କରୋନାରେ ଆକ୍ରାନ୍ତ ହେଲେ ଫାରୁକ ଅବଦୁଲ୍ଲା


ନ୍ୟାସନାଲ୍ କନଫେରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଏନେଇ ପୁଅ ଓମାର ଅବଦୁଲ୍ଲା ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ବିଟ୍‌ରେ ଲେଖିଛନ୍ତି. ପ୍ରଥମେ ଫାରୁକ୍ ଅବଦୁଲ୍ଲା କୋଭିଡ୍ ଟେଷ୍ଟରୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ କୋଭିଡର ଲକ୍ଷଣ ଦେଖାଦେଇଛି। କୋଭିଡ ଟେଷ୍ଟ ନ କରିବା ପର୍ଯ୍ୟନ୍ତ ପରିବାର ସମସ୍ତ ସଦସ୍ୟ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ସେ ଅନୁରଧ କରିଛନ୍ତି ଗତ କିଛିି ଦିନ ମଧ୍ୟରେ ଯେଉଁ ମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କରୋନା ଟେଷ୍ଟ କରାଇବା ସହ ସମସ୍ତ ବାଧ୍ୟତାମୂଳକ ସତର୍କତା ଅବଲମ୍ବନ କରନ୍ତୁ।


Share It

Comments are closed.