ଡଟ୍ ଫେଷ୍ଟରେ ଅୟୋଜିତ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ମିଳିବ ୧୬ଟି ଦେଶର ଖାଦ୍ୟ


ଆଗାମୀ ଡଟ୍ ଫେଷ୍ଟରେ ଭୁବନେଶ୍ୱର ସମେତ ସାରା ଓଡିଶାବାସୀ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ମାଧ୍ୟମରେ ପାଇ ପାରିବେ ଏକ ଅନନ୍ୟ ଅନୁଭୂତି । ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩, ପର୍ଯ୍ୟନ୍ତ ସହରର ଖାଦ୍ୟପ୍ରେମୀମାନେ ୧୬ଟି ଦେଶ ଓ ଭାରତର ୨୪ଟି ରାଜ୍ୟର ସୁସ୍ୱାଦୁ ଖାଦ୍ୟର ମଜା ନେଇପାରିବେ ।

ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନଙ୍କୁ ସ୍ୱାଦିଷ୍ଟ ଖାଦ୍ୟର ଅନୁଭୂତି ଦେବା ଲାଗି ହକି ବିଶ୍ୱକପ୍‌ର ୧୬ଟି ଅଂଶଗ୍ରହଣକାରୀ ଦେଶର ଖାଦ୍ୟ ସହ ପ୍ରାୟ ୮୦-୯୦ ପ୍ରକାରର ଖାଦ୍ୟକୁ ଷ୍ଟଲ୍‌ଗୁଡିକରେ ପରିବେଷଣ କରାଯିବ । ଆନ୍ତର୍ଜାତୀୟ ଖାଦ୍ୟ ମୋଟ ୬ଟି  ଷ୍ଟଲରେ ପରିବେଷଣ ହେବା ସହ ଓଡିଶା ସମେତ ଦେଶର ଅନ୍ୟାନ୍ୟ ଖାଦ୍ୟ ୨୪ଟି ଷ୍ଟଲରେ ପରିବେଷଣ ହେବ ।  ଏହି ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ସମୟରେ ଫୁଡ୍ କୋର୍ଟ ସ୍ଥାପନ କରିବା ସହ ଜାତୀୟ ଓ ଆଂଚଳିକ ଖାଦ୍ୟଗୁଡିକୁ ପରିବେଷଣ କରିବେ । ଏହି କାର୍ଯ୍ୟକ୍ରମରେ ୪ଟି ସରକାରୀ ଷ୍ଟଲ୍ ମଧ୍ୟ ରହିବ ଯେଉଁଠାରେ ମିଲେଟ୍ ମିଶନ ଓ  କୋରାପୁଟ୍ କ୍ୟାଫେ ଆଦିର ସ୍ୱାଦିଷ୍ଟ ଖାଦ୍ୟକୁ ମଧ୍ୟ ଉପଲବ୍ଧ କରାଯିବ ।

ଦୀର୍ଘ ୪୨ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ଥିବା ତାଜ୍ ହୋଟେଲ୍‌ସର ଏକ୍‌ଜିକ୍ୟୁଟିଭ୍ ସେଫ୍ ଶ୍ରୀଯୁକ୍ତ ହେମନ୍ତ ଓବରୟ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରିଛନ୍ତି । ତାଙ୍କର ମୂଲ୍ୟବାନ ପରାମର୍ଶ ହାସଲ କରିବା ଓ ଏହି ଖାଦ୍ୟ ମହୋତ୍ସବକୁ ସଫଳ କରିବାପାଇଁ ଶ୍ରୀଯୁକ୍ତ ଓବ୍‌ରୟଙ୍କ ସହିତ ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଥିଲା । ଏହାବ୍ୟତୀତ ଡଟ୍ ଫେଷ୍ଟ୍‌ରେ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବକୁ  ଓଡିଶାର ହୋଟେଲ୍ ଓ ରେଷ୍ଟୁରାଂଟ୍ ସଂଘ ସହ ସହଭାଗିତାରେ ଆୟୋଜନ କରାଯାଉଛି । ଏକକ-ବ୍ୟବହାର (ସିଙ୍ଗଲ୍ ୟୁଜ୍‌) ପ୍ଲାଷ୍ଟିକ୍‌ର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଶିଦ୍ଧ କରିବା ନେଇ ଭାରତର ଲକ୍ଷ୍ୟକୁ ପରିଚାଳନା କରି  କର୍ତୃପକ୍ଷମାନେ  ଡଟ୍ ଫେଷ୍ଟ୍ ସମୟରେ ଏକକ-ବ୍ୟବହାର ପ୍ଲାଷ୍ଟିକ୍ ଉପରେ କଟକଣା ଲଗାଇଛନ୍ତି ଏବଂ ଏଠାରେ ଖାଦ୍ୟ ପରିବେଷଣ ପାଇଁ କେବଳ ଜୈବ-ବିଘଟନକରି ସାମଗ୍ରୀର ବ୍ୟବହାର କରାଯିବ ।

ତାରିଖ: ୧୫ ଜାନୁଆରୀରୁ ୨୯ ଜାନୁଆରୀ ୨୦୨୩
ସମୟ: ସନ୍ଧ୍ୟା ୬ଟାରୁ ରାତି ୧୨ଟା
ସ୍ଥାନ: ଇଡ୍‌କୋ ପ୍ରଦର୍ଶନୀ ପଡିଆ


Share It

Comments are closed.