ଭାରତ ସହ ସୀମା ବିବାଦ ମଧ୍ୟରେ ହଂକଂରେ ସୁରକ୍ଷା ନୀୟମକୁ ନେଇ ଚୀନକୁ ଘେରିଲେ ଜି-୭ ଦେଶ


ଗୋଟିଏ ପଟେ ଚୀନ ନିଜ ପଡ଼ୋଶୀ ଦେଶ ସହ ସୀମା ବିବାଦ ପ୍ରସଙ୍ଗକୁ ନେଇ ସମସ୍ୟା ସୃଷ୍ଟି କରୁଥିବାବେଳେ ଅନ୍ୟପଟେ ନିଜର ସ୍ୱାୟତଶାସିତ କ୍ଷେତ୍ର ହଂକଂରେ ସୁରକ୍ଷା ନୀୟମ ଲାଗୁ କରୁଛି । ଏହାକୁ ନେଇ ଜି-୭ର ସଦସ୍ୟ ଦେଶଗୁଡ଼ିକର ବିଦେଶ ମନ୍ତ୍ରୀମାନେ ଏକ ମିଳିତ ବୟାନ ଜାରି କରିଛନ୍ତି ଏବଂ ହଂକଂ ଉପରେ ରାଷ୍ଟ୍ରିୟ ସୁରକ୍ଷା ନୀୟମ ଲାଗୁ କରିବା ନିଷ୍ପତି ଉପରେ ପୁନର୍ବିଚାର କରିବା ପାଇଁ ଚାପ ପକାଇଛନ୍ତି ।
ଏହି ମିଳିତ ବୟାନରେ କୁହାଯାଇଛି ଯେ ପ୍ରସ୍ତାବିତ ରାଷ୍ଟ୍ରିୟ ସୁରକ୍ଷା ନୀୟମ ‘ଗୋଟିଏ ଦେଶ, ଦୁଇଟି ପ୍ରଣାଳୀ’ ସିଦ୍ଧାନ୍ତ ଉପରେ ଗମ୍ଭୀର ବିପଦ । ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଜାପାନ ଏବଂ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଏବଂ ୟୁରୋପୀୟ ସଂଘର ଉଚ୍ଚ ପ୍ରତିନିଧି ସେମାନଙ୍କର ବୟାନରେ କହିଛନ୍ତି ଯେ ଏହା ସେହି ବ୍ୟବସ୍ଥାକୁ ବିପଦରେ ପକାଇବ ଯାହାକି ହଂକଂକୁ ଉନ୍ନତି ପାଇଁ ଏକ ବଡ଼ ସୁଯୋଗ ଦେଇଛି ।
ମିଳିତ ଘୋଷଣା ଅନୁଯାୟୀ ଚୀନର ଏହି ପଦକ୍ଷେପ ହଂକଂ ବିଷୟରେ ବିଶ୍ୱସ୍ତରୀୟ ପ୍ରତିଶ୍ରୁତି ସହ ମେଳ ଖାଉନାହିଁ । ଏହି ନୀୟମ ସଂଯୁକ୍ତ ରାଷ୍ଟ୍ରରେ ପଂଜିକୃତ ଚୀନ-ବ୍ରିଟିଶ ସିଦ୍ଧାନ୍ତ ସହ ମଧ୍ୟ ମେଳ ଖାଉନାହିଁ । ଜୀ-୭ର ବୈଦେଶିକ ମନ୍ତ୍ରୀମାନେ ବେଜିଂର ଏହି ନିଷ୍ପତି ଉପରେ ଗମ୍ଭୀର ଚିନ୍ତା ଏବଂ ଆପତି ବ୍ୟକ୍ତ କରିଛନ୍ତି କାରଣ ଏହାଦ୍ୱାରା ହଂକଂର ମୌଳିକ ଅଧିକାର ଏବଂ ସ୍ୱତନ୍ତ୍ରତା ଉପରେ ଅଂଙ୍କୁଶ ଲାଗିଯିବ ।
ଚୀନ ବ୍ୟକ୍ତ କଲା ଆପତି
ଚୀନ ଗୁରୁବାଦ ଦିନ ହଂକଂ ସୁରକ୍ଷା ନୀୟମ ଉପରେ ଜୀ-୭ ବୈଦେଶିକ ମନ୍ତ୍ରୀମାନଙ୍କର ବୟାନକୁ ନେଇ ନିଜର ଆପତି ବ୍ୟକ୍ତ କରିବା ସହ ଏହାର ବିରୋଧ କରିଛି । ସେ ସଂକେତ ଦେଇଛି ଯେ ହଂକଂରେ ବହୂତ ଜଲଦୀ ନୂଆ ନୀୟମ ଲାଗୁ କରାଯିବ । ସେ କହିଛି ଯେ ହଂକଂରେ ବିରୋଧ ପ୍ରଦର୍ଶନକୁ ଦେଖି ଏହା ଜରୁରୀ ଅଟେ ।


Share It

Comments are closed.