ଶାସ୍ତ୍ରୀୟ ସଙ୍ଗୀତର ଯାଦୁ ସୃଷ୍ଟି କରିଛି ଡଟ୍ ଫେଷ୍ଟ୍‌ର ୫ମ ଦିନ

. ଭୁବନେଶ୍ୱରରେ ମହାନ ସଙ୍ଗୀତଜ୍ଞଙ୍କୁ ସ୍ୱାଗତ କରିବା ସହ ଉତ୍ସାହୀ ସଙ୍ଗୀତପ୍ରେମୀମାନେ ସେମାନଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।


ଡଟ୍ ଫେଷ୍ଟ୍‌ର ୫ମ ଦିନରେ ଶାସ୍ତ୍ରୀୟ ସଙ୍ଗୀତର ଆସରକୁ ଉପଭୋଗ କରିବା ପାଇଁ ୧୨୦୦୦ରୁ ଅଧିକ ଉତ୍ସାହଜନକ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା । ୫ମ ଦିନରେ କିମ୍ବନ୍ଦନ୍ତୀ ସଙ୍ଗୀତଜ୍ଞ, ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଚିତାକର୍ଷକ ପ୍ରଦର୍ଶନ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିପାରିଥିଲା ।

ଏହା ବ୍ୟତୀତ ଅନେକ ଲୋକପ୍ରିୟ ଭାରତୀୟ ସଙ୍ଗୀତଜ୍ଞ ଯେପରିକି ଉସ୍ତାଦ ତୌଫିକ୍ କ୍ୟୁରେଶ, ଓଜାସ୍ ଆଧିୟା ଓ ଓଡିଆ ଗାୟିକା ସୁସ୍ମିତା ଦାସ ନିଜ ସଙ୍ଗୀତରେ ଦର୍ଶକଙ୍କୁ ବିମୋହିତ କରିଥିଲେ । ସେହିପରି ଆନ୍ତର୍ଜାତୀୟ ପ୍ରଦର୍ଶନକାରୀ ଲୁଇସ୍ ବ୍ୟାଙ୍କ୍‌ସ, ଜର୍ଜ ବ୍ରୁକ୍‌ସ ଓ ଜିନେଥ୍ ୱେଂଟିଙ୍କ୍ ରାତିର ଉତ୍ସାହକୁ ଆହୁରି ବୃଦ୍ଧି କରିଥିଲେ ।

୫ମ ଦିନରେ ସ୍ଥାନୀୟ ଲୋକ ଓ ଅତିଥିମାନେ ଭିନ୍ନ ଭିନ୍ନ ଭାରତୀୟ ରାଜ୍ୟର ସୁସ୍ୱାଦୁ ଆଂଚଳିକ ଖାଦ ସମେତ ହକି ବିଶ୍ୱ କପ୍‌ରେ ଅଂଶଗ୍ରହଣ କରିଥିବା ୧୬ଟି ଦେଶର ଆନ୍ତର୍ଜାତୀୟ ଖାଦ୍ୟର ମଜା ଉଠାଇବା ଜାରି ରଖିଛନ୍ତି । ଏହାବ୍ୟତୀତ ସେମାନେ ଓଡିଶାର ବିଭିନ୍ନ ଖାଦ୍ୟଗୁଡିକୁ ମଧ୍ୟ ଉପଭୋଗ କରୁଛନ୍ତି ।  ଡଟ୍ ଫେଷ୍ଟ୍‌ର ଅନ୍ୟ ଏକ କାର୍ଯ୍ୟକ୍ରମ ନାଇଟ୍ ବଜାର/ଫ୍ଲି ମାର୍କେଟ୍ ସ୍ଥାନୀୟ କଳାକାର, ଷ୍ଟାର୍ଟଅପ୍‌, ପ୍ରଦର୍ଶନକାରୀ, କାରିଗର ଓ ଉଦ୍ଭାବକଙ୍କୁ ନିଜ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଏକ ଚମତ୍କାର ମଂଚ ପ୍ରଦାନ କରିଛି । ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟ ସହିତ ସ୍ଥାପିତ ଫ୍ଲି ମାର୍କେଟ୍  ୧୨୦ରୁ ଅଧିକ ସ୍ଥାନୀୟ ଭାବେ ନିର୍ମିତ ସାମଗ୍ରୀ ସହିତ ପରିଦର୍ଶକଙ୍କ ପାଇଁ ଏକ ଉନ୍ନତ ସପିଙ୍ଗ୍ ଅନୁଭୂତି ଓ ଏକ ଚମତ୍କାର ଭିଡ ଆକର୍ଷଣକାରୀ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି । ସେହିପରି  ଭୁବନେଶ୍ୱରର କାଳ୍ପନିକ ସହରୀ ଐତିହ୍ୟ ଓ ଏହାର ରୂପାନ୍ତରଣକୁ ସମ୍ମାନିତ କରୁଥିବା ଡଟ୍ ଫେଷ୍ଟ୍‌ରେ ଆୟୋଜିତ ଫଟୋ  ପ୍ରଦର୍ଶନୀ ସେବେ-ଆଉ-ଏବେ (ଦେନ୍ ଆଣ୍ଡ୍ ନାଓ) ଏହି ମହୋତ୍ସବର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସିଟି ଟ୍ରେଲ୍‌ଗୁଡିକ ମଧ୍ୟ ଆସନ୍ତା ଫେବୃଆରୀ ୧୨ ତାରିଖ ୨୦୨୩ ପର୍ଯ୍ୟନ୍ତ ପରିଦର୍ଶକଙ୍କ ପାଇଁ ଖୋଲା ରହିଛି ଯାହାଫଳରେ ସେମାନେ ନିଜକୁ ଭୁବନେଶ୍ୱରର ସଂସ୍କୃତି ଓ ଇତିହାସରେ ସମ୍ପୂର୍ଣ୍ଣ ରୂପେ ନିମଜ୍ଜିତ କରିପାରିବେ ।

ଡଟ୍ ଫେଷ୍ଟ୍ ମହୋତ୍ସବର ୬ଷ୍ଠ ଦିବସରେ ଅର୍ଥାତ୍ ଜାନୁଆରୀ ୨୦ ତାରିଖ ୨୦୨୩ରେ ଏଲ୍‌ଓଏଲ୍ ଡଟ୍ ଫେଷ୍ଟ୍ ମଂଚରେ ଝଡ ସୃଷ୍ଟି କରିବ ଏବଂ ଏଠାରେ ଲୋକପ୍ରିୟ ଷ୍ଟାଣ୍ଡ୍‌ଅପ୍ କମେଡିଆନ୍ ସୁନିଲ ଗ୍ରୋଭର୍‌, ଶିଳ୍ପା ରାଓ ଓ ଶଶାଙ୍କ ଶେଖା ପ୍ରମୁଖ ପ୍ରଦର୍ଶନ କରିବେ ।


Share It

Comments are closed.