ଆନ୍ତର୍ଜାତୀୟ ବଜାରରେ ପ୍ରବେଶ କରିଛି ଇଭୋସ୍ ବିଲ୍ଡକନ୍


ଭୁବନେଶ୍ୱର : ଯୁବ ଓ ପ୍ରତିଭାଶାଳୀ ବ୍ୟବସାୟୀ କଳିଙ୍ଗ କେଶରୀ ରଥଙ୍କ ନିଜସ୍ୱ ପ୍ରକଳ୍ପ ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଓଡିଶାର ଏକ ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ରିଅଲ୍ ଇଷ୍ଟେଟ୍ କମ୍ପାନୀ । ଇଭୋସ୍ ଦୁବାଇ ଏବଂ ସାଉଦି ଆରବ, ଇଂଲଣ୍ଡ,  କୁୱେତ ଭଳି ଅନ୍ୟ ୧୨ଟି ଦେଶରେ ବାସ କରୁଥିବା ଏନ୍‌ଆର୍‌ଆଇ ଓଡିଆ ସମୁଦାୟ ମଧ୍ୟରେ ଏହାର ପ୍ରେମିୟର ଓ ବିଳାସପୂର୍ଣ୍ଣ ପ୍ରକଳ୍ପଗୁଡିକର ପ୍ରଚାରପ୍ରସାର କରି ଆନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବାକୁ ନିଷ୍ପତି ନେଇଥିଲା ।  ଏହା ସେରୋ ପ୍ରପର୍ଟିଜ୍ ରିଅଲ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍‌,ଦୁବାଇ ସହଯୋଗରେ ସମ୍ଭବ ହୋଇପାରିଛି, ଯାହାକି ହେଉଛି ୟୁଏଇରେ ଅବସ୍ଥାପିତ ଏକ ଅଗ୍ରଣୀ ପ୍ରପର୍ଟି ଡିଲିଙ୍ଗ୍ ଓ ଇନ୍‌ଭେଷ୍ଟମେଂଟ୍ କମ୍ପାନୀ । ପ୍ରତିଷ୍ଠାତା ଅନିଲ ଦାସ୍‌ଙ୍କ ସେରୋ ପ୍ରପର୍ଟିଜ୍ ଓ କେ.କେ ରଥଙ୍କ ଇଭୋସ୍ ବିଲ୍ଡକନ୍ ମଧ୍ୟରେ ଏହି ରଣନୈତିକ ସହଭାଗିତା ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ସୁବିଧା ସହିତ ସର୍ବୋତମ ଲାଇଫ୍‌ଷ୍ଟାଇଲ୍ ଓ ଲକ୍‌ଜୁରିୟସ୍ ହୋମ୍ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି ।

ରିଅଲ୍ ଇଷ୍ଟେଟ୍ ଶିଳ୍ପର ଏହି ଦୁଇ ପ୍ରମୁଖ କମ୍ପାନୀ ମଧ୍ୟରେ ହୋଇଥିବା ସହଭାଗିତା ସମ୍ପର୍କରେ ଘୋଷଣା କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହା ଶ୍ରୀ କଳିଙ୍ଗ କେଶରୀ ରଥଙ୍କ ସ୍ୱାଗତ ଅଭିଭାଷଣ ସହ ଆରମ୍ଭ ହୋଇଥିଲା ଯିଏକି ସମସ୍ତ ମିଡିଆହାଉସ୍‌କୁ ଅଭିଭାଦନ ଜଣାଇଛନ୍ତି ଏବଂ ସେ ଓ ତାଙ୍କ କମ୍ପାନୀ ବିଶ୍ୱାସ କରୁଥିବା ମୂଳ ମୂଲ୍ୟବୋଧ- ‘ନିର୍ଭରଯୋଗ୍ୟତା, ଗୁଣବତା, ଗ୍ରାହକ କୈନ୍ଦ୍ରିକତା ଓ ନିରନ୍ତର ଅପ୍‌ଗ୍ରେଡେଶନ’କୁ ସେୟାର କରିଥିଲେ । ସେ କହିଛନ୍ତି ଯେ, ‘ ଆମେ ଗ୍ରାହକଙ୍କ ଦୃଷ୍ଟିକୋଣକୁ ବୁଝି ଏବଂ ସେମାନଙ୍କ ସହ ସୁସମ୍ପର୍କ ଓ ବିଶ୍ୱାସ ସ୍ଥାପନ କରି ଏକ ବେଂଚ୍‌ମାର୍କ ସ୍ଥାପନ କରିବାକୁ ଚାହୁଁଛୁ ।’ ସେହିପରି ସେରୋ ପ୍ରପର୍ଟିଜ୍‌ର ଅନିଲ ଦାସ ଦେଶ ଓ ବିଶ୍ୱରେ ରହୁଥିବା ଓଡିଆ ନାଗରିକମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ‘ଆପଣ ଯାହା ଚାହୁଁଥିଲେ, ଆମେ ତାହା କରିଦେଖାଇଛୁ! ଆମେ ଆପଣଙ୍କ ପାଇଁ ଭୁବନେଶ୍ୱର ସ୍କାଏ ଲାଇନ୍‌ସର ଏକ ନୂତନ ଯୁଗ ଆଣିଛୁ, ପ୍ରେମର ପ୍ରତୀକ, ନିଜ ମାତୃଭୂମିକୁ ଆସନ୍ତୁ ।

ଏହି ସହଭାଗିତା ସମସ୍ତେ ବିଶ୍ୱାସ କରୁଥିବା ଏହି ବ୍ରାଣ୍ଡରେ ନିବେଶ କରିବା ପାଇଁ ଅନେକ ଓଡିଆ ଏନ୍‌ଆର୍‌ଆଇମାନଙ୍କୁ ସାହାଯ୍ୟ କରିବ । ଏହାଛଡା ଏହି ସହଭାଗିତା ଆମ ଦେଶକୁ ବିଦେଶୀ ନିବେଶ ଆଣିବ । ସହଜ ପେପର୍‌ୱର୍କ ସହ ଏବେ ସମ୍ପତି କ୍ରୟ କରିବା ଅଧିକ ସରଳ ଓ ବାଧାମୁକ୍ତ ହୋଇଛି । ନିବେଶ କରିଥିବା ଗ୍ରାହକଙ୍କୁ କେବଳ ଦୁବାଇରେ ଥିବା କମ୍ପାନୀର ରିପ୍ରେଜେନ୍‌ଟେଟିଭ୍ ଅଫିସ୍ (ସେରୋ ପ୍ରପର୍ଟିଜ୍ ଅଫିସ୍‌)ପରିଦର୍ଶନ କରିବାକୁ ହେବ ଏବଂ ସେମାନଙ୍କ ଆବଶ୍ୟକତା ସହ ମେଳ ଖାଉଥିବା ଘର ଚୟନ କରିବାକୁ ହେବ । ଏଠାରେ ସେମାନେ ସ୍ୱତନ୍ତ୍ର ଅଫର୍ ଓ ରିହାତି ସୁବିଧା ପାଇପାରିବେ ଯାହାକୁ ସ୍ୱତନ୍ତ୍ର ଭାବେ ସେରୋ ପ୍ରପର୍ଟିଜ୍‌ର ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।

ଏହି ‘ମେଡ୍ ଇନ୍ ଓଡିଶା’ ରିଅଲ୍ ଇଷ୍ଟେଟ୍ କମ୍ପାନୀ ବିଶ୍ୱବ୍ୟାପୀ ଏକ ଘରୋଇ, ବିଶ୍ୱାସଯୋଗ୍ୟ ଓ ନିର୍ଭରଯୋଗ୍ୟ ନାମରେ ପରିଣତ ହେବ ବୋଲି ଆଶା କରୁଛୁ ।


Share It

Comments are closed.