଦକ୍ଷତାକୁ ସୁନିଶ୍ଚିତ କରିବ । ସ୍ୱୟଂଚାଳିତ ଭାବରେ ପ୍ରତ୍ୟେକ ସ୍ପିକରର ଆପେକ୍ଷିକ ଉଚ୍ଚତା ଏବଂ ସ୍ଥିତିକୁ ମାପ କରି, ରୁମ୍ ଆକାଉସ୍ଟିକ୍ ଏବଂ ଶ୍ରୋତା ଉପସ୍ଥିତି ଆଧାରରେ ଏହା ସ୍ଥାନ ବୈଶିଷ୍ଟ୍ୟ ବିଶ୍ଳେଷଣ କରି ଏକାଧିକ ଫାଂଟମ୍ ସ୍ପିକର ସୃଷ୍ଟି କରିବ ଏବଂ କୋଠରୀ ଆକାର କିମ୍ବା ଆକୃତି ନିର୍ବିଶେଷରେ ଏହା ସର୍ବୋତମ ଧ୍ୱନି ପ୍ରଦାନ କରିବାକୁ ଅଡିଓ ସେଟିଂକୁ ପରିଚାଳିତ କରିବ ।

ଭଏସ୍ ଜୁମ୍ ୩ ଉପଯୋଗ ଫଳରେ ବ୍ରାଭିଆ ଥିଏଟର କ୍ୱାଡରେ ସଂଳାପ ସ୍ୱଚ୍ଛତା ପ୍ରଦାନ କରିଥାଏ, ଆକ୍ସନ୍‌-ପ୍ୟାକ୍ ଦୃଶ୍ୟ କିମ୍ବା କୋଳାହଳପୂର୍ଣ୍ଣ ପରିବେଶ ମଧ୍ୟରେ ମଧ୍ୟ ସ୍ୱଚ୍ଛ ବକ୍ତବ୍ୟ ସୁନିଶ୍ଚିତ କରିଥାଏ । ବ୍ରାଭିଆ ଥିଏଟର କ୍ୱାଡ୍ ଆଇମ୍ୟାକ୍ସ ଏନହାନ୍ସ ଓ ଡଲବି ଆଟମୋସ୍ ଟେକ୍ନୋଲୋଜି ମିଳିତ ଭାବେ ଏକ ଅନୁପଯୁକ୍ତ ଘରୋଇ ସିନେମା ଅଭିଜ୍ଞତା ପ୍ରଦାନ କରିଥାଏ । ଏହା ପ୍ରିମିୟମ୍ ଅଡିଓ ଗୁଣବତା ସୁନିଶ୍ଚିତ କରେ ଯାହା ଆଇମ୍ୟାକ୍ସ ଏବଂ ଡଲବି ଦ୍ୱାରା ନିର୍ମିତ କଠୋର ମାନଦଣ୍ଡକୁ ପୂରଣ କରେ, ଯାହା ବ୍ୟବହାରକାରୀଙ୍କୁ ଇମର୍ସିଭ୍ ସାଉଣ୍ଡସ୍କେପ୍ ଏବଂ ଲାଇଫ୍ ଲାଇକ୍ ଅଡିଓ ଅନୁଭୁତି ପ୍ରଦାନ କରିଥାଏ ।

ସମସ୍ତ ନୂତନ ବ୍ରାଭିଆ କନେକ୍ଟ ଆପ୍ ଘରୋଇ ମନୋରଞ୍ଜନ ନିୟନ୍ତ୍ରଣ ଓ ପରିଚାଳନାରେ ମଧ୍ୟ ପରିବର୍ତନ କରାଯାଇଛି । ଯାହା ଆପଣଙ୍କ ସ୍ମାର୍ଟଫୋନ୍ କିମ୍ବା ଟାବଲେଟରୁ ମଧ୍ୟ ବ୍ରାଭିଆ ଥିଏଟର କ୍ୱାଡର ସେଟିଂ ସମୂହକୁ ନିରାପଦରେ ପରିଚାଳନା କରାଯାଇପାରିବ ।

ଗଭୀର, ଶକ୍ତିଶାଳୀ ବାସ୍ ସହିତ ଆପଣଙ୍କର ଅଡିଓ ଅଭିଜ୍ଞତାକୁ ବଢାଇବା ପାଇଁ ବ୍ରାଭିଆ ଥିଏଟର କ୍ୱାଡ୍ ଏକ ଇଚ୍ଛାଧୀନ ବେତାର ସବୱୁଫରର ମଧ୍ୟ ବ୍ୟବସ୍ଥା ରହିଛି । ସିଷ୍ଟମରେ ନିରବଚ୍ଛିନ୍ନ ଭାବରେ ସଂଯୁକ୍ତ, ସବୱୁଫର୍ ଏକ ଇମର୍ସିଭ୍ ସାଉଣ୍ଡଷ୍ଟେଜ୍ ପ୍ରଦାନ କରେ ଯାହା ସିନେମାଟିକ୍ ଅଭିଜ୍ଞତାକୁ ପରିପୂର୍ଣ୍ଣ କରିଥାଏ । ଧ୍ୱନୀ ବାସ୍ ପାଇଁ ଦୁଇଟି ଅତିରିକ୍ତ ଇଚ୍ଛାଧୀନ ସବୱୁଫର୍ ସହିତ ଆପଣଙ୍କର ହୋମ୍ ଥିଏଟର ସେଟଅପ୍ ଅପଗ୍ରେଡ୍ କରିପାରିବେ, ଏସ୍‌ଏ-ଏସଡବ୍ଲ୍ୟୁ୫ ବେତାର ସବୱୁଫର୍ କୁ ୩୦୦ ୱାଟ୍ ଗଭୀର ବାସ୍ ସହିତ ୧୮୦ ମିମି ଡ୍ରାଇଭରରୁ ପାସିଭ୍ ରେଡିଏଟର ସହିତ ଯୋଗ କରାଯାଇପାରିବେ କିମ୍ବା ୧୬୦ ମିମି ଡ୍ରାଇଭର ସହିତ ଏକ କମ୍ପାକ୍ଟ ବାସ୍ ରିଫ୍ଲେକ୍ସ ସବୱୁଫରରୁ ୨୦୦ ୱାଟ୍ ଶବ୍ଦ ସହିତ ଏସ୍‌ଏ- ଏସଡବ୍ଲ୍ୟୁ୩ ବେତାର ସବୱୁଫର୍ ସଂଯୋଗ କରିପାରିବେ ।

ବ୍ରାଭିଆ ଥିଏଟର କ୍ୱାଡ୍ ସୋନି ଷ୍ଟୋର ଗୁଡ଼ିକରେ (ସୋନି ସେଂଟର ଏବଂ ସୋନି ଏକ୍ସକ୍ଲୁସିଭ୍‌), www.ShopatSC.com ପୋର୍ଟାଲ୍‌, ପ୍ରମୁଖ ଇଲେକ୍ଟ୍ରୋନିକ୍ ଷ୍ଟୋର୍ ଏବଂ ଅନ୍ୟାନ୍ୟ ଇ-କମର୍ସ ୱେବସାଇଟ୍ ଗୁଡିକରେ ୨୨ ଏପ୍ରିଲ ୨୦୨୪ ଠାରୁ ଉପଲବ୍ଧ ହେବ । ଯାହାର ମୂଲ୍ୟ ଟ.୧,୯୯,୯୯୦/- ରହିବ ।


Share It

Comments are closed.