କରୋନା ଯୋଗୁଁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଆଇପିଏଲ ଖେଳିପାରିବେନି ବିଦେଶୀ ଖେଳାଳୀ


କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଭିସା ପ୍ରତିବନ୍ଧକ ଯୋଗୁଁ ଚଳିତ ବର୍ଷ ଅନେକ ବିଦେଶୀ ଖେଳାଳୀ ୧୫ ଏପ୍ରିଲ ପର୍ଯ୍ୟନ୍ତ ଆଇପିଏଲରେ ଖେଳିପାରିବେ ନାହିଁ । ତେବେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି କଠୋର ପ୍ରତିବନ୍ଧକ ଯୋଗୁଁ ଟୁର୍ଣ୍ଣାମେଣ୍ଟର ଭବିଷ୍ୟ ଉପରେ କଳା ବାଦଲ ଛାଇ ଯାଇଛି ।
ମିଳିଥିବା ସୂଚନା ମୁତାବକ ଆଇପିଏଲରେ ଖେଳୁଥିବା ବିଦେଶୀ ଖେଳାଳୀ ବ୍ୟବସାୟ ଭିସା ଶ୍ରେଣୀର ଅନ୍ତର୍ଭୁକ୍ତ ଅଟନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୧୫ ଏପ୍ରିଲ ପର୍ଯ୍ୟନ୍ତ ସେମାନେ ଭାରତ ଆସିରପାରିବେ ନାହିଁ । ଦେଶରେ କରୋନା ଭାଇରସର ଜଟିଳତାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ବିଦେଶୀ ଭିସା ୧୫ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖିବାର ଆଦେଶ ଦେଇଛନ୍ତି ।
ଏହି ସଂପର୍କରେ ଚେନ୍ନାଇ ସୁପର କିଙ୍ଗସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କାଶୀ ବିଶ୍ୱନାଥନ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ନିର୍ଦ୍ଦେଶାନାମ ଯୋଗୁଁ କୌଣସି ବିଦେଶୀ ୧୫ ଏପ୍ରିଲ ପୂର୍ବରୁ ଆଇପିଏଲ ଖେଳିବା ଅସମ୍ଭବ । ଏହା ସେଥିବେଳେ ସମ୍ଭବ ହୋଇପାରିବ ଯେତେବେଳେ ବିସିସିଆଇ ସେହି ଖେଳାଳୀଙ୍କୁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଇବ ।
ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ୭୩ରୁ ଉର୍ଦ୍ଧ୍ୱ କରୋନା ମାମଲା ସାମନାକୁ ଆସିଥିବାବେଳେ ଏହି ଭୂତାଣୁ ଯୋଗୁଁ ବିଶ୍ୱରେ ୪୦୦୦ରୁ ଉର୍ଦ୍ଧ୍ୱ ପ୍ରାଣ ହରାଇ ସାରିଲେଣି ।


Share It

Comments are closed.