ବିଜେପି ପାଇଛି ୬,୦୬୦ କୋଟିର ନିର୍ବାଚନୀ ବଣ୍ଡ, ୫ମ ସ୍ଥାନରେ ରହିଛି ବିଜେଡି


ବିଜେପି ୧୨ ଏପ୍ରିଲ୨୦୧୯ ରୁ ୨୪ ଜାନୁଆରୀ ୨୦୨୪ ମଧ୍ୟରେ ୬୦୬୦.୫ କୋଟି ନିର୍ବାଚନୀ ବଣ୍ଡ ପ୍ରାସ୍ତ କରିଛି, ଯାହାକି ଅନ୍ୟ ଦଳ ତୁଳନାରେ ସବୁଠାରୁ ଅଧିକ ଅଟେ । ଏହି ସମୟରେ ମୋଟ ନିର୍ବାଚନୀ ବଣ୍ଡ ମଧ୍ୟରେ ବିଜେପିର ସର୍ବାଧିକ ୪୭.୫ ପ୍ରତିଶତ ଅଂଶ ରହିଛି ।
ଏହି ସମୟରେ ସେହିଭଳି ଦ୍ୱିତୀୟରେ ତୃଣମୂଳ କଂଗ୍ରେସ ୧,୬୦୯.୫୦ କୋଟି (୧୨.୬ ପ୍ରତିଶତ) ନିର୍ବାଚନୀ ବଣ୍ଡ ପାଇଥିବାବେଳେ ଏହି କ୍ରମରେ ତୃତୀୟ ସ୍ଥାନରେ ରହିଛି କଂଗ୍ରେସ ଯାହାକୁ ୧୪୨୧,୯ କୋଟି (୧୧.୧ ପ୍ରତିଶତ) ନିର୍ବାଚନୀ ବଣ୍ଡ ମିଳିଛି ।


ଅନ୍ୟାନ୍ୟ ଦଳ ମାନଙ୍କ ଭିତରେ ଭରାତୀୟ ରାଷ୍ଟ୍ର ସମିତି, ବିଜେଡି ଏବଂ ଡିଏମକେ ରହିଛି ଯାହାକୁ ୫୦୦ କୋଟିରୁ ଅଧିକ ନିର୍ବାଚନୀ ବଣ୍ଡ ମିଳିଛି ।
ଏସବିଆଇ ପକ୍ଷରୁ ମାର୍ଚ୍ଚ ୧୨ରେ ଏହି ତଥ୍ୟ ପ୍ରକାଶ କରାଯିବା ପରେ ଇସିଆଇ ଦ୍ୱାରା ଏହି ସୂଚନା ସାର୍ବଜନୀନ କରାଯାଇଛି । ପ୍ରକାଶ ଥାଉକି ସୁପ୍ରିମକୋର୍ଟ ୱେବସାଇଟରେ ଏହି ସମସ୍ତ ସୂଚନାକୁ ସାର୍ବଜନୀନ କରିବା ପାଇଁ ନିର୍ବାଚନ କମିଶନଙ୍କୁ ମାର୍ଚ୍ଚ ୧୫ ପର୍ଯ୍ୟମନ୍ତ ସମୟ ଦେଇଥିଲେ ।
ଏସବିଆଇ ୨ଟି ସେଟକୁ ଏହି ସମସ୍ତ ତଥ୍ୟ ପ୍ରଦାନ କରିଛି । ପ୍ରଥମ ସେଟରେ ପ୍ରତ୍ୟେକ ନିର୍ବାଚନୀ ବଣ୍ଡ କ୍ରୟର ତାରିଖ , ବଣ୍ଡ କ୍ରେତାଙ୍କ ନାମ ଏବଂ କିଣାଯାଇଥିବା ବଣ୍ଡର ମୂଲ୍ୟ ରହିଛି । ୧ ଏପ୍ରିଲ ୨୦୧୯ରୁ ୧୫ ଫେବୃଆରୀ ୨୦୨୪ ମଧ୍ୟରେ ୨୨,୨୧୭ ନିର୍ବାଚନୀ ବଣ୍ଡ କ୍ରୟ କରାଯାଇଛି ଏବଂ ସେହି ସମୟ ମଧ୍ୟରେ ୨୨,୦୩୦ ବଣ୍ଡ ରାଜନୈତିକ ଦଳମାନେ ପାଇଛନ୍ତି ।


Share It

Comments are closed.