୨୦୦୭ ବିଶ୍ୱକପ ସମୟର ଅନୁଭୂତିକୁ ମନେ ପକାଇ ଭାବବିହ୍ୱଳ ହେଲେ ଗମ୍ଭୀର


ଭାରତୀୟ ଦଳର ପୂର୍ବତ୍ତନ ଖେଳାଳୀ ଗୌତମ ଗମ୍ଭୀର ତିନୋଟି ଫର୍ମାଟରେ ପ୍ରଚୁର ରନ ସଂଗ୍ରହ କରିଥିବାବେଳେ ସେ ନିଜ ପ୍ରଦର୍ଶନ ଦ୍ୱାରା ଅନେକ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି । କେବଳ ଏତିକି ନୁହେଁ ଦଳ ପାଇଁ ଘଡିସନ୍ଧି ମୂହୂର୍ତ୍ତରେ ସେ ପ୍ରମୁଖ ଭୂମିକା ମଧ୍ୟ ନିର୍ବାହ କରିଛନ୍ତି । ଗମ୍ଭୀର ୨୦୦୭ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରିଥିବା ଖେଳାଳୀ ରୂପେ ଗୌରବ ଅର୍ଜନ କରିଥିବାବେଳେ ୨୦୧୧ ବିଶ୍ୱକପ ଫାଇନାଲରେ ସେ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ନିର୍ବାହ କରିଥିଲେ ।
ତେବେ ଏହି ମଧ୍ୟରେ ଗମ୍ଭୀର, ୨୦୦୭ ବିଶ୍ୱକପ ସମୟର କିଛି ମୂହୂର୍ତ୍ତକୁ ମନେ ପକାଇ ନିଜ ଅନୁଭୂତିକୁ ସମସ୍ତଙ୍କ ସାମନାରେ ପ୍ରକାଶ କରିଛନ୍ତି । ୨୦୦୭ ବିଶ୍ୱକପ ସମୟରେ ଭାରତ, ୱେଷ୍ଟଇଣ୍ଡିଜରେ ଗ୍ରୁପ ଷ୍ଟେଜରୁ ବାଦ ପଡିଥିଲା ।
ଗମ୍ଭୀର, ୨୦୦୭ ବିଶ୍ୱକପ ସମୟର ନିଜ ଅନୁଭୂତିକୁ ମନେ ପକାଇ କିହଛନ୍ତି ଯେ, “୨୦୦୭ ବିଶ୍ୱକପରୁ ମୁଁ ଯେତେବେଳେ ବାଦ ପଡିଥିଲି, ସେହି ସମୟଟି ମୋ କ୍ୟାରିୟର ବେଶ ଦୁଃଖଦ ମୂହୂର୍ତ୍ତ ଥିଲା । ସେଥିପାଇଁ ମୁଁ କ୍ରିକେଟରୁ ସନ୍ୟାସ ନେବାର ଚିନ୍ତା ମଧ୍ୟ କରି ସାରିଥିଲି । ଏହା ପୂର୍ବରୁ ମଧ୍ୟ ମୁଁ ଅଣ୍ଡର-୧୪ ଏବଂ ଅଣ୍ଡର-୧୯ ବିଶ୍ୱକପ ଖେଳିବାରୁ ବାଦ ପଡିଥିଲି । ୨୦୦୭ରେ ମୋତେ ଲାଗିଥିଲା କି ମୁଁ ଏହି ବିଶ୍ୱକପ ଖେଳିବାର ଖୁବ ନିକଟତର ଅଛି । କିନ୍ତୁ ମୋତେ ଯେତେବେଳେ ଟିମ ବାଦ କରାଗଲା ମୁଁ ସଂପୂର୍ଣ୍ଣ ଭାଙ୍ଗିପଡିଥିଲି ଏବଂ କ୍ରିକେଟରୁ ସନ୍ୟାସ ନେବା ପାଇଁ ନିଷ୍ପତି ନେଇଥିଲି ।”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ପରବର୍ତ୍ତୀ ମୂହୂର୍ତ୍ତରେ ୨୦୦୭ ଟି-୨୦ ବିଶ୍ୱକପ ପାଇଁ ମୋତେ ଦଳରେ ଚୟନ କରାଯାଇଥିଲା କିନ୍ତୁ ସେହି ଟୁର୍ଣ୍ଣାମେଣ୍ଟର ପାକିସ୍ତାନ ସହ ପ୍ରଥମ ମ୍ୟାଚ ଖେଳିବା ଅବସରରେ ମୁଁ ଜିରୋରେ ଆଉଟ ହୋଇଥିଲି କିନ୍ତୁ ପରବର୍ତ୍ତୀ ମୂହୂର୍ତ୍ତରେ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ଖେଳାଳୀ ରୂପେ ମୁଁ ଗୌରବ ଅର୍ଜନ କରିବା ସହ ଫାଇନାଲରେ ବିଜୟ ସହ ଆମେ ଏହି ଅଭିଯାନ ଶେଷ କରିଥିଲୁ । ”


Share It

Comments are closed.